1. କୃଷି ଖବର

ନିବେଶ ବଢ଼ିଲେ ବଢ଼ିବ କୃଷକଙ୍କ ଆୟ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତ ସମେତ ସାରା ପୃଥିବୀରେ ଦୃତ ପରିବର୍ତ୍ତନ ଘଟୁଛି । ଯାହାର ବେଗ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍ ଠାରୁ ବି ଅଧିକ ବେଗରେ । ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଂଘ (ଫିକି)ର ୯୩ ତମ ବାର୍ଷିକ ସାଧାରଣ ବୈଠକରେ ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମହାସଂଘର ସାଧାରଣ ବୈଠକରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶ ସହିତ ସାରା ବିଶ୍ୱର ବିଭିନ୍ନ କ୍ଷେତ୍ରରେ ତୀବ୍ର ହେଉଛି ପରିବର୍ତ୍ତନ ।

KJ Staff
KJ Staff
Narendra Modi

Narendra Modi

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତ ସମେତ ସାରା ପୃଥିବୀରେ ଦୃତ ପରିବର୍ତ୍ତନ ଘଟୁଛି । ଯାହାର ବେଗ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍ ଠାରୁ ବି ଅଧିକ ବେଗରେ । ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଂଘ (ଫିକି) ର ୯୩ ତମ ବାର୍ଷିକ ସାଧାରଣ ବୈଠକରେ ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମହାସଂଘର ସାଧାରଣ ବୈଠକରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶ ସହିତ ସାରା ବିଶ୍ୱର ବିଭିନ୍ନ କ୍ଷେତ୍ରରେ ତୀବ୍ର ହେଉଛି ପରିବର୍ତ୍ତନ ।

ମହାମାରୀ କରୋନା ଯୋଗୁଁ ଦେଖା ଦେଇଥିବା ମାନ୍ଦା ସ୍ଥିତିରେ ଏବେ ଧିରେ ଧିରେ ସୁଧାର ଆସୁଛି ଓ ସ୍ଥିତି ସ୍ୱଭାବିକ ହେଉଛି । ଏହି ସଂକଟ ବେଳେ ଭାରତ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । ମହାମାରୀ ସମୟରେ ଦେଶବାସୀ ଯେଭଳି ଏକଜୁଟ୍ ହୋଇ କରୋନା ବିରୋଧରେ ଲଢେଇ କଲେ ତାହା ଇତିହାସ ସୃଷ୍ଟି କରିଛି । ସେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେବା ଅବସରରେ ନୂତନ କୃଷି ଆଇନକୁ ସମର୍ଥନ କରିଥିଲେ । ଏହି ଆଇନ ବଳରେ ସରକାର କୃଷି ଉତ୍ପାଦ ଓ ବିକ୍ରି କ୍ଷେତ୍ରରେ ଥିବା ବାଧା ବିଘ୍ନକୁ ସରକାର ଧିରେ ଧିରେ ସମାଧାନ କରିବାକୁ ଚାହୁଁଥିବା କଥା ସେ କହିଥିଲେ । ଏହି ବିଲ ମାଧ୍ୟମରେ କୃଷକଙ୍କ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରାଯାଇ କୃଷି କ୍ଷେତ୍ରରେ ନିବେଶକୁ ବୃଦ୍ଧି କରାଯାଇପାରିବ ବୋଲି ସେ କହିଥିଲେ ।

ନୂଆ କୃଷି ଆଇନକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କି କୃଷିକ୍ଷେତ୍ର ଓ ଏହା ସହିତ ଜଡିତ ଅନ୍ୟକ୍ଷେତ୍ର ଯେମିତିକି ଖାଦ୍ୟ ପ୍ରକ୍ରିୟାକରଣ , ଶିତଳଭଣ୍ଡାର ଭଳି ସମସ୍ୟାକୁ କିଭଳି ସମାଧାନ କରାଯାଇ ପାରିବ ସେ ନେଇ ସରକାର ସଜାଗ ରହିଛନ୍ତି । ଏହି ସମସ୍ୟାର ସମାଧାନ ହୋଇପାରିଲେ କୃଷକ ମାନଙ୍କୁ ଏକ ସ୍ୱତନ୍ତ୍ର ବଜାର ଉପଲବ୍ଧ ହୋଇପାରିବ । ସେ ଦାବି କରିଛନ୍ତି କି କୃଷି ଆଇନର ପରିବର୍ତ୍ତନ ରେ କୃଷକ ମାନଙ୍କୁ ପ୍ରଯୁକ୍ତି ବିଦ୍ୟାର ଲାଭ ମିଳିବ, ଦେଶରେ ଆଧୁନିକ ପ୍ରଣାଳୀରେ ଶିତଳଭଣ୍ଡାର ନିର୍ମାଣ ହେବ, କୃଷି କ୍ଷେତ୍ରବେ ପୁଞ୍ଜିନିବେଶ ବଢିବ । ଏହାର ଲାଭ କେବଳ ଦେଶର ଚାଷୀ ଭାଇ ମାନଙ୍କୁ ମିଳିବ । କରୋନା ଭଳି ମହାମାରୀ ମଧ୍ୟରେ ଦେଶର ଆର୍ôଥକ ସୁଧାର ଆସୁଥିବାରୁ ଏହାର ଶ୍ରେୟ ସେ ଦେଶର କୃଷକ ଓ ଯୁବକ ମାନଙ୍କୁ ଦେଇଛନ୍ତି ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments