1. କୃଷି ଖବର

ଖୁସି ଖବର, ଝିଅଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା!

ଯଦି ଆପଣ ଆପଣଙ୍କ ଝିଅ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁ ଜରୁରୀ । ସ୍ବତନ୍ତ୍ର ଛୋଟ ସଞ୍ଚୟ ଯୋଜନା ପାଇଁ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି ।

Sudesna Nayak
Sudesna Nayak
Good news for Sukanya samriddhi account holders

Good news for Sukanya samriddhi account holders

ଯଦି ଆପଣ ଆପଣଙ୍କ ଝିଅ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ (Sukanya Samriddhi Yojana)ଖାତା ଖୋଲିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁ ଜରୁରୀ । ସ୍ବତନ୍ତ୍ର ଛୋଟ ସଞ୍ଚୟ ଯୋଜନା ପାଇଁ କେନ୍ଦ୍ର ସରକାର (Central Government)ଏହି ଘୋଷଣା କରିଛନ୍ତି ।

ଗତ ଏପ୍ରିଲ ୧ ତାରିଖରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ତେବେ ଏବେ ଆପଣ ଜାଣି ରଖନ୍ତୁ ଏହି ତ୍ରୈୟମାସିକ ଖାତାଧାରୀଙ୍କୁ କେତେ ପରିମାଣ ସୁଧର ଲାଭ ଉଠାଇପାରିବେ ।

ପରିବର୍ତ୍ତନ ହୋଇନାହିଁ ସୁଧ,ଜାଣନ୍ତୁ...

ଛୋଟ ସଞ୍ଚୟ ଯୋଜନା ପାଇଁ ସରକାର ଏଥର କୌଣସି ପ୍ରକାରର ପରିବର୍ତ୍ତନ ଆଣିନାହାନ୍ତି । ଅର୍ଥାତ 'ଏପ୍ରିଲ୍-ଜୁନ୍' କ୍ୱାର୍ଟରରେ ଗ୍ରାହକଙ୍କୁ ପୁରୁଣା ଦରରେ ହିଁ ସୁଧର ଫାଇଦା ମିଳିବ ।

କେବଳ ୧୫ ବର୍ଷ ଜମା କରିବାକୁ ପଡ଼ିବ ଟଙ୍କା,ଜାଣନ୍ତୁ...

ଏହି ସ୍କିମର ସବୁଠାରୁ ଭଲ କଥା ହେଉଛି, ଆପଣଙ୍କୁ ୨୧ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିବନାହିଁ । ଆକାଉଣ୍ଟ ଖୋଲିବା ଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ । ଝିଅକୁ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ସେହି ଟଙ୍କାର ସୁଦ୍ଧ ମିଳିବ ।

କେତେ ପ୍ରତିଶତ ରହିଛି ସୁଧ ହାର? ଜାଣନ୍ତୁ...

ଏବେ ସରକାର ଏହି ସ୍କିମ୍ ଖାତାଧାରୀମାନଙ୍କୁ ୭.୬ ପ୍ରତିଶତ ହାରରେ ସୁଧର ଲାଭ ପାଇପାରିବେ । ଏହି ସୁଧ ଦରକୁ ସରକାର ୩ ମାସ ପରେ ପୁନର୍ବାର ରିଭାଇଜ୍ କରିଥାନ୍ତି ।

୨୫୦ ଟଙ୍କା କରିବାକୁ ପଡିଥାଏ ଡିପୋଜିଟ୍,ଜାଣନ୍ତୁ...

ଏହି ଯୋଜନାରେ (Sukanya Samriddhi Yojana)ଆପଣଙ୍କୁ ଅତିକମରେ ୨୫୦ ଟଙ୍କା ଡିପୋଜିଟ୍ କରିବାକୁ ଥିବାବେଳେ ସର୍ବାଧିକ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବେ । କେନ୍ଦ୍ର ସରକାର (Central Government)ଙ୍କ ଏହା ଏକ ଲୋକପ୍ରିୟ ସ୍କିମ୍ । ଯେଉଁଥିରେ ଆପଣ ଆପଣଙ୍କ ଝିଅ ପାଇଁ ୧୫ ଲକ୍ଷ ଟଙ୍କା ଫଣ୍ଡ ପ୍ରସ୍ତୁତ କରିପାରିବେ ।

ପୋଷ୍ଟ ଅଫିସ, ବ୍ୟାଙ୍କରେ ଖୋଲିପାରିବେ ଖାତା,ଜାଣନ୍ତୁ...

ଏହି ଯୋଜନାରେ ଆପଣ ଆପଣଙ୍କ ଝିଅର ଖାତା ପୋଷ୍ଟ ଅଫିସ୍ କିମ୍ବା ବ୍ୟାଙ୍କରେ ଅତି ସହଜରେ ଖୋଲିପାରିବେ । ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ ଝିଅ ଏବଂ ବାପାମାଆଙ୍କ ପରିଚୟ ପତ୍ର ଜମା କରିବାକୁ ପଡିଥାଏ ।

କେବେ ମିଳିବ ୧୫ ଲକ୍ଷ ଟଙ୍କା?ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଏହି ସରକାରୀ ସ୍କିମରେ (Scheme) ଯଦି ଆପଣ ପ୍ରତ୍ୟେକ ମାସରେ କେବଳ ୩୦୦୦ ଟଙ୍କା ଡିପୋଜିଟ୍ (Deposit) କରନ୍ତି, ମାନେ ବର୍ଷକୁ ଆପଣ ୩୬.୦୦୦ ଟଙ୍କା ଡିପୋଜିଟ୍ କରନ୍ତି । ତେବେ ତା'ଉପରେ ଆପଣଙ୍କୁ ୭.୬ ପ୍ରତିଶତ ହିସାବରେ ସୁଧ ମିଳିବ । ଏଭଳି ଭାବେ ୨୧ ବର୍ଷ ମାନେ ମ୍ୟୁଚ୍ୟୁରିଟି ସମୟରେ ଏହା ପାଖାପାଖି ୧୫ ଲକ୍ଷ ୨୨ ହଜାର ୨୨୧ ଟଙ୍କା ହୋଇଯିବ ।

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର; ଜାଣନ୍ତୁ...

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି, ବଢ଼ିଲା ମହଙ୍ଗା ଭତ୍ତା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments