1. କୃଷି ଖବର

ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍‌ ସେବା ପାଇଁ ସରକାରଙ୍କ ପଦକ୍ଷେପ Information Technology Rules

କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୮ ଅକ୍ଟୋବର, ୨୦୨୨ରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍‌ ସେବା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଦେଶର ଡିଜିଟାଲ ନାଗରିକଙ୍କ ଅଧିକାର ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରାଯାଇଛି । ନୂଆ ନିୟମ କାର୍ଯ୍ୟକାରୀ ହେଲେ ମଧ୍ୟସ୍ଥମାନଙ୍କୁ ଉଦ୍ଦେଶ୍ୟମୂଳକ ପାଇଁ ପ୍ରସାରିତ କରାଯାଇଥିବା କୌଣସି ମିଥ୍ୟା ସୂଚନା କିମ୍ବା ଆପତ୍ତିଜନକ ସୂଚନାର ପ୍ରସାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉତ୍ତରଦାୟୀ ରହିବେ । ଫଳରେ ମଧ୍ୟସ୍ଥମାନଙ୍କୁ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଉତ୍ତରଦାୟୀ କରିବ ।

KJ Staff
KJ Staff
Government notifies Amendments to the Information Technology Rules 2021

Government notifies Amendments to the Information Technology Rules 2021

କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି ନିୟମାବଳୀ ୨୦୨୧ରେ (Intermediary Guidelines and Digital Media Ethics Code) ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୮ ଅକ୍ଟୋବର, ୨୦୨୨ରେ (notified by the Government on 28th October) ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍‌ (open, safe & trusted) ସେବା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ( Ministry of Electronics and IT) ପକ୍ଷରୁ ଏହି ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଦେଶର ଡିଜିଟାଲ ନାଗରିକଙ୍କ ଅଧିକାର ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରାଯାଇଛି । ଆପତ୍ତିଜନକ ବିଷୟବସ୍ତୁ କିମ୍ବା ବ୍ୟବହାରକାରୀ ବା ୟୁଜରଙ୍କ ଆକାଉଣ୍ଟ ବାତିଲ କରିବା ସଂକ୍ରାନ୍ତରେ ଆସୁଥିବା ଅଭିଯୋଗ ସଂକ୍ରାନ୍ତରେ ମଧ୍ୟସ୍ଥଙ୍କ ନିଷ୍କ୍ରିୟତା ଏବଂ ପଦକ୍ଷେପ ସଂକ୍ରାନ୍ତରେ କେତେକ ଅଭିଯୋଗ ଆସିଥିଲା। ୟୁଜରଙ୍କ ହିତ ରକ୍ଷା ଉଦ୍ଦେଶ୍ୟରେ ସୂଚନା ପ୍ରଯୁକ୍ତି ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ନୂଆ ନିୟମ କାର୍ଯ୍ୟକାରୀ ହେଲେ ମଧ୍ୟସ୍ଥମାନଙ୍କୁ ଉଦ୍ଦେଶ୍ୟମୂଳକ ପାଇଁ ପ୍ରସାରିତ କରାଯାଇଥିବା କୌଣସି ମିଥ୍ୟା ସୂଚନା କିମ୍ବା ଆପତ୍ତିଜନକ ସୂଚନାର ପ୍ରସାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉତ୍ତରଦାୟୀ ରହିବେ । ଫଳରେ ମଧ୍ୟସ୍ଥମାନଙ୍କୁ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଉତ୍ତରଦାୟୀ କରିବ । ମଧ୍ୟସ୍ଥମାନେ (intermediaries) ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଓ ୨୧ ( Articles 14, 19 and 21 of the Indian Constitution) ଅଧୀନରେ ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ଅଧିକାରକୁ ସମ୍ମାନ ଜଣାଇବେ । ନୂଆ ନିୟମ ବିଷୟରେ ସୂଚନା ଦେଇ ଶ୍ରୀ ରାଜୀବ ଚନ୍ଦ୍ରଶେଖର (Shri Rajeev Chandrasekhar) କହିଥିଲେ ଯେ ଏସବୁ ସଂଶୋଧନ ଆମ ଡିଜିଟାଲ ନାଗରିକମାନଙ୍କ ପାଇଁ ଇଣ୍ଟରନେଟକୁ ଅଧିକ ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ କରିବ । ସବୁ ଭାରତୀୟଙ୍କ ପାଇଁ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ କରିବା ଲାଗି ସରକାର ଓ ମଧ୍ୟସ୍ଥଙ୍କ ମଧ୍ୟରେ ଏକ ନୂଆ ଭାଗିଦାରୀ ପାଇଁ ଏହି ନିୟମାବଳୀରେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଚନ୍ଦ୍ରଶେଖର ଆଶ୍ବାସନା ଦେଇଥିଲେ ।

ନିୟମରେ ସଂଶୋଧନ ମନ୍ତ୍ରଣାଳୟର ୱେବସାଇଟ୍‌ ଏବଂ

https://egazette.nic.in/WriteReadData/2022/239919.pdf

ରେ ଉପଲବ୍ଧ ରହିଛି ।

ନିୟମାବଳୀରେ କେତେକ ପ୍ରମୁଖ ପରିବର୍ତ୍ତନ:

ବର୍ତ୍ତମାନ ମଧ୍ୟସ୍ଥ ବା ଇଣ୍ଟରମିଡିଆରୀମାନେ କେତେକ କଣ୍ଟେଣ୍ଟ ବା ବିଷୟବସ୍ତୁ ଅପଲୋଡ୍‌ ନକରିବା ସମ୍ପର୍କରେ ୟୁଜରଙ୍କୁ କେବଳ ସୂଚିତ କରିବା ଜରୁରୀ । କିନ୍ତୁ ନୂଆ ସଂଶୋଧନରେ ମଧ୍ୟସ୍ଥମାନଙ୍କୁ ଆଇନଗତ ଭାବେ ଏଥିପାଇଁ ଉତ୍ତରଦାୟୀ କରାଯାଇଛି । ଏଭଳି କଣ୍ଟେଣ୍ଟ କାହିଁକି ଅପଲୋଡ୍‌ କରାଗଲା ନାହିଁ ସେ ସମ୍ପର୍କରେ ମଧ୍ୟସ୍ଥମାନେ ୟୁଜରଙ୍କୁ ଉପଯୁକ୍ତ କାରଣ ଦର୍ଶାଇବେ । ନୂଆ ବ୍ୟବସ୍ଥା ଏହା ମଧ୍ୟ ସୁନିଶ୍ଚିତ କରିବ ଯେ ମଧ୍ୟସ୍ଥମାନଙ୍କର ଉତ୍ତରଦାୟିତ୍ୱ କେବଳ ଏକ ଔପଚାରିକତା ନୁହେଁ, ବରଂ ସେମାନେ ଆପତ୍ତିଜନକ କଣ୍ଟେଣ୍ଟ ଉପଲୋଡକୁ ରୋକିବା ପାଇଁ ଦାୟିତ୍ବସମ୍ପନ୍ନ ପଦକ୍ଷେପ ନେବେ ।

ମଧ୍ୟସ୍ଥମାନଙ୍କର ବିଭିନ୍ନ ନିୟମ ଓ କଟକଣା ସମ୍ପର୍କରେ ୟୁଜରଙ୍କୁ ଜଣାଇବା ଲାଗି ଭାରତୀୟ ଭାଷାରେ ସେମାନଙ୍କୁ ସୂଚନା ଦେବା ଜରୁରି ।

ସଂଶୋଧିତ ନିୟମ ୩(୧) (ବି)(ii)କୁ ( rule 3(1)(b)(ii)) ଅଧିକ ଯୁକ୍ତସଂଗତ କରାଯାଇଛି ଏବଂ ଏଥିରେ ଥିବା ଦୁଇଟି ଶବ୍ଦ defamatory (ଅପମାନଜନକ) ଏବଂ libelous (ନିନ୍ଦନୀୟ)କୁ ବାଦ୍‌ ଦିଆଯାଇଛି ।

ମିଥ୍ୟା ସୂଚନା, ବିଭିନ୍ନ ଧର୍ମ ଓ ଜାତି ସମ୍ପ୍ରଦାୟ ମଧ୍ୟରେ ହିଂସା ଉଦ୍ରେକକାରୀ ବିଷୟବସ୍ତୁ ପ୍ରସାର ଉପରେ ନିୟନ୍ତ୍ରଣ କରିବା ଲାଗି ସଂଶୋଧିତ ନିୟମ ୩(୧)(ବି)ରେ କେତେକ ବିଷୟବସ୍ତୁ ଶ୍ରେଣୀକୁ ପୁନଃପରିଭାଷିତ କରାଯାଇଛି ।

କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, ଆଖୁର ଲାଭକାରୀ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ମୋଦି ସରକାରଙ୍କ ବଡ ଘୋଷଣା; ୧୦ ଲକ୍ଷ ଲୋକଙ୍କ ପାଇଁ ଚାକିରି ଘୋଷଣା

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ