1. କୃଷି ଖବର

Farmers Protest: ଦିଲ୍ଲୀ ସୀମାରୁ ହଟିବେ କି ଚାଷୀ ?

ହଟିବ କି ଗତିରୋଧ । ଦିଲ୍ଲୀ ସୀମାରୁ ହଟିବେ କି ଚାଷୀ ? ଶେଷ ହୋଇପାରେ ଚାଷୀଙ୍କର ବର୍ଷକର ସଂଗ୍ରାମ ।

Sudesna Nayak
Sudesna Nayak
farmers to formally call off protest today

farmers to formally call off protest today

ହଟିବ କି ଗତିରୋଧ । ଦିଲ୍ଲୀ ସୀମାରୁ ହଟିବେ କି ଚାଷୀ ? ଶେଷ ହୋଇପାରେ ଚାଷୀଙ୍କର ବର୍ଷକର ସଂଗ୍ରାମ ।

ଆଜି (ଗୁରୁବାର) ମଧ୍ୟାହ୍ନ 12 ଟାରେ ସିଂଘୁ ବର୍ଡରରେ ପୁନର୍ବାର ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ଅନୁଷ୍ଠିତ ହେବ । ଗତକାଲି ଭାରତ ସରକାର ପ୍ରଦାନ କରିଥିବା ସଂଶୋଧିତ ଡ୍ରାଫ୍ଟ ପ୍ରସ୍ତାବକୁ ମୋର୍ଚ୍ଚା ଗ୍ରହଣ କରିଥିଲା । ତେବେ ଆଜି(ଗୁରୁବାର)ର ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ମୋର୍ଚ୍ଚା । ସରକାରଙ୍କ ଡ୍ରାଫ୍ଟରେ ସହମତି ପ୍ରକାଶ ପରେ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

ବିବାଦୀୟ କୃଷି ଆଇନ ରଦ୍ଦ ହେବା ପରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ ସଂଗଠନ । ଚାଷୀ ସଂଗଠନର କେତେକ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ବୁଧବାର ମିଳିତ କିଷାନ ମୋର୍ଚ୍ଚାର ୫ ଜଣିଆ କମିଟିର ବୈଠକ ହୋଇଥିଲା । ତେଣୁ ଆଜି (ଗୁରୁବାର) ୧୨ରେ ହେବାକୁ ଥିବା ବୈଠକରେ ଆନ୍ଦୋଳନର ଭବିଷ୍ୟତ ନିର୍ଦ୍ଧାରଣ ହେବ ।

ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର (Farm Laws Repeal) ପରେ କୃଷକମାନଙ୍କ ଅବଶିଷ୍ଟ ଦାବି ପୂରଣ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ବାରା ୫ ଜଣିଆ କମିଟିକୁ କେନ୍ଦ୍ର ସରକାର ଲିଖିତ ପ୍ରସ୍ତାବ ଦେଇଛନ୍ତି । ଏହାପରେ ଆନ୍ଦୋଳନ ବନ୍ଦ କରିବା ନେଇ ବିଚାର ବିମର୍ଶ କରାଯାଉଛି ।

୨୦୨୦ ସେପ୍ଟେମ୍ବରେ କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ଆଣିଥିଲେ । ସେବେଠଉ କୃଷକମାନେ ଏହାକୁ ବିରୋଧ କରି ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ । ପାଖାପାଖି ବର୍ଷେ ହେବ ସିଙ୍ଘୁ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଗତ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ଏହାପରେ ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ଏ ସମ୍ପର୍କିତ ବିଲ ପାରିତ ହୋଇଥିଲା ।

ଶେଷ ହୋଇପାରେ ଚାଷୀ ଆନ୍ଦୋଳନ !

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments