
salaries will increase by more than 10 percent korn ferry india survey
କୋରୋନା (Corona)ଅବଧିରେ ବେତନ ହ୍ରାସ ଏବଂ ଚାକିରିକୁ ନେଇ ହତୋତ୍ସାହିତ ଥିବା ବେତନ ପ୍ରାପ୍ତ ବ୍ୟକ୍ତିମାନଙ୍କ ପାଇଁ ୨୦୨୨ ବର୍ଷ ଏକ ଖୁସି ଖବର (Good news)ଆଣିଛି । ଚଳିତ ବର୍ଷ କମ୍ପାନୀଗୁଡିକ ବେତନକୁ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଯଦି ଏହା ଘଟେ, ତେବେ ଦରମା ବୃଦ୍ଧି (Salaries will increase)କୋରୋନା (Corona) ଅବଧି ପୂର୍ବରୁ ଥିବା ଲେଭଲରେ ପହଞ୍ଚିବ ।
ସୂଚନା ଅନୁଯାୟୀ, କର୍ଣ୍ଣ ଫେରି ଇଣ୍ଡିଆ (Korn Ferry India) ଏହାର ବାର୍ଷିକ ସର୍ଭେ ରିପୋର୍ଟରେ କହିଛି ଯେ, ୨୦୨୨ ମସିହାରେ ହାରାହାରି ବେତନ ବୃଦ୍ଧି ୯.୪ ପ୍ରତିଶତ ହୋଇଥିବାବେଳେ ୨୦୨୧ ମସିହାରେ ହାରାହାରି ବୃଦ୍ଧି ୮.୪ ପ୍ରତିଶତ ରହିଛି । କେବଳ ଏତିକି ନୁହେଁ, ୨୦୧୯ ରେ, କୋରୋନା (Corona) ଅବଧି ପୂର୍ବରୁ, ଦରମା ହାରାହାରି ୯.୨୫ ପ୍ରତିଶତ ବୃଦ୍ଧି କରାଯାଇଥିଲା ।
ସର୍ବେକ୍ଷଣରେ ଅଧିକାଂଶ ବ୍ୟବସାୟୀ କହିଛନ୍ତି ଯେ, ଚଳିତ ବର୍ଷ ବ୍ୟବସାୟ ମହାମାରୀର ଅଧିକ ପ୍ରଭାବ ଦେଖାଇ ନାହିଁ । ଏହା କମ୍ପାନୀମାନଙ୍କୁ ସେମାନଙ୍କର ଲାଭ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ ।
ଏଥିପାଇଁ ରହିଛି ଦରମା ବୃଦ୍ଧି ହେବାର ଆଶା,ଜାଣନ୍ତୁ...
ଗତ କିଛି କ୍ୱାର୍ଟର ଧରି କମ୍ପାନୀଗୁଡିକ ଦୃଢ଼ ଲାଭ ପାଉଥିବାର ଫଳାଫଳ ଘୋଷଣା କରିଆସୁଛନ୍ତି । ବେତନ ବୃଦ୍ଧି ମୁଖ୍ୟତଃ ବ୍ୟବସାୟର କାର୍ଯ୍ୟଦକ୍ଷତା, ଇଣ୍ଡଷ୍ଟ୍ରି ମେଟ୍ରିକ୍ସ ଏବଂ ବେଞ୍ଚମାର୍କିଂ ଟ୍ରେଣ୍ଡ ଉପରେ ହିଁ ନିର୍ଭର କରିବ । ଏହା ବ୍ୟତୀତ, ପ୍ରତିଭାମାନଙ୍କୁ ସେମାନଙ୍କ ସହିତ ଜଡିତ ରଖିବା ପାଇଁ କମ୍ପାନୀଗୁଡିକ ବେତନରେ ଏକ ବଡ ବୃଦ୍ଧି କରିବାକୁ ଚାହୁଁଛନ୍ତି । ସର୍ବେକ୍ଷଣରୁ ଜଣାପଡିଛି ଯେ, ୪୦ ପ୍ରତିଶତ କର୍ମଚାରୀ ସକ୍ରିୟ ଭାବରେ ଏକ ନୂଆ ଚାକିରି ଖୋଜୁଛନ୍ତି ।
IT ସେକ୍ଟର ବୃଦ୍ଧି କରିବ ସର୍ବାଧିକ ଦରମା,ଜାଣନ୍ତୁ...
ଟେକ୍ କମ୍ପାନୀଗୁଡିକର କର୍ମଚାରୀମାନଙ୍କ ଦରମା ଚଳିତ ବର୍ଷ ୧୦.୫ ପ୍ରତିଶତ ଏବଂ କଞ୍ଜୁମର ସେକ୍ଟରରେ ୧୦.୧ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହା ପରେ ଲାଇଫ ସାଇନ୍ସରେ ଦରମା ୯.୫ ପ୍ରତିଶତ, ସର୍ଭିସ, ଅଟୋ ଏବଂ କେମିକାଲ କମ୍ପାନୀରେ ୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ।
ପ୍ରକାଶ ଥାଉ ଯେ, ସର୍ଭେରେ ସାମିଲ ହୋଇଥିବା ୭୮୬ ଟି କମ୍ପାନୀ ମଧ୍ୟରୁ ୬୦ ପ୍ରତିଶତ କହିଛନ୍ତି ଯେ, ସେମାନେ ନିଜ କର୍ମଚାରୀମାନଙ୍କୁ ୱାଇ-ଫାଇ କଭରେଜ୍ ଭତ୍ତା ପ୍ରଦାନ କରିବେ । କେବଳ ୧୦ ପ୍ରତିଶତ କମ୍ପାନୀ ଭ୍ରମଣ ଭତ୍ତା ହ୍ରାସ କିମ୍ବା ବାତିଲ କରିବାକୁ କହିଛନ୍ତି ।
ଖୁସି ଖବର ; ଏଣିକି ସପ୍ତାହରେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ
7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ, ଦ୍ବିଗୁଣିତ ହୋଇପାରେ ଦରମା
Share your comments