1. କୃଷି ଖବର

ଓଡ଼ିଶା ପାଇଲା ୫,୨୮୨.୮୬ କୋଟି ଟଙ୍କାର ଟିକସ

ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ୧,୧୬,୬୬୫.୭୫ କୋଟି ଟଙ୍କାର ଟିକସ ହସ୍ତାନ୍ତର କଲେ କେନ୍ଦ୍ର ସରକାର । ଓଡ଼ିଶା ପାଇଛି ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ।

Shuvanshu Kar
Shuvanshu Kar
Government releases two instalments of tax devolution to State Governments

Government releases two instalments of tax devolution to State Governments

ରାଜ୍ୟ ସରକାରମାନ(State Governments )ଙ୍କୁ ଦୁଇଟି କିସ୍ତିରେ ୧,୧୬,୬୬୫.୭୫ କୋଟି ଟଙ୍କାର ଟିକସ ହସ୍ତାନ୍ତର କଲେ କେନ୍ଦ୍ର ସରକାର(central govt) । ସ୍ୱାଭାବିକ ମାସିକ ଟିକସ(tax devolution) ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ରାଜ୍ୟମାନଙ୍କୁ ମିଳିଲା ଅଧିକ ଅର୍ଥରାଶି । ଓଡ଼ିଶା ପାଇଛି ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ।

ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ୧୦ ଅଗଷ୍ଟ, ୨୦୨୨ରେ କେନ୍ଦ୍ର ସରକାର ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ମିଳିଛି ।

ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ସକାଶେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁରୂପ ଅଧିକ ପରିମାଣର ଟିକସ ଡିଭୋଲ୍ୟୁସନ ରାଜ୍ୟମାନଙ୍କୁ ଜାରି କରାଯାଇଛି ।

ସେହିପରି ଆନ୍ଧ୍ର ପ୍ରଦେଶକୁ 4,721.44 କୋଟି, ଅରୁଣାଚଳ ପ୍ରଦେଶକୁ 2,049.82 କୋଟି, ଆସାମକୁ 3,649.30 କୋଟି, ବିହାରକୁ 11,734.22 କୋଟି, ଛତିଶଗଡ଼କୁ 3,974.82 କୋଟି ଟଙ୍କାର ଟିକସ ମିଳିଥିବା ଜଣାପଡିଛି । ୨୦୨୨ ଅଗଷ୍ଟ ମାସ ପାଇଁ କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କର ଏହା ମୋଟ୍‌ ପ୍ରାପ୍ତି ।

GST Revenue collection: ଜୁଲାଇରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ସଂଗ୍ରହ

GST Compensation:ମେ 31 ସୁଦ୍ଧା ରାଜ୍ୟକୁ ମିଳିଛି ୮୬,୯୧୨ କୋଟି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments