ସାରା ବିଶ୍ୱରେ ଚମକିଲା ଭାରତୀୟ କୃଷି ଵିଦ୍ୟାଲୟ | କ୍ୟୁଏସ ୱାର୍ଲଡ ୟୁନିଭର୍ସିଟି ରାଙ୍ଗିଙ୍ଗ( QS World Rankings)ରେ ପ୍ରଥମ ଥର ସ୍ଥାନ ପାଇଛି ଗୋବିନ୍ଦ ବଲଭ ପନ୍ଥ କୃଷି ବିଶ୍ୱବିଦ୍ୟାଳୟ(G B Pant University) । 1300 ବିଶ୍ୱବିଦ୍ୟାଳୟ ମଧ୍ୟରୁ 361 ତମ ସ୍ଥାନରେ ରହିଛି ଯିବି ପନ୍ଥ ବିଶ୍ୱବବିଦ୍ୟାଳୟ । କ୍ୟୁଏସ ୱାର୍ଲଡ କ୍ୟୁଏସ ୱାର୍ଲଡ ୟୁନିଭର୍ସିଟି ରାଙ୍ଗିଙ୍ଗ ଦେଶର ମୋଟ 41ଟି ବିଶ୍ୱ ବିଦ୍ୟାଳୟ ସ୍ଥାନ ପାଇଛି । ସେମାନଙ୍କ ମଧ୍ୟରୁ ବେଙ୍ଗଲୁରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ 155 ତମ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ଓ ଦିଲ୍ଲୀ ଆଇଆଇଟି କ୍ରମଶଃ 172 ଓ 174 ସ୍ଥାନରେ ରହିଛନ୍ତି ।
କ୍ୟୁଏସ ୱାର୍ଲଡ ୟୁନିଭର୍ସିଟି ରାଙ୍ଗିଙ୍ଗ( QS World Rankings)ରେ ବିଶ୍ବର ମୋଟ 31 ହଜାର ବିଶ୍ବ ବିଦ୍ୟାଳୟରୁ 1300 ବିଶ୍ବବିଦ୍ୟାଳୟକୁ ଚୟନ କରାଯାଇଛି । ଏଥିରେ ପ୍ରଥମ ଥର ପାଇଁ ପନ୍ଥ ବିଶ୍ବବିଦ୍ୟାଳୟ 361 ତମ ସ୍ଥାନ ହାସଲ କରି ରେକର୍ଡ ସୃଷ୍ଟି କରିଛି ।
ଶିକ୍ଷା, ଅନୁସଂଧାନ ଆଦି କ୍ଷେତ୍ରରେ ଉତ୍କୃଷ୍ଠ ପ୍ରଦର୍ଶନକୁ ଆଧାର କରି କ୍ୟୁଏସ ୱାର୍ଲଡ ୟୁନିଭର୍ସିଟି ରାଙ୍ଗିଙ୍ଗ ପ୍ରସ୍ତୁତ କରାଯାଏ । ଏହି ଶ୍ରେଣୀରେ ପନ୍ଥ ବିଶ୍ବବିଦ୍ୟାଳୟ ଏକମାତ୍ର କୃଷି ବିଶ୍ବ ବିଦ୍ୟାଳୟ । ବିଶାଳ ଗ୍ଲୋବାଲ ନେଟଓ୍ବାର୍କ, ବିଦେଶୀ ବିଦ୍ବାନଙ୍କ ମଧ୍ୟରେ ବଢୁଥିବା ସମ୍ପର୍କ, ଛାତ୍ରଛାତ୍ରୀ ଓ ଶିକ୍ଷାର ଉତ୍କୃଷ୍ଟ ଗୁଣବତ୍ତା, ଶୈକ୍ଷିକ ଗତିବିଧିରେ ଅନଲାଇନ ପାଠପଢାର ବୃହତ ସମାବେଶ, ଅଧ୍ୟାପକଙ୍କ ଅନୁସନ୍ଧାନ ପତ୍ରର ଉତ୍କୃଷ୍ଟତା ପାଇଁ ଏହି ବିଶ୍ବ ବିଦ୍ୟାଳୟ ନିଜର ଉପଲବ୍ଧି ହାସଲ କରିଛି ।
ଗୋବିନ୍ଦ ବଲ୍ଲଭ ପନ୍ଥ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ପନ୍ଥନଗର ବିଶ୍ୱବିଦ୍ୟାଳୟ) ହେଉଛି ଭାରତର ପ୍ରଥମ କୃଷି ବିଶ୍ୱବିଦ୍ୟାଳୟ । ଏହାକୁ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ 17 ନଭେମ୍ବର, 1960 ରେ ଉତ୍ତରପ୍ରଦେଶ କୃଷି ବିଶ୍ୱବିଦ୍ୟାଳୟ ନାମରେ ଉଦଘାଟନ କରିଥିଲେ।
1972 ମସିହାରେ ମହାନ ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ନାଁରେ ଏହାକୁ ଗୋବିନ୍ଦ ବଲ୍ଲଭ ପନ୍ଥ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ଭାବରେ ନାମିତ କରାଗଲା । ଏହି ବିଶ୍ୱବିଦ୍ୟାଳୟ ଉତ୍ତରାଖଣ୍ଡର ଉଦାମସିଂହନଗର ଜିଲ୍ଲା ଅନ୍ତର୍ଗତ ପନ୍ଥନଗର ନାମକ କ୍ୟାମ୍ପସ-ଟାଉନରେ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟ ଭାରତରେ ସବୁଜ ବିପ୍ଳବର ବାର୍ତ୍ତା ବୋଲି ବିବେଚନା କରାଯାଏ ।
Share your comments