
fears grew over the lumpy virus the department of animal resources warned 14 districts
ମହାମାରୀ କରୋନା (Coronavirus)ର ପ୍ରକୋପ କମିଥିବା ବେଳେ ବର୍ତ୍ତମାନ ଲମ୍ପି ଭାଇରସ୍ (Lumpy Virus) କୁ ନେଇ ଚିନ୍ତା ବଢ଼ିଛି । ଲମ୍ପି ସ୍କିନ୍ ଡିଜିଜ୍ ବା ଚର୍ମବିଣ୍ଡି ରୋଗ ଗାଈଗୋରୁଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସଂକ୍ରାମକ ରୋଗ ।
ସୂଚନା ମୁତାବକ, ଭାରତରେ ଲମ୍ପି ଭାଇରସ୍ (Lumpy Virus) ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି । ଗତ 2019 ଅଗଷ୍ଟରେ ଓଡ଼ିଶା (odisha)ରେ ଏହି ଭାଇରସ୍ (Virus)ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଦେଶର 10ଟି ରାଜ୍ୟରେ ଗୋରୁମାନଙ୍କ ଦେହରେ ଏହି ଭାଇରସ୍ (Virus) ଚିହ୍ନଟ କରାଯାଇଛି ।
ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଗାଈଗୋରୁ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହେବା ପରେ ଓଡ଼ିଶା (odisha)ଆଲର୍ଟ ଜାରି ହୋଇଛି । ଏହି ଭାଇରସ୍ (Virus)କୁ ନେଇ ସତର୍କ ରହିବାକୁ ବାଲେଶ୍ୱର ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ନୂଆପଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ବରଗଡ଼ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କୋରାପୁଟ ଜିଲ୍ଲା ଓ ମାଲକାନଗିରି 14 ଜିଲ୍ଲାକୁ ଆଲର୍ଟ କରାଯାଇଛି ।
ପ୍ରକାଶ ଥାଉ ଯେ, ପ୍ରାଣୀମାନଙ୍କ ମଧ୍ୟରେ ରୋଗ ସଂକ୍ରମଣକୁ ରୋକିବା ପାଇଁ ରହୁଥିବା ସ୍ଥାନ କିମ୍ବା ଗୁହାଳକୁ ନିୟମିତ ବିଶୋଧନ କରିବା ଉଚିତ୍ ।
ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ଚାଁହୁଛନ୍ତି କି ? କରନ୍ତୁ ଏହି ବିଜନେସ ; ସରକାର କରିବେ ସାହାଯ୍ୟ
Share your comments