News

ହଟିଲା ଚାଷୀ ଆନ୍ଦୋଳନ, ୧୧ ରୁ ଘରକୁ ଫେରିବେ ଚାଷୀ

କେନ୍ଦ୍ରର କୃଷି ଆଇନ ଓ ଏମଏସ୍‌ପି ଭଳି ଦାବି ନେଇ ଦୀର୍ଘ ଗୋଟିଏ ବର୍ଷ ହେଲା ଦିଲ୍ଲୀ ସୀମାରେ ଚାଷୀମାନେ କରୁଥିବା ଆନ୍ଦୋଳନ ଶେଷ ହୋଇଛି ।

09 December, 2021 4:24 PM IST By: Sudesna Nayak

କେନ୍ଦ୍ରର କୃଷି ଆଇନଏମଏସ୍‌ପି ଭଳି ଦାବି ନେଇ ଦୀର୍ଘ ଗୋଟିଏ ବର୍ଷ ହେଲା ଦିଲ୍ଲୀ ସୀମାରେ ଚାଷୀମାନେ କରୁଥିବା ଆନ୍ଦୋଳନ ଶେଷ ହୋଇଛି । ସରକାର ଲିଖିତ ଭାବେ ଚାଷୀଙ୍କ ସବୁ ଦାବି ମାନିବାକୁ ରାଜି ହୋଇଛନ୍ତି। ସରକାରଙ୍କ କଥାରେ ବିଶ୍ୱାସ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି(ଗୁରୁବାର) ଆନ୍ଦୋଳନକୁ ଶେଷ କରିବାକୁ ନିଷ୍ପତ୍ତି ହୋଇଛି ।

ଦୀର୍ଘ ୧ ବର୍ଷରୁ ଅଧିକ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଆନ୍ଦୋଳନ ଶେଷ ହୋଇଛି । ୪୦ କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହାସହ ୧୧ ତାରିଖରୁ କୃଷକମାନେ ସେମାନଙ୍କ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୧୫ ତାରିଖରେ କୃଷକନେତାମାନେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରରେ ଦର୍ଶନ କରିବେ ବୋଲି କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ଆଇନକୁ ପ୍ରତ୍ୟାହାର, ଉତ୍ପାଦିତ ଖାଦ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରକୁ ଆଣିବା ଭଳି କିଛି ଦାବିନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଥିଲେ । ଏହାରି ଭିତରେ ଗୋଟିଏ ବର୍ଷ ବିତିଯାଇଛି । କେନ୍ଦ୍ର ସରକାର ପାରିତ କରିଥିବା ୩ ଟି କୃଷି ଆଇନକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଛନ୍ତି । ଏହାସହ ଅନ୍ୟ ଦାବିଗୁଡିକ ଖୁବଶୀଘ୍ର ପୂରଣ କରାଯିବା ନେଇ କେନ୍ଦ୍ର ସରକାର କୃଷକମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆଜି ଆନ୍ଦୋଳନ ପ୍ରତ୍ୟାହାର ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି ।

ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର କହିଥିବା ଜଣାପଡ଼ିଛି ।

ଆନ୍ଦୋଳନରତ ଚାଷୀମାନେ ଆସନ୍ତା ୧୧ ତାରିଖରୁ ଆନ୍ଦୋଳନସ୍ଥଳ ଖାଲି କରିଦେବେ। ୧୦ ତାରିଖରେ ଶୋକସଭା ଆୟୋଜନ ହେବ। ୧୧ ତାରିଖରେ ଘରକୁ ଫେରିବାର ୨ ଦିନ ପରେ ଚାଷୀମାନେ ସ୍ୱର୍ଣ୍ଣ ମନ୍ଦିର ଯିବେ।

Farmers Protest: ଦିଲ୍ଲୀ ସୀମାରୁ ହଟିବେ କି ଚାଷୀ ?

ଶେଷ ହୋଇପାରେ ଚାଷୀ ଆନ୍ଦୋଳନ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)