1. କୃଷି ଖବର

ଖୁସି ଖବର, ଆକାଉଣ୍ଟରେ ଆସିଲା PF ସୁଧ ଟଙ୍କା

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ର ୨୨.୫୫ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର ଅଛି । PF ଖାତାଧାରୀଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର ହୋଇଯାଇଛି । EPFO ଟ୍ୱିଟ୍ କରି ଏହି ସୂଚନା ଦେଇଛି ।

Sudesna Nayak
Sudesna Nayak
pf account holders epfo pf interest

pf account holders epfo pf interest

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ର ୨୨.୫୫ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର ଅଛି । PF ଖାତାଧାରୀଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର ହୋଇଯାଇଛି । EPFO ଟ୍ୱିଟ୍ କରି ଏହି ସୂଚନା ଦେଇଛି । ୨୨.୫୫ କୋଟି ଗ୍ରାହକଙ୍କ ଆକାଉଣ୍ଟରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮.୫ ପ୍ରତିଶତ ସୁଧ ରାଶି ଜମା ହୋଇସାରିଛି ।

EPFO ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮.୫ ପ୍ରତିଶତ ସୁଧ ହାର ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି । ଏହି ସୁଧ ହାର ଗତ ୭ ବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ । ଗତ ଆର୍ଥିକ ବର୍ଷରେ ମଧ୍ୟ ସୁଧ ସମାନ ଥିଲା । ୨୦୧୯ ମସିହାରେ EPF ରେ ୮.୬୫ ପ୍ରତିଶତ ସୁଧ ଉପଲବ୍ଧ ଥିଲା ଓ ଏହା ପୂର୍ବରୁ ୨୦୧୮ରେ ୮.୫୫ ପ୍ରତିଶତ ସୁଧ ଦିଆଯାଇଥିଲା ।

ଗତ ଆର୍ଥିକ ବର୍ଷରେ ୨୦୧୯-୨୦ KYC ରେ ବ୍ୟାଘାତ ଯୋଗୁଁ ଅନେକ ଲୋକଙ୍କୁ ସୁଧ ପାଇବା ପାଇଁ ୮-୧୦ ମାସ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା ।

PF ଟଙ୍କା ଯାଞ୍ଚ କରିବାକୁ, ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ ଦେବାକୁ ପଡିବ । ଏହା ପରେ, ଆପଣ EPFO ​​ର SMS ମାଧ୍ୟମରେ PF ର ବିବରଣୀ ପାଇବେ । ଏଠାରେ ମଧ୍ୟ ଆପଣଙ୍କର UAN, PAN ଓ ଆଧାର ସହ ଲିଙ୍କ୍ ହେବା ଆବଶ୍ୟକ ।

ଏଥିସହିତ SMS ମାଧ୍ୟମରେ ମଧ୍ୟ ଜାଣନ୍ତୁ ବାଲାନ୍ସ । ଯଦି ଆପଣଙ୍କର UAN ନମ୍ବର EPFO ​​ସହିତ ପଞ୍ଜିକୃତ ହୋଇଛି, ତେବେ ଆପଣଙ୍କର PF ବାଲାନ୍ସ ବିଷୟରେ ସୂଚନା ମେସେଜ ମାଧ୍ୟମରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ୭୭୩୮୨୯୯୮୯୯ ନମ୍ୱରରେ EPFOHO ଲେଖି ପଠାଇବାକୁ ପଡିବ । ଆପଣଙ୍କର PF ସୂଚନା ମେସେଜ ମାଧ୍ୟମରେ ମିଳିଯିବ ।

ଯଦି ଆପଣ ହିନ୍ଦୀ ଭାଷାରେ ସୂଚନା ଚାହୁଁଛନ୍ତି, ତେବେ ଆପଣଙ୍କୁ EPFOHO UAN ଲେଖି ଏହାକୁ ପଠାଇବାକୁ ପଡିବ । PF ବାଲାନ୍ସ ଜାଣିବା ପାଇଁ ଏହି ସେବା ଇଂରାଜୀ, ପଞ୍ଜାବୀ, ମରାଠୀ, ହିନ୍ଦୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ବଙ୍ଗାଳୀରେ ଉପଲବ୍ଧ ରହିଛି । PF ବାଲାନ୍ସ ପାଇଁ ଏହା ଆବଶ୍ୟକ ଯେ ଆପଣଙ୍କର UAN, ବ୍ୟାଙ୍କ ଆକାଉଣ୍ଟ୍, ପାନ୍ (PAN) ଏବଂ ଆଧାର (AADHAR) ସହିତ ଲିଙ୍କ୍ ହେବା ଜରୁରୀ ।

PF ବାଲାନ୍ସ ପାଇଁ ଏହା ଆବଶ୍ୟକ ଯେ ଆପଣଙ୍କର UAN, ବ୍ୟାଙ୍କ ଆକାଉଣ୍ଟ୍, ପାନ୍ (PAN) ଏବଂ ଆଧାର (AADHAR) ସହିତ ଲିଙ୍କ୍ ହେବା ଜରୁରୀ ।


ମନେରଖନ୍ତୁ, EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ।

ଏହି ସରକାରୀ ସ୍କିମରେ ଟଙ୍କାଏ ଲଗାଇଲେ ମିଳିବ ୨ ଲକ୍ଷ ଟଙ୍କା, ଆଜି ହିଁ ବିନିଯୋଗ କରନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments