1. କୃଷି ଖବର

2050 ସୁଦ୍ଧା ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ହେବ 600 ମିଲିୟନ ହେକ୍ଟର ଚାଷ ଜମି

ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, 2012 ତୁଳନାରେ 2050ସୁଦ୍ଧା ବିଶ୍ବରେ ଜନ ସମୁଦାୟକୁ ଖାଦ୍ୟ ଯୋଗାଇବା ପାଇଁ 50 ପ୍ରତିଶତ ଅଧିକ ଖାଦ୍ୟର ଆବଶ୍ୟକତା ପଡିପାରେ । ଏନେଇ ଫସଲ ଏବଂ ପଶୁପାଳନ ଉତ୍ପାଦନ ପାଇଁ 165ରୁ 600 ମିଲିୟନ ହେକ୍ଟର ଅଧିକ ଜମି ଆବଶ୍ୟକ ହେବ ।

Shuvanshu Kar
Shuvanshu Kar
Food production will need 165-600 million hectares more land to meet demand by 2050

Food production will need 165-600 million hectares more land to meet demand by 2050

ବିଶ୍ବରେ ହୁ ହୁ ହୋଇ ବଢିଚାଲିଛି ଜନ ସଂଖ୍ୟା । ଏପଟେ ଆର୍ଥିକ ସଂକଟକୁ ନେଇ ଅନେକ ଦେଶରେ ଲାଗି ରହିଛି ଅସ୍ଥିରତା । ଏହାରି ମଧ୍ୟରେ ଖାଦ୍ୟ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ । ଜାତିସଂଘର ଏକ ରିପୋର୍ଟ(United Nations Report) ଅନୁଯାୟୀ, 2012 ତୁଳନାରେ 2050ସୁଦ୍ଧା ବିଶ୍ବରେ ଜନ ସମୁଦାୟକୁ ଖାଦ୍ୟ ଯୋଗାଇବା ପାଇଁ 50 ପ୍ରତିଶତ ଅଧିକ ଖାଦ୍ୟର ଆବଶ୍ୟକତା ପଡିପାରେ । ଏନେଇ ଫସଲ ଏବଂ ପଶୁପାଳନ ଉତ୍ପାଦନ ପାଇଁ 165ରୁ 600 ମିଲିୟନ ହେକ୍ଟର ଅଧିକ ଜମି(agriculture land) ଆବଶ୍ୟକ ହେବ । ଏହା ମଧ୍ୟରୁ ଅଧିକାଂଶ ଜଙ୍ଗଲ ଏବଂ ଅନ୍ୟାନ୍ୟ ଜଟିଳ ଇକୋସିଷ୍ଟମ୍ ଦ୍ୱାରା ପରିବ୍ୟାପ୍ତ ।

ଗତ ସେପ୍ଟେମ୍ବର 30ରେ ଖାଦ୍ୟ ଏବଂ କୃଷି ସଂଗଠନ FAO-ଗ୍ଲୋବାଲ୍ ଲ୍ୟାଣ୍ଡସ୍କେପ୍ ଫୋରମରେ ଜଙ୍ଗଲ ସହିତ ଏଗ୍ରିଫୁଡ୍ ସିଷ୍ଟମକୁ ପରିବର୍ତ୍ତନ କରୁଥିବା ରିପୋର୍ଟରେ ପ୍ରକାଶ କରିଛି । ଚାହିଦା ପୂରଣ ପାଇଁ କେବଳ ଅମଳ ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ ଏବଂ ଅନ୍ୟାନ୍ୟ ପଦକ୍ଷେପ ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି। ଏଥିରେ ଅବନତି ହୋଇଥିବା ଜମିର ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲ ସମ୍ପଦ କ୍ଷୟ ନକରି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଜୋର ଦିଆଯାଇଛି ।

2000-2018ରୁ ବିଶ୍ବ ସ୍ତରରେ ପ୍ରାୟ 90 ପ୍ରତିଶତ ଜଙ୍ଗଲ ନଷ୍ଟ ହେବା କୃଷି ଉପରେ ପ୍ରଭାବ ପକାଇଛି । ଏହା ସଂପୃକ୍ତ ଇକୋସିଷ୍ଟମ୍ ଯଥା ଅଙ୍ଗାରକାମ୍ଳ ନିର୍ଗମନ ସହିତ ଜୈବ ବିବିଧତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏ ଦିଗରେ ପରିବର୍ତ୍ତନ ଆଣିବାରେ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ କୁହାଯାଇଛି। ଜଙ୍ଗଲ ଏବଂ ଜୈବ ବିବିଧତା ଉପରେ ପ୍ରଭାବକୁ କମ୍ କରି ସର୍ବାଧିକ ବୃଦ୍ଧି ପାଇଁ କୃଷକମାନେ ସେମାନଙ୍କ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।

ଚଳିତ ବର୍ଷ ପ୍ରାରମ୍ଭରେ ପ୍ରକାଶିତ FAO ଗ୍ଲୋବାଲ ଫରେଷ୍ଟ ରିସୋର୍ସ ଆକଳନ 2022 ଅନୁଯାୟୀ ବିଶ୍ବରେ ଗତ ଦୁଇ ଦଶନ୍ଧି ମଧ୍ୟରେ 420 ମିଲିୟନ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି ।

ଖାଉଟିଙ୍କ ପାଇଁ ବଡ ଖବର, ନିୟନ୍ତ୍ରଣରେ ଅଛି ଅଟା-ଚାଉଳ ଦର

NFSA Ranking: ୧ ନମ୍ବର ସ୍ଥାନରେ ଓଡ଼ିଶା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments