News

ଚାଷୀ ଭଗବାନ : ACFIର ଡାଇରେକ୍ଟର ଜେନେରାଲ ଡ କଲ୍ୟାଣ ଗୋସ୍ବାମୀ

କୃଷି ଓ କୃଷକର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ହୋଇଥାଏ । କୃଷକ ନିଜ ଝାଳ ବୁହାଇ ଲୋକମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇଥାଏ । ଏହି ଦୃଷ୍ଟିରୁ ଦେଶର ପ୍ରତି ନାଗରିକ କୃଷକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ACFIର ଡାଇରେକ୍ଟର ଜେନେରାଲ ଡ. କଲ୍ୟାଣ ଗୋସ୍ବାମୀ ଜଣାଇଛନ୍ତି ।

12 July, 2022 4:58 PM IST By: Sudesna Nayak

କୃଷି ଓ କୃଷକର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ହୋଇଥାଏ । କୃଷକ ନିଜ ଝାଳ ବୁହାଇ ଲୋକମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇଥାଏ । ଏହି ଦୃଷ୍ଟିରୁ ଦେଶର ପ୍ରତି ନାଗରିକ କୃଷକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ACFIର ଡାଇରେକ୍ଟର ଜେନେରାଲ ଡ. କଲ୍ୟାଣ ଗୋସ୍ବାମୀ ଜଣାଇଛନ୍ତି ।

କୃଷି ଜାଗରଣ ଚୌପାଲରେ ଆଜିର ଅତିଥି ଥିଲେ Agro Chemical Federation of India (ACFI) ର ଡାଇରେକ୍ଟର ଜେନେରାଲ ଡ. କଲ୍ୟାଣ ଗୋସ୍ବାମୀ । ଆଜିର ଦୁନିଆରେ କୃଷିର ମହତ୍ବ ସମ୍ପର୍କରେ ଆଲୋଚନା କରିଛନ୍ତି ACFIର ଡାଇରେକ୍ଟର କଲ୍ୟାଣ ଗୋସ୍ବାମୀ । ଚାଷୀ ଭଗବାନ ବୋଲି କଲ୍ୟାଣ କହିଛନ୍ତି ।

ଏକ ସୁସ୍ଥ ଜଳବାୟୁ ଓ ଉତ୍ପାଦନଶୀଳ, ସ୍ଥାୟୀ ମୃତ୍ତିକା ଓ ପରିବେଶ ସଂରକ୍ଷଣ ଲକ୍ଷ ନେଇ, ରାସାୟନିକ ସାର, ରୋଗ ଓ ପୋକ ମରା ଔଷଧ ବ୍ୟବହାର ଆଦୌ ନକରି, ପ୍ରାକୃତିକ ଉପାୟରେ ଫସଲ ଚାଷ କରିବାକୁ ଜୈବିକ ଚାଷ (Organic farming) କୁହାଯାଏ ।

ଏଥିସହିତ ପ୍ରାକୃତିକ ପଦାର୍ଥ ବ୍ୟବହାର କରି ଖାଦ୍ୟ ଉତ୍ପାଦନ କରିବା,ପୃଷ୍ଟିକର ଓ ପ୍ରଦୂଷଣ ମୁକ୍ତ ଖାଦ୍ୟ ଯଥେଷ୍ଟ ପରିମାଣରେ ଉତ୍ପାଦନ କରିବା, ମାଟିରେ ଥିବା କ୍ଷୁଦ୍ର ଜୀବଜନ୍ତୁ ମାନଙ୍କର ସଂରକ୍ଷଣ ଓ ସମୃଦ୍ଧି ଘଟାଇ ପ୍ରାକୃତିକ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପ୍ରକୃତିର ବିବିଧତାକୁ ବଜାୟ ରଖିବା । ଜଳ, ସ୍ଥଳ ଓ ବାୟୁର ସ୍ଵଚ୍ଛତା ସନ୍ତୁଳିତ ରଖିବା ସହ ସେଥିରେ ବାସ କରୁଥିବା ଜୀବମାନଙ୍କରେ ଦାୟିତ୍ଵ ବଜାୟ ରଖିବା । ମୃତ୍ତିକା, ଜଳ ଓ ପରିବେଶ ସଂରକ୍ଷଣ ମଧ୍ୟ କରିବା ।

ପ୍ରାକୃତିକ ଚାଷ (Natural Farming)କେବଳ ଚାଷ ନୁହେଁ, ବରଂ ମାଟି ମା, ଗୋମାତା ଓ ପଶୁ ସେବା । ଏହା ଜରିଆରେ ଚାଷୀଙ୍କ ଆୟ ପାଇଁ ସ୍ରୋତ ଖୋଲିଥାଏ । ପ୍ରାକୃତିକ ଚାଷ ଲୋକଙ୍କ ପାଇଁ ଅତିରିକ୍ତ ଆୟର ମାଧ୍ୟମ । କାରଣ ଏଥିରେ ଚାଷୀ ଗୋବର ପାଇଁ ଗୋପାଳନ କରିଥାଏ । ପ୍ରାକୃତିକ ଚାଷ (Natural Farming) କାରଣରୁ ପରିବେଶ ଓ ପ୍ରକୃତିକୁ ସୁରକ୍ଷା ମିଳେ ।

ଖାଦ୍ୟ ସୁରକ୍ଷା (food security)ଖାଦ୍ୟ, ବସ୍ତ୍ର, ବାସଗୃହ ମଣିଷର ମୌଳିକ ଆବଶ୍ୟକତା । ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଜଣେ ରୋଗାକାନ୍ତ ହେବା ଆଶଙ୍କା ଅଧିକ ରହିଥାଏ । ମଣିଷ ସୁଖରେ ଜୀବନ ଜିଇଁବା ପାଇଁ ତଥା ନିରୋଗୀ ରହିବା ପାଇଁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

ମହିଳାମାନେ କୃଷିର ଜନନୀ: FMC India ନିର୍ଦ୍ଦେଶକ ରାଜୁ କପୁର

କୃଷିଜାଗରଣ ଚୌପାଲରେ ପୂର୍ବତନ କୃଷି ପରାମର୍ଶଦାତା ଡ.ଭିଭି ସଦାମତେ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)