ଦେଶ ଅର୍ଥନୀତିରେ ଚାଷୀ ଅବଦାନ ଏକ ବଡ଼ ଭୂମିକା । ଏଣୁ ସରକାର ଚାଷୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଆସୁଛନ୍ତି ସର୍ବଦା । ଏହି କ୍ରମରେ ଚାଷୀଙ୍କ ପାଇଁ ଅନେକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି ଦେଶରେ । ଏହି ଯୋଜନାରେ ଚାଷୀଙ୍କୁ ଅନେକ ଲାଭ ମଧ୍ୟ ମିଳୁଛି ଯାହା ତାଙ୍କୁ ଚାଷ କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ କରୁଛି । କେନ୍ଦ୍ରୀୟ ଯୋଜନାଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ସରକାର ଋଣ ମଧ୍ୟ ପ୍ରଦାନ କରୁଛନ୍ତି । ଚାଷୀ ଏ ସମସ୍ତ ଯୋଜନା ସମ୍ପର୍କରେ ଜାଣିବା ସହ ପଞ୍ଜିକୃତ ହେବା ନିହାତି ଜରୁରୀ ।
ଏହି ଯୋଜନା ଅଧୀନରେ ଚାଷୀଙ୍କୁ ମୋଟ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ସହୟତା ପ୍ରଦାନ କରାଯାଉଛି । ଏହି ଯୋଜନାରେ ଅଧୀନରେ ହିତାଧିକାରୀ ହୋଇଥିଲେ ଚାଷୀଙ୍କୁ ଫସଲ କ୍ଷତି ପାଇଁ ଆଉ ଡରିବା ଆବଶ୍ୟକ ନାହିଁ । କାରଣ ଏହି ଫସଲ କ୍ଷତି ଭରଣା ଏବେ ସରକାର ପ୍ରଦାନ କରିବେ । ଅନେକ ସମୟରେ ଅଧିକ ବର୍ଷା କିମ୍ବା ପାଣିପାଗ ଖରାପ ଯୋଗୁଁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି । କିନ୍ତୁ ଏଥିପାଇଁ ଚାଷୀଙ୍କୁ ଚିନ୍ତା କରିବା ଆବଶ୍ୟକତା ନାହିଁ । ଏହି ଯୋଜନା ପାଇଁ ଜଣେ ଚାଷୀ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ । ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କ ଫସଲ ମଧ୍ୟ ୩୩ ପ୍ରତିଶତ ନଷ୍ଟ ହୋଇଥିଲେ ସୁଦ୍ଧା ସେମାନଙ୍କୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ ।
ଅନ୍ୟପଟେ ୬୦ ପ୍ରତିଶତରୁ ଅଧିକ ଫସଲ କ୍ଷତି ହେଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ । ଯୋଜନା ପାଇଁ କୌଣସି ସମୟ ସୀମା ରଖାଯାଇ ନାହିଁ ସରକାରୀ ସ୍ତରରେ । ହିତାଧିକାରୀ ଯେତେବେଳେ ଚାହିଁବେ ସେତେବେଳେ ଏହି ଯୋଜନାରେ ନିଜକୁ ପଞ୍ଜିକୃତ କରି ପାରିବେ । ତେବେ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ କିସାନ ସହାୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାଦ୍ୱାରା ଚାଷୀ ଲାଭବାନ ହେଉଛନ୍ତି ।
ଫଳରେ ଏହି ଯୋଜନାର ଲାଭ ଲକ୍ଷଲକ୍ଷ ଚାଷୀ ପାଇବାକୁ ଯାଉଛନ୍ତି । କିନ୍ତୁ କେବଳ ଫସଲ କ୍ଷତି ହେଲେ ଏହି ଯୋଜନାରେ ଲାଭ ମିଳି ପାରିବ ଚାଷୀଙ୍କୁ । ଏଥିପାଇଁ ଜଣେ ଅନ୍ଲାଇନ୍ରେ ମଧ୍ୟ ଆବେଦନ ପ୍ରକ୍ରିୟା କରିପାରିବ । ଏହି ଯୋଜନା ଲାଭ ଉଠାଇବାକୁ ହେଲେ ଚାଷୀ ଜଣକ ଗୁଜୁରାଟର ମୂଳ ବାସିନ୍ଦା ହୋଇଥିବା ଜରୁରୀ । ଏହାଦ୍ୱାରା ଚାଷୀଙ୍କୁ କିଛିଟା ଆଶ୍ବସ୍ତି ମଧ୍ୟ ମିଳି ପାରିବ ।
ଅଧିକ ପଢ଼ନ୍ତୁ
Share your comments