News

ଖୁବ ଶୀଘ୍ର 2022-23 ପାଇଁ ଚିନି ରପ୍ତାନି କୋଟା ଘୋଷଣା କରିବେ ସରକାର

ଅକ୍ଟୋବରରୁ ଆରମ୍ଭ ହେବାକୁଥିବା ଆସନ୍ତା ମାର୍କେଟ ସିଜନ ପାଇଁ ସରକାର ଖୁବ ଶୀଘ୍ର ଚିନି ରପ୍ତାନି କୋଟା ଘୋଷଣା କରିପାରନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ।

22 September, 2022 4:01 PM IST By: Shuvanshu Kar

ଅକ୍ଟୋବରରୁ ଆରମ୍ଭ ହେବାକୁଥିବା ଆସନ୍ତା ମାର୍କେଟ ସିଜନ ପାଇଁ ସରକାର ଖୁବ ଶୀଘ୍ର ଚିନି ରପ୍ତାନି କୋଟା(Sugar Export Quota) ଘୋଷଣା କରିପାରନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ(Sudhanshu Pandey) । ମାର୍କେଟ ସିଜନ 2022-23 ରେ ରପ୍ତାନି ପାଇଁ ଚିନି ପରିମାଣ ନିର୍ଦ୍ଧାରିତ ହୋଇନାହିଁ ।

ଆଗାମୀ ସିଜନ ପାଇଁ ଖୁବ ଶୀଘ୍ର ଚିନି ରପ୍ତାନି ନୀତି ଘୋଷଣା କରାଯିବ ବୋଲି ପାଣ୍ଡେ ରୋଲର ଫ୍ଲୋର ମିଲର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଆରଏଫଏମଏଫଆଇ)ର 82 ତମ ସାଧାରଣ ସଭାରେ କହିଛନ୍ତି । ମେ ମାସରେ ସରକାର 100 ଲକ୍ଷ ଟନ୍ ଚିନି ରପ୍ତାନି କରିବାକୁ ଅନୁମତି ଦେଇଥିଲେ। ପରେ ଏଥିରେ 12 ଲକ୍ଷ ଟନ୍ ବୃଦ୍ଧି କରାଯାଇଥିଲା । ମାର୍କେଟ ସିଜନ 2021-22ରୁ 112 ଲକ୍ଷ ଟନ୍ ପାଇଁ ମୋଟ ରପ୍ତାନି କୋଟା ହୋଇଯାଇଛି ।

2020-21 ମାର୍କେଟ ସିଜନରେ ଭାରତର ଚିନି ରପ୍ତାନି 70 ଲକ୍ଷ ଟନ୍, 2019-20ରେ 59 ଲକ୍ଷ ଟନ୍ ଏବଂ 2018-19ରେ 38 ଲକ୍ଷ ଟନ୍ ଥିଲା। ଚଳିତ ମାସ ଆରମ୍ଭରେ, ଚିନି ଶିଳ୍ପ ସଂସ୍ଥା ଦାବି କରିଥିଲା ​​ଯେ ଅତିରିକ୍ତ ଉତ୍ପାଦନକୁ ଦୃଷ୍ଟିରେ ରଖି 2022-23 ମାର୍କେଟି ସିଜନରେ ସରକାର 8 ମିଲିୟନ ଟନ୍ ଚିନି ରପ୍ତାନି କରିବାକୁ ଅନୁମତି ଦିଅନ୍ତୁ ।

2021-22 ଚିନି ଋତୁରେ ଦେଶରେ ମୋଟ ଚିନି ଉତ୍ପାଦନ ବୃଦ୍ଧି ହେବାରେ ସମ୍ଭାବନା ରହିଛି । ଏହି ଋତୁରେ ଚିନି ଉତ୍ପାଦନ 5 ଲକ୍ଷ ଟନ ବୃଦ୍ଧି ପାଇ 3.6 କୋଟି ଟନ ହେବାର ଅନୁମାନ ରହିଛି । ଏହାପୂର୍ବରୁ ଚିନି ଉତ୍ପାଦନ 3.55 କୋଟି ଟନ ରହିବାର ଅନୁମାନ କରାଯାଉଥିଲା ।

ସରକାର ଘରୋଇ ବଜାରରେ ଦରଦାମ ବୃଦ୍ଧିକୁ ନେଇ ଚିନ୍ତିତ ଥିଲେ । ଏହି କାରଣରୁ ଘରୋଇ ବଜାରରେ ଚିନିର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଲଗାଇବାକୁ ପୂର୍ବରୁ ସରକାର ଚିନିର ରପ୍ତାନି ଲିମିଟ ସ୍ଥିର କରିଥିଲେ । ଚିନି କ୍ଷେତ୍ରକୁ ନେଇ ସରକାର ବେଶ ସକ୍ରିୟ ରହିଥିବା ନଜର ଆସୁଛନ୍ତି । ଏହି କ୍ଷେତ୍ରକୁ ମଜବୁତ କରିବାକୁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଚିନିର ଦ୍ବିତୀୟ ବୃହତ ରପ୍ତାନିକାରୀ ଦେଶ ହେଲା ଭାରତ

କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, ଆଖୁର ଲାଭକାରୀ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)