1. କୃଷି ଖବର

Rain in Odisha: ଆଜି ଠୁ 2 ଜିଲ୍ଲାରେ ପ୍ରବଳ ବର୍ଷା

ଆଜି ଗୁରୁବାରଠୁ ରାଜ୍ୟରେ କମିବ ପୂର୍ଣ୍ଣିବଳୟର ପ୍ରଭାବ । ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର ଜିଲ୍ଲା ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ଯାହା ଫଳରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Sudesna Nayak
Sudesna Nayak
Rain in odisha weather update odisha

Rain in odisha weather update odisha

ଆଜି ଗୁରୁବାର (Thursday)ଠୁ ରାଜ୍ୟରେ କମିବ ପୂର୍ଣ୍ଣିବଳୟର ପ୍ରଭାବ । ଆଜି ଉତ୍ତର ଓଡ଼ିଶା(Odisha)ର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ହେବାର ସମ୍ଭାବନା ରହିଛି । କେନ୍ଦୁଝର ଜିଲ୍ଲା ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା (Rain)ହୋଇପାରେ ଯାହା ଫଳରେ ୟେଲୋ ଓ୍ୱାର୍ଣ୍ଣିଂ (Yellow Warning)ଜାରି କରିଛି ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ, 27 ତାରିଖରେ ଉତ୍ତର ଓଡ଼ିଶା (Odisha) ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା (Rain) ସମ୍ଭାବନା ରହିଛି । ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲା,ଢେଙ୍କାନାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, କଟକ ଜିଲ୍ଲା, ନୟାଗଡ଼ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କନ୍ଧମାଳ, କଳାହାଣ୍ଡି ଜିଲ୍ଲା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା (Rain) ହେବ । ଯାହା ଫଳରେ 25 ତାରିଖ ଏବଂ 27 ତାରିଖ ଦିନ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ,25 ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲା ରେ ପ୍ରବଳ ବର୍ଷା (Rain) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

Heavy Rainfall: ଆଜି 8 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

PM Kisan: ବଢ଼ିଲା e-KYC ସମୟ ସୀମା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments