1. କୃଷି ଖବର

MFOI 2024: ବିଭିନ୍ନ ରାଜ୍ୟର ଚାଷୀଙ୍କ ହେବ ମହା ସମ୍ମିଳନୀ !

କୃଷି ଜାଗରଣର ଏହି ବୈପ୍ଲବିକ ପଦକ୍ଷେପ ପାଇଁ ଆଜି ଦେଶ ତଥା ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଛି l ଆଉ ଏହା କେବଳ ସଫଳ ହୋଇପାରିଛି ସଂସ୍ଥାର ସମ୍ପାଦକ ଏମ.ସି ଡୋମିନିକଙ୍କ ପାଇଁ ଆଉ ତାଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି ତାଙ୍କ ଧର୍ମପତ୍ନୀ ଯିଏକି କମ୍ପାନୀର ନିର୍ଦ୍ଦେଶିକା ରହିଛନ୍ତି ଶ୍ରୀମତୀ ସାଇନି ଡୋମିନିକ l

Tanushree Mahapatra
Tanushree Mahapatra
Farmers from every state is reaching Delhi

Farmers from every state is reaching Delhi

ଚଳିତ ବର୍ଷ ଡିସେମ୍ବର ମାସ ୧ ରୁ ୩ ତାରିଖ ପର୍ଯ୍ୟନ୍ତ କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪ " l ଯାହାର ମୁଖ୍ୟ ଅତିଥି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ l ଏହି କାର୍ଯ୍ୟକ୍ରମର ସହ ସଂଯୋଜକ ରହିଛି ICAR l ଏହା ଅତ୍ୟନ୍ତ ଆନନ୍ଦଦାୟକ ଯେ କୃଷି ଜାଗରଣ ଚଳିତ ବର୍ଷ ମଧ୍ୟ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪ " ଆୟୋଜନ କରିବାକୁ ଯାଉଛି ।

ଏହା ଦ୍ଵିତୀୟ ସଂସ୍କରଣ l ଏହି କାର୍ଯ୍ୟକ୍ରମ ଦିଲ୍ଲୀର ପୁସା ଫେୟାର ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ l ଏଥର ଏହି କାର୍ଯ୍ୟକ୍ରମ ପୂର୍ବ ଅପେକ୍ଷା ଆହୁରି ବଡ଼ ଏବଂ ପ୍ରେରଣାଦାୟକ ହେବାକୁ ଯାଉଛି l କାରଣ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶର ପ୍ରଗତିଶୀଳ କୃଷକମାନେ ଏଥିରେ ଭାଗ ନେଉଛନ୍ତି ।

କୃଷି ଜାଗରଣର ଏହି ବୈପ୍ଲବିକ ପଦକ୍ଷେପ ପାଇଁ ଆଜି ଦେଶ ତଥା ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଛି l ଆଉ ଏହା କେବଳ ସଫଳ ହୋଇପାରିଛି ସଂସ୍ଥାର ସମ୍ପାଦକ ଏମ.ସି ଡୋମିନିକଙ୍କ ପାଇଁ ଆଉ ତାଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି ତାଙ୍କ ଧର୍ମପତ୍ନୀ ଯିଏକି କମ୍ପାନୀର ନିର୍ଦ୍ଦେଶିକା ରହିଛନ୍ତି ଶ୍ରୀମତୀ ସାଇନି ଡୋମିନିକ l ଏମ.ସି ଡୋମିନିକଙ୍କ ଏହି ଚିନ୍ତାଧାରା ସମ୍ପୂର୍ଣ୍ଣ ଦେଶର ଚାଷୀଙ୍କ ପାଇଁ ଏକ ନୂଆ ପଦକ୍ଷେପ l ଯାହା ଚାଷୀଙ୍କୁ ଉତ୍ସାହ ଦେଇଥାଏ ଚାଷକାମରେ l ଜଣେ ଚାଷୀଙ୍କୁ ଶ୍ରେଷ୍ଠ ଚାଷୀ ଭାବରେ ସମ୍ମାନିତ କରିବାକୁ ଏହା ଏକ ସମ୍ପୂର୍ଣ୍ଣ ନୂଆ ପଦକ୍ଷେପ l ଯାହା ପ୍ରଶଂସାର ପାତ୍ର ହୋଇପାରିଛି l

ଏହି କୃଷି ମହା ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟରୁ ଚାଷୀ ଏକଜୁଟ ହେବାର ଆୟୋଜନ କରାଯାଇଛି l ତିନି ଦିନ ଧରି ବିଭିନ୍ନ କୃଷି ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ କରାଯିବ l ଯେଉଁଠି ଚାଷୀ , କୃଷି ବୈଜ୍ଞାନିକଙ୍କ ସହିତ ଅନ୍ୟ କୃଷି ଶିଳ୍ପପତି ମହଜୁଦ ରହିଥିବେ l ଜୈବିକ ଚାଷରୁ ଆରମ୍ଭ କରି ଅନ୍ୟ ପ୍ରାକୃତିକ ଚାଷ , କୃଷି ଯନ୍ତ୍ରପାତି ଭଳି ବିଭିନ୍ନ କୃଷି ପ୍ରଣାଳୀ ବିଷୟରେ ଆଲୋଚନା କରାଯିବ l ଯାହା ଉପସ୍ଥିତ ସମସ୍ତ ଚାଷୀଙ୍କୁ ଆଗାମୀ କ୍ଷେତ୍ରରେ କୃଷି କାର୍ଯ୍ୟରେ ସାହାଯ୍ୟ କରିବ l ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଜିଠାରୁ ଦିଲ୍ଲୀ ମୁହାଁ ହେଲେଣି ଚାଷୀ l ଏହି ଚାଷୀ ମହାସମ୍ମିଳନିରେ ଆପଣ ମଧ୍ୟ ସାମିଲ ହୋଇ ପାରିବେ l ଆଉ ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଭିସିଟର ପାସ l ନିମ୍ନ ଆର୍ଟିକଲରେ ପ୍ରଦାନ କରାଯାଇଥିବା ଲିଙ୍କ କୁ ଯାଇ ଏଥିପାଇଁ ଆବେଦନ କରନ୍ତୁ l

READ MORE:

MFOI 2024: ଆୟୋଜିତ ହେବ କୃଷି ଆଲୋଚନା ଚକ୍ର !

MFOI 2024: ମୁଖ୍ୟ ଅତିଥି ନିତିନ ଗଡ଼କାରୀ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ