1. କୃଷି ଖବର

କିସାନ ଉତ୍ସବରେ ସୋଲାପୁର ଚାଷୀହେଲେ ସମ୍ମାନିତ

ସୋଲାପୁରର କେ.ଭି.କେ - ମୋହୋଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଜାଗରଣର ' Farmer First ' ପଦକ୍ଷେପକୁ ଗୁରୁତ୍ତ୍ଵ

Tanushree Mahapatra
Tanushree Mahapatra
Farmers honored at the mfoi samridh kisan utsav held in Solapur

Farmers honored at the mfoi samridh kisan utsav held in Solapur

କୃଷକମାନଙ୍କ କଲ୍ୟାଣ ପାଇଁ କୃଷି ଜାଗରଣ ଗଣମାଧ୍ୟମ ସଂସ୍ଥା ପ୍ରତିବଦ୍ଧତାର ସହିତ ମାର୍ଚ୍ଚ ୦୭, ୨୦୨୪ ରେ ମହାରାଷ୍ଟ୍ରର ସୋଲାପୁରରେ ଧାନୁକା ଆଗ୍ରିଟେକ୍ ଦ୍ୱାରା ପରିଚାଳିତ 'MFOI ସମ୍ରିଦ୍ଧ କିସାନ୍ ଉତ୍ସବ'ର ସଫଳତାର ସହିତ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ପ୍ରଗତିଶୀଳ କୋଟିପତି କୃଷକ ଉପସ୍ଥିତ ଥିଲେ । ଜ୍ଞାନ ଆଦାନ ପ୍ରଦାନ ଏବଂ ସଶକ୍ତିକରଣ ପାଇଁ ପ୍ଲାଟଫର୍ମ ପ୍ରଦାନ କରିଥିଲା ଚାଷୀଙ୍କୁ ଏହି କିସାନ ଉତ୍ସବ l

ସୋଲାପୁରର କେ.ଭି.କେ - ମୋହୋଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଜାଗରଣର  ' Farmer First ' ପଦକ୍ଷେପକୁ ପ୍ରତୀକ କରାଯାଇଥିଲା l ଯେଉଁଠାରେ କୃଷକମାନେ ନିଜେ ଦୃଷ୍ଟି ଆକର୍ଷଣ କରିଥିଲେ ସମସ୍ତଙ୍କର । MFOI କୃଷକ ଅନିଲ ଦେଶମୁଖ ତାଙ୍କ ସଫଳତାର କାହାଣୀ ବାଣ୍ଟି ଇଭେଣ୍ଟକୁ ଆରମ୍ଭ କରି କୃଷି ଉଦ୍ଭାବନ ଏବଂ ଅଭିବୃଦ୍ଧି ଉପରେ ମତ ପ୍ରଦାନ କରିଥଲେ।

କୃଷକଙ୍କ ଆୟ ବୃଦ୍ଧି

ଆଧୁନିକ କୃଷି କୌଶଳର ବିଭିନ୍ନ ଦିଗ ଉପରେ ବିଶେଷଜ୍ଞ ବକ୍ତାମାନେ ଦର୍ଶକଙ୍କୁ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ l କେ.ଭି.କେ.-ମୋହୋଲର ବିଷୟ ବସ୍ତୁ ବିଶେଷଜ୍ଞ (ଉଦ୍ଭିଦ ସୁରକ୍ଷା) ଡଃ ପଙ୍କଜ ମାଡବୀ ଆଖୁ ଚାଷରେ ରୋଗ ଏବଂ କୀଟନାଶକ ପରିଚାଳନା ବିଷୟରେ କହିଥିଲେ l ବିପଦକୁ ହ୍ରାସ କରିବା ଏବଂ ଅମଳ ବୃଦ୍ଧି ପାଇଁ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲେ । ମହିନ୍ଦ୍ରା ଗ୍ରୁପ୍‌ର ଜୋନାଲ ମାର୍କେଟିଂ ମ୍ୟାନେଜର ରାମଦାସ ଉକାଲେ ଟ୍ରାକ୍ଟର ରକ୍ଷଣାବେକ୍ଷଣ ଏବଂ ଶିଳ୍ପ ଉଦ୍ଭାବନ ଉପରେ ଆଲୋକ ପ୍ରଦାନ କରିଛନ୍ତି l ଯାହା ଫଳପ୍ରଦ ଚାଷ କାର୍ଯ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଫସଲ ବିବିଧତା ତଥା ଆୟ ବୃଦ୍ଧି ପାଇଁ ନିରନ୍ତର ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ମିଲେଟ ଚାଷ ଉପରେ ନିଜର ଅଭିଜ୍ଞତା ବାଣ୍ଟିଥିବା କେ.ଭି.କେ. ଧାନୁକା ଆଗ୍ରି ଟେକ୍ .ଲି ।

ମିଲିଅନେୟାର ଏବଂ ପ୍ରଗତିଶୀଳ କୃଷକ

ଆଦର୍ଶ କୃଷକଙ୍କ ସଫଳତାକୁ ସ୍ୱୀକାର କରି 'MFOI ସମ୍ରିଦ୍ଧ କିସାନ୍ ଉତ୍ସବ ' ଅନେକ କୋଟିପତି ତଥା ପ୍ରଗତିଶୀଳ କୃଷକଙ୍କୁ କୃତଜ୍ଞତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କୃଷି କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନିତ ଏହି କୋଟିପତି ଚାଷୀଙ୍କ ମଧ୍ୟରେ ମଲ୍ଲିକନାଥ ବିରଭଦ୍ରା ଖଡେ, ରାଜ ଶାନ୍ତାରାମ କାଶିଦ, କିରଣ ଡୋକ ଏବଂ ଭାସୁଦେବ ଭାସ୍କର ଗାଇକୱାଡ ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଥିଲେ।

ଅଧିକନ୍ତୁ, ଉଦ୍ୟାନ କୃଷକ ସମାଧାନ ଭୋସଲେ ଏବଂ ଅନୀଲ ତୁକାରାମ ଦେଶମୁଖ ଧନୁକାଙ୍କ ଠାରୁ କୃତଜ୍ଞତା ଏବଂ ଉପହାର କିଟ୍ ସହିତ 'MFOI' ଟ୍ରଫି ଗ୍ରହଣ କରି ଚାଷରେ ପ୍ରତିଭା ତଥା ନବସୃଜନ ପ୍ରତି ସଂଗଠନର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ । କୃଷି ଜାଗରଣ ତରଫରୁ 'MFOI' ଟ୍ରଫି ସହିତ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା l

ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ MFOI ପୁରସ୍କାର

ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ମିଲିଅନେୟାର ଫାର୍ମର ଅଫ୍ ଇଣ୍ଡିଆ ପୁରସ୍କାର ଡିସେମ୍ବର ୧ ରୁ ୫, ୨୦୨୪ରେ ଆୟୋଜିତ ହେବାକୁ ଯାଉଛି। ଏହି ଅନନ୍ୟ ପୁରସ୍କାର ବିତରଣ ସମାରୋହ ଉଦ୍ୟାନ କୃଷି ଠାରୁ ଆରମ୍ଭ କରି ଜୈବ ଏବଂ ଦୁଗ୍ଧ ପର୍ଯ୍ୟନ୍ତ ୧୫୦ ରୁ ଅଧିକ ବର୍ଗର କୃଷକଙ୍କ ଉଦ୍ୟମକୁ ସ୍ୱୀକୃତି ଦେବା ପାଇଁ ଉତ୍ସର୍ଗୀକୃତ l

କୃଷି ସମ୍ପ୍ରଦାୟର ଅଂଶଗ୍ରହଣକୁ ଉତ୍ସାହିତ କରି କୃଷି ଜାଗରଣ MFOI ପୁରସ୍କାର ୨୦୨୪ର ଦ୍ୱିତୀୟ ସଂସ୍କରଣ ପାଇଁ ନାମାଙ୍କନ ପତ୍ର ପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ କରିଛନ୍ତି l ପଞ୍ଜିକରଣ କରିବାକୁ କ୍ଲିକ୍ କରନ୍ତୁ ନିମ୍ନରେ ଦିଆଯାଇଥିବା ଲିଙ୍କ –

MFOI registration link - https://millionairefarmer.in/en/nominate-for-mfoi/

MFOI VVIF KISAN BHARAT YATRA: ସାମିଲ ହେଲା STIHL

MFOI VVIF Kisan Bharat Yatra: ଝାନ୍ସୀରେ ଫ୍ଲାଗ ଅଫ କାର୍ଯ୍ୟକ୍ରମ ଅନୁଷ୍ଠିତ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ