1. କୃଷି ଖବର

ରାଜ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଉପରେ ବର୍ଷିଲେ ବିରୋଧୀ

ରାଜ୍ୟରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିସାରିଛନ୍ତି ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳ । ପୋର୍ଟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

Shuvanshu Kar
Shuvanshu Kar
flood damage assessment: Opposition alleges erroneous report

flood damage assessment: Opposition alleges erroneous report

ରାଜ୍ୟରେ ବନ୍ୟା କ୍ଷୟକ୍ଷତି(flood damage assessment)ର ରିପୋର୍ଟ ପ୍ରଦାନ କରିସାରିଛନ୍ତି ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳ । ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯାଇସାରିଛି । ହେଲେ ରିପୋର୍ଟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବନ୍ୟା କ୍ଷୟକ୍ଷତି ରିପୋର୍ଟର ଶ୍ବେତପତ୍ର(white paper) ସରକାର ଜାରି କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । କ୍ଷତିଗ୍ରସ୍ତଙ୍କ ପାଇଁ ସରକାର ସହାୟତା ରାଶି ଘୋଷଣା କରିବା ପରେ ଏହାକୁ ନେଇ ବର୍ଷିଛି ବିଜେପି । ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ବନ୍ୟା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ ହୋଇଛନ୍ତି । ତରବରିଆ ଭାବରେ ରିପୋର୍ଟ ପ୍ରସ୍ତୁତ ହୋଇଥିବାବେଳେ 120 କୋଟି ଟଙ୍କା ସହାୟତା ଘୋଷଣା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ବିଜେପି ଅଭିଯୋଗ ଆଣିଛି ।

ସରକାରଙ୍କ ରିପୋର୍ଟ ଅନୁଯାୟୀ 24ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟରେ 14 ହଜାର 235ଟି ବାସଗୃହ ନଷ୍ଟ ହୋଇଥିବାବେଳେ 1236 ଗୁହାଳ ଭାଙ୍ଗିଛି । ସେହିପରି 5036 ହେକ୍ଟର ଚାଷଜମି ନଷ୍ଟ ହୋଇଛି । ମାଛ ଚାଷ କଥା ଯଦି କହିବା, ତାହେଲେ 28.382 ହେକ୍ଟର ମାଛ ପୋଖରୀ ଓ 483.145 ହେକ୍ଟର ମାଛ ଜାଆଁଳା ଚାଷ କ୍ଷତିଗ୍ରସ୍ତ ହୋଇଛି ।

ବନ୍ୟା କ୍ଷୟକ୍ଷତି ବାବଦକୁ 128 କୋଟି 58 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ସରକାର । ଜଳବନ୍ଦୀ ଯୋଗୁ ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟ ସହାୟତା ବାବଦକୁ ଅଦ୍ୟାବଧି ଜିଲ୍ଲାପାଳମାନଙ୍କୁ ୯୯ କୋଟି ୯୨ ଲକ୍ଷ ୯୭ ହଜାର ଟଙ୍କା ମଞ୍ଜୁର କରାଯାଇଛି ।

ରାଜ୍ୟରେ ପ୍ରଭାବିତ ୨୪ ଜିଲ୍ଲା ମଧ୍ୟରେ ଅନୁଗୁଳ, ବରଗଡ଼, ବୌଦ୍ଧ, ନୟାଗଡ, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଭଦ୍ରକ ବାଲେଶ୍ୱର, ଯାଜପୁର, କେଉଁଝର, ମୟୁରଭଞ୍ଜ, ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ,କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ ସୁନ୍ଦରଗଡ଼ ସାମିଲ ରହିଛି ।

ରାଜ୍ୟରେ ହତାସ ପ୍ରକୃତ ଚାଷୀ, ହଲାଣ୍ଡ ଗସ୍ତରେ ସରକାରୀ ବାବୁ !

ବନ୍ୟା ଉଜାଡିଲା ଫସଲ, ବର୍ଷା ସାଜିବ ବରଦାନ !

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments