News

ଭକ୍ତଙ୍କ ଗହଣରେ ଏଥର ଜମିବ ଗଣେଶ ପୂଜା

ଏ ବର୍ଷ ଭକ୍ତମାନଙ୍କ ଗହଣରେ ହେବ ଗଣେଶ ପୂଜା । 2 ବର୍ଷର କୋରୋନା କଟକଣା ପରେ ବିନା ବାଧାରେ ଭକ୍ତମାନଙ୍କୁ ଦର୍ଶନ ଦେବେ ଗଜାନନ ।

25 August, 2022 4:45 PM IST By: Sudesna Nayak

ଏ ବର୍ଷ ଭକ୍ତମାନଙ୍କ ଗହଣରେ ହେବ ଗଣେଶ ପୂଜା (Ganesh puja) । 2 ବର୍ଷର କୋରୋନା (Corona) କଟକଣା ପରେ ବିନା ବାଧାରେ ଭକ୍ତମାନଙ୍କୁ ଦର୍ଶନ ଦେବେ ଗଜାନନ ।

ସୂଚନା ଅନୁଯାୟୀ, ରାଜଧାନୀରେ ଏଥର ଗଣେଶ ପୂଜା (Ganesh puja)ରେ ପରଦା ଆଢୁଆଳରେ ନୁହେଁ, ବରଂ ସିଧାସଳଖ ଠାକୁରଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏ ବର୍ଷ ରାଜଧାନୀରେ 50 ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ (Ganesh)।

କଟକଣା ହଟିଥିଲେ ବି ମାସ୍କ, ସାମାଜିକ ଦୂରତା ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି ବିଏମସି କମିଶନର (BMC Commissioner) । ପୂର୍ବବର୍ଷ ଅପେକ୍ଷା ବର୍ତ୍ତମାନ ପରିସ୍ଥିତି ବଦଳିଥିବାରୁ ଗଣେଶ ପୂଜା (Ganesh puja)ରେ କୋଭିଡ କଟକଣା ରହିବ ନାହିଁ । କୋରୋନା (Corona)କଟକଣା ଉଠିଥିଲେ ମଧ୍ୟ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର (BMC Commissioner) ।

ପ୍ରକାଶ ଥାଉ ଯେ,ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ କୂଆଖାଇ ଓ ଦୟାନଦୀ କୂଳରେ 2 ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ସେଥିରେ ସମସ୍ତେ ମୂର୍ତ୍ତି ବିସର୍ଜନ ହିଁ କରିପାରିବେ ।

ଆଜି ପବିତ୍ର ଜନ୍ମାଷ୍ଟମୀ

Rain in Odisha: ଆଜି ଠୁ 2 ଜିଲ୍ଲାରେ ପ୍ରବଳ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)