1. କୃଷି ଖବର

କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, ଆଖୁର ଲାଭକାରୀ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ଆଖୁର ଉଚିତ୍‌ ଓ ଲାଭକାରୀ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି । ଚାଷୀଙ୍କ ହିତରେ ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

Shuvanshu Kar
Shuvanshu Kar
Government approves Fair and Remunerative Price of sugarcane

Government approves Fair and Remunerative Price of sugarcane

ଆଖୁ ଚାଷୀଙ୍କ ହିତରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଆଖୁର ଉଚିତ୍‌ ଓ ଲାଭକାରୀ ମୂଲ୍ୟ ବୃଦ୍ଧି( Fair and Remunerative Price )କୁ କ୍ୟାବିନେଟ(Cabinate) ମଞ୍ଜୁରି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୨-୨୩ ଚିନି ଋତୁ ପାଇଁ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ (FRP)କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।

୧୦.୨୫%ର ମୂଳ ଅସୁଲୀ ଦର ପାଇଁ ଏହି ମୂଲ୍ୟକୁ କୁଇଣ୍ଟାଲ ପ୍ରତି ୩୦୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ୧୦.୨୫%ରୁ ଅଧିକ ଅସୁଲୀରେ ପ୍ରତିଥର ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ । ଅସୁଲୀରେ ୦.୧ % ହ୍ରାସ ପାଇଁ କୁଇଣ୍ଟାଲ ପ୍ରତି ଏଫଆରପିରେ ୩.୦୫ ଟଙ୍କା ହ୍ରାସ କରାଯିବ । ତେବେ ଆଖୁ ଚାଷୀଙ୍କ ହିତକୁ ସୁରକ୍ଷା ଦେବାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେଉଁ ଚିନି କଳ କ୍ଷେତ୍ରରେ ଅସୁଲି ହାର ୯.୫%ରୁ କମ ହେବ ସେଠାରେ କୌଣସି ହ୍ରାସ କରାଯିବ ନାହିଁ ।

ଏପରି ଚାଷୀମାନଙ୍କୁ, ଆସନ୍ତା ଚିନି ଋତୁ ୨୦୨୨-୨୩ରେ ଆଖୁ ପାଇଁ କୁଇଣ୍ଟାଲ ପ୍ରତି ୨୮୨.୧୨୫ ଟଙ୍କା ମିଳିବ ଯାହାକି ଚଳିତ ଚିନି ଋତୁ ୨୦୨୧-୨୨ରେ କୁଇଣ୍ଟାଲ ପ୍ରତି ୨୭୫.୫୦ ଟଙ୍କା ରହିଛି । ୨୦୨୨-୨୩ ଚିନି ଋତୁ ପାଇଁ ଆଖୁ ଉତ୍ପାଦନର ଏ2+ଏଫଏଲ ଖର୍ଚ୍ଚ (ଅର୍ଥାତ୍‌ ବାସ୍ତବ ପରିଶୋଧ ଖର୍ଚ୍ଚ ଯୁକ୍ତ ପାରିବାରିକ ଶ୍ରମ ଆରୋପିତ ମୂଲ୍ୟ) କୁଇଣ୍ଟାଲ ପ୍ରତି ୧୬୨ ଟଙ୍କା ରହିଛି । ୧୦.୨୫% ଅସୁଲି ଦର ସହିତ କୁଇଟାଲ ପ୍ରତି ୩୦୫ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚ ଠାରୁ ୮୮.୩% ଅଧିକ, ଯାହାକି ଚାଷୀଙ୍କୁ ସେମାନଙ୍କର ଖର୍ଚ୍ଚ ତୁଳନାରେ ୫୦%ରୁ ଅଧିକ ଲାଭ ଦେବାର ନିଷ୍ପତ୍ତିକୁ କାର୍ଯ୍ୟ କରୁଛି । ୨୦୨୨-୨୩ ଚିନି ଋତୁରେ ଏଫରଆରପି ୨୦୨୧-୨୨ ଚିନି ଋତୁର ଏଫଆରପି ତୁଳନାରେ ୨.୬% ରହିଛି ।

ଆଖୁ ଚାଷୀଙ୍କୁ ଗ୍ୟାରେଣ୍ଟି ଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ଆଖୁର ଏଫଆରପି ନିର୍ଦ୍ଧାରଣ କରାଯାଇଛି । ସରକାର ଗତ ଆଠ ବର୍ଷ ମଧ୍ୟରେ ଏଫଆରପି ୩୪% ବୃଦ୍ଧି କରିଛନ୍ତି । ଚିନି ରପ୍ତାନି ସୁବିଧା ଯୋଗାଇ ଦେବା, ମୋଟା ପରିମାଣର ଷ୍ଟକ ବଜାୟ ରଖିବା, ଇଥାନଲ ଉତ୍ପାଦନ କ୍ଷମତା ବଢ଼ାଇବା ଏବଂ ଚାଷୀଙ୍କ ବକେୟା ରାଶି ପରିଶୋଧ କରିବା ଲାଗି ସରକାର ଚିନି କଳମାନଙ୍କୁ ୧୮ ହଜାର କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

କ୍ୟାବିନେଟ ନିଷ୍ପତ୍ତି ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଲାଭାନ୍ବିତ କରିବ । ଏଥିସହିତ ଚିନି କଳ ଏବଂ ତତସଂକ୍ରାନ୍ତ ଗତିବିଧିରେ ନିୟୋଜିତ ୫ ଲକ୍ଷ ଶ୍ରମିକ ଲାଭବାନ ହୋଇପାରିବେ । ୯ ବର୍ଷ ପୂର୍ବରୁ ୨୦୧୩-୧୪ ଚିନି ଋତୁରେ ଏଫଆରପି ଦର କୁଇଣ୍ଟାଲ ପ୍ରତି ମାତ୍ର ୨୧୦ ଟଙ୍କା ଥିଲା । ସେହିପରି ଚିନି କଳଗୁଡ଼ିକ ଦ୍ବାରା ମାତ୍ର ୨୩୯୭ ଏଲଏମଟି ଆଖୁ କିଣାଯାଉଥିଲା । ଚାଷୀମାନେ ଆଖୁ ବିକ୍ରି ବାବଦରେ ଚିନି କଳମାନଙ୍କ ଠାରୁ ମାତ୍ର ୫୧,୦୦୦ କୋଟି ଟଙ୍କା ପାଉଥିଲେ । ତେବେ, ଗତ ୮ ବର୍ଷ ମଧ୍ୟରେ ସରକାର ଏଫଆରପିରେ ୩୪% ବୃଦ୍ଧି କରିଛନ୍ତି । ଚଳିତ ୨୦୧-୨୨ ଚିନି ଋତୁରେ, ଚିନି କଳମାନେ ୧,୧୫,୧୯୬ କୋଟି ଟଙ୍କାର ପାଖାପାଖି ୩୫୩୦ ଲକ୍ଷ ଟନ୍‌ ଆଖୁ କିଣିଛନ୍ତି ।

୨୦୨୨-୨୩ ଚିନି ଋତୁରେ ଆଖୁ ଚାଷ କ୍ଷେତ୍ର ଏବଂ ଉତ୍ପାଦନ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଚଳିତ ଋତୁରେ ଚିନି କଳମାନେ ୩,୬୦୦ ଲକ୍ଷ ଟନରୁ ଅଧିକ ଆଖୁ କିଣିବେ ବୋଲି ଆଶା କରାଯାଉଛି । ଏଥିପାଇଁ ଚାଷୀ ୧,୨୦,୦୦ କୋଟି ଟଙ୍କାରୁ ଅଧିକ ପାରିଶ୍ରମିକ ପାଇପାରିବେ । ଚାଷୀ ଅନୁକୂଳ ପଦକ୍ଷେପ ସ୍ବରୂପ ଚାଷୀଙ୍କୁ ଠିକ୍‌ ସମୟରେ ସେମାନଙ୍କର ପାଉଣା ପ୍ରଦାନ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଫୋନରେ ମିଳିବ କୃଷି ଉପକରଣର ସମସ୍ତ ସୁବିଧା

ବ୍ୟବସାୟ ବଢାଇବ ଆଖୁ, ଆୟ କରିବେ ଲକ୍ଷ ଲକ୍ଷ ଟଙ୍କା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments