କୃଷି କ୍ଷେତ୍ରରେ ବିକାଶ ରାଷ୍ଟ୍ର ନିର୍ମାଣରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । କୃଷି କ୍ଷେତ୍ରରେ ବିଶ୍ବ ସ୍ତରରେ ଭାରତ ସବୁଠୁ ଆଗରେ ରହିଛି । ତଥାପି ଭାରତରେ 80 ପ୍ରତିଶତରୁ ଅଧିକ କ୍ଷୂଦ୍ର ଚାଷୀ ଅଛନ୍ତି । ଚାଷୀଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ, ଋୁଣ, ଉନ୍ନତ କୃଷି ଉପକରଣ ଏବଂ ବଜାର ଯାଏଁ ପହଞ୍ଚିବା ପାଇଁ ସୁବିଧା ପ୍ରଦାନର ଆବଶ୍ୟକତା ରହିଛି । ଏହା ଦ୍ବାରା ସେମାନଙ୍କୁ ଗୁଣାତ୍ମକ ଫସଲ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରାଯାଇପାରିବ । ଏଣୁ କୃଷିକୁ ଆତ୍ମନିର୍ଭର କୃଷିରେ ପରିବର୍ତ୍ତନ କରିବା ପାଇଁ ଏଫପିଓ(FPO)ର ପ୍ରଚର ଓ ଗଠନ ପ୍ରଥମ ପଦକ୍ଷେପ ।
କ୍ଷୂଦ୍ର, ସୀମାନ୍ତ ଓ ଭୂମିହୀନ ଚାଷୀଙ୍କୁ କୃଷି ଉତ୍ପାଦକ ସଂଗଠନରେ ସାମିଲ କରିବା ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ହେବା ସହିତ ସେମାନଙ୍କୁ ଆର୍ଥିକ ସୁଦୃଢତା ଓ ବଜାର ସହ ଯୋଡିବାରେ ସହାୟକ ହେବ । କେନ୍ଦ୍ର ଯୋଜନା ଅନ୍ତର୍ଗତ ସମଗ୍ର ଭାରତରେ କୃଷକ ଉତ୍ପାଦକ ସଂଗଠନ(FPO)ର ଗଠନ କରାଯାଉଛି । ଏହି ଯୋଜନା ଆଧାରରେ କେନ୍ଦ୍ର ସରକାର ଅର୍ଥ ଘୋଷଣା ସହିତ ଏଫପିଓ(FPO)ର ଗଠନ ଓ କ୍ଲଷ୍ଟର ଆଧାରିତ ବ୍ୟବସାୟୀକ ସଂଗଠନ, ସିବିବିଓ ମାଧ୍ୟମରେ କରାଯିବାକୁ ଯୋଜନା ରହିଛି । ଏହି ସଂଗଠନ କମ୍ପାନୀ କିମ୍ବା କୋ-ଅପରେଟିଭ ଅଧିନିୟମ(cooperative act)ଅନ୍ତର୍ଗତ ପଞ୍ଜୀକରଣ କରାଯିବ । ପ୍ରତ୍ୟେକ ଚାଷୀ ଚିହ୍ନିତ ବ୍ଲକରେ ଅଂଶ ରାଶି ଦେଇ କୃଷି ଉତ୍ପାଦକ ସଂଗଠନର ସଦସ୍ୟ ହୋଇପାରିବେ ।
କ୍ଲଷ୍ଟର ଆଧାରିତ ବ୍ୟବସାୟୀକ ସଂଗଠନର ଭୂମିକା କୃଷକ ଉତ୍ପାଦକ ସଂଗଠନକୁ ମଜବୁତ କରିବା ପାଇଁ ହେବା ଉଚିତ । ଏହା ଦ୍ବାରା ଚାଷୀ ସେମାନଙ୍କୁ ଖୋଜି ପାଇପାରିବ । ଏଫପିଓ କେବଳ ଏକ କମ୍ପାନୀ ନୁହେଁ, ବରଂ ଏହା ଚାଷୀଙ୍କ ଲାଭ ପାଇଁ ଏକ ସାମୁହିକ ସଂସ୍ଥା ଅଟେ । ଏଣୁ କିଭଳି ଅଧିକରୁ ଅଧିକ ଚାଷୀ ଏଫପିଓରେ ସାମିଲ ହେବେ ଏ ଦିଗରେ କାର୍ଯ୍ୟ ହେବା ଜରୁରୀ ।
ଫେବୃଆରୀରେ ଆରମ୍ଭ ହେବ Agri Startup, cooperative & FPO summit
ଆଜିଠୁ ଜେନେଭାରେ ଦ୍ୱାଦଶ ଡବ୍ଲ୍ୟୁଟିଓ ମନ୍ତ୍ରୀସ୍ତରୀୟ ସମ୍ମିଳନୀ
କୃଷକ ଉତ୍ପାଦକ ସଂଗଠନ:
- ଏଫପିଓଗୁଡିକ ସ୍ବେଚ୍ଛାସେବୀ ସଂଗଠନ ଯାହାକି କୃଷକ-ସଦସ୍ୟଙ୍କ ଦ୍ବାରା ପରିଚାଳିତ । ଏଫପିଓର ସଦସ୍ୟମାନେ ଏହାର ନୀତି ନିର୍ଣ୍ଣୟ ଏବଂ ନିଷ୍ପତ୍ତି ନେବାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି ।
- ଯେଉଁମାନେ ଏହାର ସେବା ବ୍ୟବହାର କରିବାରେ ସକ୍ଷମ ଅଟନ୍ତି ଏବଂ ଲିଙ୍ଗ, ସାମାଜିକ, ଜାତି, ରାଜନୈତିକ କିମ୍ବା ଧାର୍ମିକର ପାର୍ଥକ୍ୟ ବିନା ସଦସ୍ୟତାର ଦାୟିତ୍ବ ଗ୍ରହଣ କରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ଏଫପିଓର ସଦସ୍ୟତା ଖୋଲା ଅଛି ।
- ଏଫପିଓର ଅପରେଟରମାନେ ସେମାନଙ୍କର କୃଷକ-ସଦସ୍ୟ, ନିର୍ବାଚିତ ପ୍ରତିନିଧୀ, ପରିଚାଳକ ଏବଂ କର୍ମଚାରୀମାନଙ୍କୁ ଶିକ୍ଷା ଏବଂ ତାଲିମ ପ୍ରଦାନ କରନ୍ତି ଯାହା ଦ୍ବାରା ସେମାନେ ସେମାନଙ୍କର ଏଫପିଓର ବିକାଶରେ ପ୍ରଭାବଶାଳୀ ଭାବରେ ଯୋଗଦାନ କରିପାରିବେ ।
- ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟରେ ଥିବା ଏଫପିଓଗୁଡିକର ଉତ୍ସାହଜନକ ଫଳାଫଳ ଦେଖିବାକୁମିଳିଛି ଏବଂ ଏହି କୃଷକମାନେ ସେମାନଙ୍କ ଉତ୍ପାଦରୁ ଭଲ ଆୟ ପାଇବାକୁ ସକ୍ଷମ ହୋଇଛନ୍ତି ।
ଏଫପିଓର ଲାଭ:
- ହାରାହାରି ଜମି ଚ୍ୟାଲେଞ୍ଜର ସମାଧାନ: ଭାରତରେ ହାରାହାରି କୃଷି ଜମି ଆକାର 1970-71 ମସିହାରେ 2.3 ହେକ୍ଟରରୁ ଖସି 2015-16ରେ 1.08 ହେକ୍ଟର ରହିଥଇଲା । ଏହା ସହିତ କୃଷି କ୍ଷେତ୍ରରେ କ୍ଷୁଦ୍ର ଚାଷୀଙ୍କ ଅଂଶ 1980-81ରେ 70% ରୁ 2015-16 ରେ 86% କୁ ବୃଦ୍ଧି ପାଇଲା ।
- ସାମୁହିକ ଚାଷ ପାଇଁ ଏବଂ କ୍ଷୁଦ୍ର ଜମିର ଉତ୍ପନ୍ନ ଉତ୍ପାଦନ ଚ୍ୟାଲେଞ୍ଜର ସମାଧାନ ପାଇଁ ଏଫପିଓ ଚାଷୀମାନଙ୍କୁ ଉତ୍ସାହିତ କରିପାରିବ ।
- ଏହା ବ୍ୟତୀତ କୃଷି ଉଦ୍ଭାବନ ଏବଂ ଉତ୍ପାଦନରେ ବୃଦ୍ଧି ଅତିରିକ୍ତ ନିଯୁକ୍ତି ସୃଷ୍ଟିରେ ମଧ୍ୟ ସହାୟକ ଏଫପିଓ ହେବ ।
କୃଷି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ପାଖାପାଖି 7000 ଏଫପିଓର ଗଠନ କରାଯାଇଥିଲା । ହେଲେ ଏସବୁ ତିଷ୍ଟି ରହିପାରିନାହିଁ । ଏହାପରେ 6865 କୋଟି ବ୍ୟୟ ଅଟକଳରେ କିଛ ମାସ ପୂର୍ବରୁ ନୂଆ ଏଫପିଓ ଯୋଜନାର ଶୁଭାରମ୍ଭ କରାଯାଇଛି । ଏଭଳି ସ୍ଥିତିରେ ଯେତେବେଳେ ଦେଶ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରୁଛି, ସେବେ ସରକାର ଚାଷୀଙ୍କ ସମୃଦ୍ଧି ପାଇଁ ଏ ଦିଗରେ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି ।
ଚାଷୀମାନଙ୍କୁ ଏଫପିଓରେ ସାମିଲ କରାଇବା ପାଇଁ ଜାଗୃତ କରିବା ଆବଶ୍ୟକ । ଭାରତରେ ଅଧିକାଂଶ କ୍ଷୂଦ୍ର ଚାଷୀ ଥିବାରୁ ଉତ୍ପାଦନ ପ୍ରଯ଼ୁକ୍ତିବିଦ୍ୟା, ଉଚିତ ମୂଲ୍ୟରେ ଗୁଣାତ୍ମକ ଜିନିଷ, ବିହନ ଉତ୍ପାଦନ, କୃଷି ଉପକରଣ, ଋୁଣ, ନିବେଶ ଓ ସବୁଠୁ ଗୁରୁତ୍ବପୂର୍ଣ୍ଣ ବଜାରରେ ବିଭିନ୍ନ ଆହ୍ବାନର ସାମ୍ନା କରିାକୁପଡୁଛି । ଏହାକୁ ଦୃଷ୍ଟିରେ ରଖି ଏଫପିଓ ଗଠନ ମାଧ୍ୟମରେ ଏଭଳି ଉତ୍ପାଦକର ସାମୁହିକୀକରଣ ଏଭଳି ଆହ୍ବାନର ସାମାଧାନ କରି ଚାଷୀଙ୍କ ଆୟ ବୃଦ୍ଧିରେ ବଡ ଭୂମିକା ଗ୍ରହଣ କରିବ ।
ଚଳିତ ବର୍ଷ ପ୍ରଥମରେ ଏଫପିଓ ଲଉପରେ ଗୁରୁତ୍ବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଫପିଓ ମାନଙ୍କ ଜରିଆରେ ସଦସ୍ୟମାନେ ବିହନ, ଜୈବିକ ସାର, ବିଭିନ୍ନ ପ୍ରକାର ପନିପରିବା ଓ ଫଳମୂଳ ଇତ୍ୟାଦି ପାଇପାରୁଛନ୍ତି । ଏଫପିଓମାନେ ମଧ୍ୟ କୃଷକମାନଙ୍କୁ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି । ସେମାନେ ଇ-ନାମ ସୁବିଧା ପାଉଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ନେଇ ଥିବା ଲକ୍ଷ୍ୟକୁ ସାକାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦେଶରେ ଚାଷୀମାନଙ୍କ ଆତ୍ମବିଶ୍ୱାସ ହିଁ ଦେଶ ସଶକ୍ତି ହେବାର ଚାବିକାଠି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଚାଷ କ୍ଷେତ୍ରରେ କୃଷକ ଉତ୍ପାଦକ ସଂଗଠନର ଭୂମିକାକୁ ନେଇ କୃଷି ଜାଗରଣ ମଧ୍ୟ ତିନି ଦିନିଆ ସମ୍ମିଳନୀର ଆୟୋଜନ କରିବାକୁଯାଉଛି । ଜୁନ 11 ରେ ଏହାର ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା ବର୍ଷ 24ରୁ 26 ଫେବୃଆରୀ ଯାଏଁ ଚାଲିବ । ଏଗ୍ରି ଷ୍ଟାର୍ଟଅପ, କୋ-ଅପରେଟିଭ, ଓ ଏଫପିଓ(Agri Startup, cooperative & FPO summit) ଏହି ସମ୍ମିଳନୀର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ । କୃଷି ଜାଗରଣର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକ ଏହାର ଘୋଷଣା କରି କହିଛନ୍ତି, ଏଗ୍ରି ଷ୍ଟାର୍ଟଅପ, କୋ-ଅପରେଟିଭ, ଓ ଏଫପିଓ ଆଦି ତିନୋଟି କ୍ଷେତ୍ର ଏକଜୁଟ ହୁଅନ୍ତି, ତାହେଲେ କୃଷି କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆସିବ । କୃଷି ଜାଗରଣ ଏହି ଅଭିଯାନର ଷ୍ଟାର୍ଟଅପ ପାଇଁ ଏକ ମଞଅଚ ହୋଇ ସାମ୍ନାକୁ ଆସିବ ଓ ଏହାଦ୍ବାରା କୃଷି କ୍ଷେତ୍ରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।
Share your comments