1. କୃଷି ଖବର

ଆଜି ପବିତ୍ର ଜନ୍ମାଷ୍ଟମୀ

ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଏହି ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ସମଗ୍ର ଭାରତ ବର୍ଷରେ ।

Sudesna Nayak
Sudesna Nayak
today Janmastami

today Janmastami

ଆଜି ପବିତ୍ର ଜନ୍ମାଷ୍ଟମୀ (Janmastami) । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଏହି ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ସମଗ୍ର ଭାରତ ବର୍ଷରେ ।

ପବିତ୍ର ଜନ୍ମାଷ୍ଟମୀ (Janmastami) ଅବସରରେ ରାଜ୍ୟବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)ଓ ରାଜ୍ୟପାଳ ଗଣେଶୀ ଲାଲ (Ganeshi Lal)।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଟ୍ବିଟ କରି କହିଛନ୍ତି, ପବିତ୍ର ଜନ୍ମାଷ୍ଟମୀ (Janmastami) ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ।

ସେହିପରି ରାଜ୍ୟପାଳ ଗଣେଶୀ ଲାଲ (Ganeshi Lal) ଟ୍ବିଟ କରି ଏହି ପବିତ୍ର ଦିନରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ଟ୍ବିଟ କରି କହିଛନ୍ତି, ଜନ୍ମାଷ୍ଟମୀ (Janmastami) ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା । ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ ।

ପ୍ରକାଶ ଥାଉ ଯେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି ।

ଆସୁଛି ଆଉ ଏକ ଲଘୁଚାପ: 2 ଦିନ ଛେଚିବ ବର୍ଷା

୧୯ରେ ପୁଣି ଲଘୁଚାପ!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments