1. କୃଷି ଖବର

Today Gold Price: ଭୁବନେଶ୍ବରରେ ଶସ୍ତା ହେଲା ସୁନା ଦର; ଜାଣନ୍ତୁ କେତେ...

ଶସ୍ତା ହେଲା ସୁନା ଦର । ଆଜି (ଶନିବାର) ଭାରତରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୩,୫୯୦ ଟଙ୍କା ଅଛି ।

Sudesna Nayak
Sudesna Nayak
Gold price decreases

Gold price decreases

ଶସ୍ତା ହେଲା ସୁନା ଦର । ଆଜି (ଶନିବାର) ଭାରତରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୪୭,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୩,୫୯୦ ଟଙ୍କା ଅଛି ।

ତେଣୁ ଗତ ୨୪ ଘଣ୍ଟା ମଧ୍ୟରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୨୫୦ ଟଙ୍କା ହ୍ରାସ ପାଇଛି ।

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ହିଁ ସୁନା ମୂଲ୍ୟ (Gold price)ରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

କହିବାକୁ ଗଲେ, ଚେନ୍ନାଇରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୦୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୫,୯୧୬ ଟଙ୍କା ଅଛି ।

ଏନେଇ ଜାତୀୟ ରାଜଧାନୀ ଦିଲ୍ଲୀ (Delhi)ରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ହାର ୫୧,୦୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୬,୭୫୦ ଟଙ୍କା ଅଛି । ଏଥିସହିତ କୋଲକାତା (Kolkata)ରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୪୫୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୬,୭୫୦ ଟଙ୍କା ଅଛି ।

ଅନ୍ୟପକ୍ଷରେ, ମୁମ୍ବାଇ (Mumbai)ରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୫୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୬,୫୧୦ ଟଙ୍କା ଅଛି ।

ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର (Bhubaneswar)ରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଯାହାକୁ ନେଇ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମର ମୂଲ୍ୟ ୪୮,୩୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୪,୯୪୦ ଟଙ୍କା ଅଛି ।

ପ୍ରକାଶ ଥାଉ ଯେ, ଗତକାଲି (ଶୁକ୍ରବାର) ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୨୬୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୪୪,୯୫୦ ଟଙ୍କା ଥିଲା ।

କମିଲା ସୁନା ଦର; ଜାଣନ୍ତୁ ଆଜିର ଦର

SBIରେ ଖାଲି ପଡିଛି ପଦବୀ, ଶୀଘ୍ର ଆବେଦନ କରନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments