1. କୃଷି ଖବର

ଶେଷ ହୋଇପାରେ ଚାଷୀ ଆନ୍ଦୋଳନ !

କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଆନ୍ଦୋଳନ ଖୁବ୍‌ ଶୀଘ୍ର ଶେ‌ଷ ହେବ ।

Sudesna Nayak
Sudesna Nayak
farmers protest may end today

farmers protest may end today

କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଆନ୍ଦୋଳନ ଖୁବ୍‌ ଶୀଘ୍ର ଶେ‌ଷ ହେବ। SKM (ସଂଯୁକ୍ତ କିଷାନ ମୋର୍ଚ୍ଚା) ଆସନ୍ତାକାଲି ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଆଜି ସିଂଘୁ ଏବଂ ଦିଲ୍ଲୀ ସୀମାରେ ଏସକେମ୍‌ର ଚାଷୀ ‌ନେତାମାନଙ୍କର ଏକ ବୈଠକ ହୋଇଥିଲା । କିନ୍ତୁ ବୈଠକରେ କୌଣସି ପରିଣାମ ବାହାରି ପାରିନି ଏବଂ ଆସନ୍ତାକାଲି ଅପରାହ୍ନ ୨ ଟାରେ ପୁଣି ‌ବୈଠକ ହେବ । ଏସକେଏମ୍‌ର ପ୍ରମୁଖ ନେତାମାନେ ବୈଠକରେ ଯୋଗ ଦେବେ ।

ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର (Farm Laws Repeal) ପରେ କୃଷକମାନଙ୍କ ଅବଶିଷ୍ଟ ଦାବି ପୂରଣ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ବାରା ୫ ଜଣିଆ କମିଟିକୁ କେନ୍ଦ୍ର ସରକାର ଲିଖିତ ପ୍ରସ୍ତାବ ଦେଇଛନ୍ତି । ଏହାପରେ ଆନ୍ଦୋଳନ ବନ୍ଦ କରିବା ନେଇ ବିଚାର ବିମର୍ଶ କରାଯାଉଛି । କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମସିପି) ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । କୌଣସି ରାଜିନାମା ବିନା ଆନ୍ଦୋଳନ ପ୍ରତ୍ୟାହାର କରିବା ଉପରେ ନିଷ୍ପତ୍ତି ହୋଇନାହିଁ ।

ବିକେୟୁ ନେତା ରାକେଶ ଟିକ‌ାୟତ କହିଛନ୍ତି, କେନ୍ଦ୍ର ସରକାର କିଛି ପ୍ରସଙ୍ଗ ଉପରେ ସଠିକ୍‌ ଦିଗଦର୍ଶନ କରିନାହାନ୍ତି । ସରକାର କହିଛନ୍ତି, ଆନ୍ଦୋଳନ ଶେଷ ହେଲେ ମାମଲା ପ୍ରତ୍ୟାହାର ହେବ ।

ଏମ୍‌ଏସପି ପ୍ରସଙ୍ଗ‌ରେ ଆଲୋଚନା ପାଇଁ ସରକାର ଏକ କମିଟି ଗଠନ ପାଇଁ ଚାହୁଛନ୍ତି । ଏହି କମିଟିରେ ଏସକେଏମ୍‌ର ପ୍ରତିନିଧି ରହିବେ । କେନ୍ଦ୍ର ସରକାର ମଧ୍ୟ କହିଛନ୍ତି ଯେ, ଆନ୍ଦୋଳନ ପ୍ରତ୍ୟାହାର କରିବାପରେ ହିଁ ଉତ୍ତରପ୍ରଦେଶ ଏବଂ ହରିୟାଣା ସରକାର କୃଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବେ । ସେହିପରି ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାର କ୍ଷତିପୂରଣ ଦେବାପାଇଁ ସରକାର ରାଜି ଅଛନ୍ତି ବୋଲି କୁହାଯାଇଛି ।

୨୦୨୦ ସେପ୍ଟେମ୍ବରେ କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ଆଣିଥିଲେ । ସେବେଠଉ କୃଷକମାନେ ଏହାକୁ ବିରୋଧ କରି ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ । ପାଖାପାଖି ବର୍ଷେ ହେବ ସିଙ୍ଘୁ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଗତ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ଏହାପରେ ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ଏ ସମ୍ପର୍କିତ ବିଲ ପାରିତ ହୋଇଥିଲା ।

ଖୁସି ଖବର, ଆକାଉଣ୍ଟରେ ଆସିଲା PF ସୁଧ ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments