News

ଚନ୍ଦ୍ର ମାଟିରେ ହେଲା ଚାଷ

ଏଣିକି ପୃଥିବୀ ଭଳି ଚନ୍ଦ୍ର ପୃଷ୍ଠରେ ମଧ୍ୟ ଚାଷ କାମ ସମ୍ଭବ ହୋଇପାରିବ । ଯାହାକୁ ନେଇ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛନ୍ତି ବୈଜ୍ଞାନିକ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଚନ୍ଦ୍ରରୁ ଅଣାଯାଥିବା ମାଟିରେ ଚାରା ଲଗାଇ ସଫଳ ପରୀକ୍ଷଣ କରାଯାଇଛି ।

14 May, 2022 12:46 PM IST By: KJ Staff


ଅନ୍ୟ ଗ୍ରହରେ ଜୀବ ସତ୍ତାକୁ ନେଇ ବିଭିନ୍ନ ସମୟରେ ଅନେକ ଦେଶ ଭିନ୍ନ ଭିନ୍ନ ଗବେଶଣା କରିଆସୁଛନ୍ତି । ଚନ୍ଦ୍ରରେ ଜୀବନର ସମ୍ଭାବନାକୁ ନେଇ ମଧ୍ୟ ଅନୁସନ୍ଧାନ ଚାଲିଛି । ଏହାରି ମଧ୍ୟରେ ଚନ୍ଦ୍ର ପୃଷ୍ଠରୁ ଆସିଥିବା ମାଟିରେ ଚାଷର ମହାପ୍ରୟୋଗ ହୋଇଛି ସଫଳ ।

ଏଣିକି ପୃଥିବୀ ଭଳି ଚନ୍ଦ୍ର ପୃଷ୍ଠରେ ମଧ୍ୟ ଚାଷ କାମ ସମ୍ଭବ ହୋଇପାରିବ । ଯାହାକୁ ନେଇ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛନ୍ତି ବୈଜ୍ଞାନିକ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଚନ୍ଦ୍ରରୁ ଅଣାଯାଥିବା ମାଟିରେ ଚାରା ଲଗାଇ ସଫଳ ପରୀକ୍ଷଣ କରାଯାଇଛି । ଚନ୍ଦ୍ରକୁ ନେଇ କରାଯାଉଥିବା ଗବେଷଣାର ଏକ ବଡ ସଫଳତା କୁହାଯାଇପାରେ ।

ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଖାଦ୍ୟ ଏବଂ କୃଷି ବିଜ୍ଞାନ ସଂସ୍ଥାର ରୋବର୍ଟ ଫେରେଲ କହିଛନ୍ତି ଯେ, ସେ ଏବଂ ତାଙ୍କ ସହକର୍ମୀମାନେ ଆପୋଲୋ ୧୧ର ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ବଂଜ୍ ଆଲଡ୍ରିନ୍ ଏବଂ ଅନ୍ୟାନ୍ୟ ମୁନ୍‌ ୱାର୍କର୍ସଙ୍କ ଦ୍ୱାରା ଅଣାଯାଇଥିବା ଚନ୍ଦ୍ରର ମାଟିରେ ଆରାବିଡୋପସିସ୍ ( Arabidopsis )ଗଛର ମଞ୍ଜି ଗୁଡିକ ଲଗାଇଥିଲେ । ଏବେ ସମସ୍ତ ବୀଜ ଅଙ୍କୁରିତ ହେବାରେ ଲାଗିଛି ।

ଆପୋଲୋ ମିଶନରେ ଆସିଥଇଲା ଚନ୍ଦ୍ର ମାଟି

ନାସାର ଆପୋଲୋ 11, 12 ଏବଂ 17 ମିଶନ ଦ୍ୱାରା ଚନ୍ଦ୍ର ମାଟି ପୃଥିବୀକୁ ଅଣାଯାଇଥଇଲା । ବର୍ତ୍ତମାନ ବୈଜ୍ଞାନିକମାନେ ଏହି ମାଟିରେ ଚାଷ କରିଛନ୍ତି । ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ପରୀକ୍ଷଣ କରିଛନ୍ତି।

ପରୀକ୍ଷା ପାଇଁ 12 ଗ୍ରାମ ଚନ୍ଦ୍ର ମାଟିର ପ୍ରୟୋଗ

ଚନ୍ଦ୍ର ମାଟିରେ ଜଳ, ପୋଷକ ତତ୍ତ୍ୱ ଏବଂ ଆଲୋକ ମିଶାଇ ଥାଲ କ୍ରସ ମଞ୍ଜି ବୁଣିବା ପାଇଁ ଏହି ବୈଜ୍ଞାନିକଙ୍କ ଟିମ ଏହି ପରୀକ୍ଷଣ କରିଥିଲା ​​। ତେବେ ନାସା ତରଫରୁ ଏହି ଟିମରେ ମାତ୍ର 12 ଗ୍ରାମ ଚନ୍ଦ୍ର ମାଟି ଥିଲା। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ପ୍ରାୟ ସମସ୍ତ ମଞ୍ଜି ଅଙ୍କୁରିତ ହୋଇଛି ।

ଅନୁପଯୋଗୀ ଜମି ରେ ଚାଷ !

ନୂଆ କୌଶଳରେ ଆଳୁ ଚାଷ କରନ୍ତୁ- ବଢ଼ିବ ଅମଳ, କମିବ ଖର୍ଚ୍ଚ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)