1. କୃଷି ଖବର

MFOI, VVIF Kisan Bharat Yatra: ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ

ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଉଛି ଚାଷୀଙ୍କ ଦ୍ୱାରା.....

Tanushree Mahapatra
Tanushree Mahapatra
farmers honored in dhikauli during roadshow of MFOI 2024

farmers honored in dhikauli during roadshow of MFOI 2024

MFOI, VVIF Kisan Bharat Yatra: କେନ୍ଦ୍ରୀୟ ଭାରତ ଜୋନର 'MFOI, VVIF କିସାନ ଭାରତ ଯାତ୍ରା' ଜାରି ରହିଛି l ଏହି ଯାତ୍ରା କେନ୍ଦ୍ରୀୟ ଭାରତର ଚାଷୀଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ଗ୍ରହଣ କରୁଛି l ଏହି ଯାତ୍ରା ସମୟରେ କୃଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ଉତ୍କୃଷ୍ଟ ପଦକ୍ଷେପ ବୋଲି କୃଷି ଜାଗରଣ ପଦକ୍ଷେପ MFOI (ଭାରତ ମିଲିଅନେୟାର କୃଷକ ) ବିଷୟରେ କୃଷକମାନଙ୍କୁ ଅବଗତ କରାଯାଉଛି । ବର୍ତ୍ତମାନ ଏହି ଯାତ୍ରା ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଦେଇ ଗତି କରୁଛି । ଯେଉଁଠାରେ, ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଉଛି ଚାଷୀଙ୍କ ଦ୍ୱାରା l

ପ୍ରଗତିଶୀଳ କୃଷକ ସମ୍ମାନିତ

ଏହି କ୍ରମରେ, ଶୁକ୍ରବାର (ମାର୍ଚ୍ଚ ୮ , ୨୦୨୪ ) ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ରାମଗଡ, ଗଣେଶଗଡ ଏବଂ ବାରୁଆ ଦେଇ 'MFOI, VVIF କିସାନ ଭାରତ ଯାତ୍ରା'  ଗତି କରିଥିଲା । ଏହି ଅଞ୍ଚଳର ଚାଷୀ, କୃଷକମାନଙ୍କୁ ସମ୍ମାନିତ କରିବା ପାଇଁ ଏହି ପଦକ୍ଷେପ ବିଷୟରେ ଜାଣି ବହୁତ ଖୁସି ହେଲେ ଏବଂ ସେମାନେ ଏହି ପଦକ୍ଷେପକୁ ସମର୍ଥନ କଲେ l ଏହି ସମୟରେ ପ୍ରଭାସ ଦିନଲ, ବୀର ସିଂ ରାଜପୁତଙ୍କ ପରି କୃଷକମାନେ କୃଷି ଜାଗରଣ ଟିମ ସହିତ କଥା ହୋଇଥିଲେ ଏବଂ କୃଷକମାନେ ସମ୍ମୁଖୀନ ହେଉଥିବା ଆଞ୍ଚଳିକ ସମସ୍ୟା ବିଷୟରେ କହିଥିଲେ । ଏହା ପରେ ଏହି ଯାତ୍ରା ଆଗକୁ ବଢ଼ିଥିଲା  ​​ଏବଂ ମାର୍ଚ୍ଚ ୯ , ୨୦୨୪ ରେ ଯାତ୍ରାର ଝାନ୍ସୀ ଜିଲ୍ଲାର ଡିକୋଲି, ମଥ ଏବଂ ବର୍ଣ୍ଣାୟା ଗ୍ରାମରେ ପହଞ୍ଚିଥିଲା । ଏଠାରେ କୃଷକମାନଙ୍କୁ ଅବଗତ କରାଇବା ସହିତ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମୟରେ ପ୍ରଗତିଶୀଳ କୃଷକ ରାଜେଶ ଦୁବେ, ମନ ସିଂ ରାଜପୁତ ଏବଂ ସୁରେନ୍ଦ୍ର ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ସମୟରେ, 'MFOI, VVIF କିସାନ୍ ଭାରତ ଯାତ୍ରା'ରେ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ କମ୍ପାନୀ ଷ୍ଟିଲ୍ (STIHL) ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତ ଜୋନର ଅଂଶୀଦାର ଭାବରେ କୃଷି ଜାଗରଣ ସହିତ ଜଡିତ ହୋଇ ଏହାର କୃଷି ଉପକରଣ ପ୍ରଦର୍ଶନ କରି କୃଷକମାନଙ୍କୁ ଏହା ବିଷୟରେ ସୂଚନା ଦେଇଥିଲା l । ଆମେ ଆପଣଙ୍କୁ କହିରଖୁଛୁ ଯେ ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ 'MFOI, VVIF କିସାନ୍ ଭାରତ ଯାତ୍ରା', ଅଗ୍ରଣୀ କୃଷି ଉପକରଣ ଉତ୍ପାଦନକାରୀ ସଂସ୍ଥା ଯାହା ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳ ପାଇଁ କୃଷି ଜାଗରଣ ସହ ସହଭାଗୀ ହୋଇଛନ୍ତି । ଏହି ସହଭାଗୀତାର ଉଦ୍ଦେଶ୍ୟ ହେଉଛି କୃଷକ ସମ୍ପ୍ରଦାୟ ମଧ୍ୟରେ ଗର୍ବ ଏବଂ ପ୍ରେରଣା ଯୋଗାଇବା,କୋଟିପତି କୃଷକମାନଙ୍କୁ ସଂଯୋଗ କରିବା l ଅନ୍ୟପଟେ 'MFOI, VVIF କିସାନ୍ ଭାରତ ଯାତ୍ରା'ରେ STIHL ଇଣ୍ଡିଆ କମ୍ପାନୀ କୃଷକମାନଙ୍କୁ କୃଷି ଏବଂ କୃଷି ଉପକରଣ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହିତ ସେମାନଙ୍କୁ ସଚେତନ କରାଇବ l ଏହି କମ୍ପାନୀ ମଧ୍ୟ ରୋଡ଼ ସୋର ପାର୍ଟନର ରହିଛି l

MFOI କିଷାନ ଭାରତ ଯାତ୍ରା କ’ଣ ?

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ ଭାରତ ଯାତ୍ରା ୨୦୨୩ -୨୪ ସ୍ମାର୍ଟ ଗ୍ରାମଗୁଡିକର ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩  ରୁ ନଭେମ୍ବର ୨୦୨୪  ପର୍ଯ୍ୟନ୍ତ ସାରା ଦେଶରେ ଭ୍ରମଣ କରିବାକୁ ଲକ୍ଷ୍ୟ ରଖି ୧  ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚିବ । ଯେଉଁଥିରେ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୁକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ ଏହି ଯାତ୍ରା  l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l

MFOI KISAN BHARAT YATRA: ଆମେ ବି ହେବୁ କୋଟିପତି କୃଷକ

'MFOI, VVIF କିସାନ ଭାରତ ଯାତ୍ରା ମଧ୍ୟପ୍ରଦେଶର ଗ୍ୱାଲିଅରରେ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments