1. କୃଷି ଖବର

ଚିନିର ଦ୍ବିତୀୟ ବୃହତ ରପ୍ତାନିକାରୀ ଦେଶ ହେଲା ଭାରତ

ଚିନି ଋତୁ 2021-22ରେ ଦେଶରେ 100 ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନି କରାଯାଇଛି । ଏହାସହିତ ଚିନିର ଦ୍ବିତୀୟ ବୃହତ ରପ୍ତାନିକାରୀ ଦେଶ ହେଲା ଭାରତ ।

Shuvanshu Kar
Shuvanshu Kar
India becomes second largest exporter of sugar

India becomes second largest exporter of sugar

ଭାରତରେ କ୍ରମାଗତ ବଢିଚାଲିଛି ଚିନି ରପ୍ତାନି(sugar exports ) । ଚିନି ଋତୁ 2021-22ରେ ଦେଶରେ 100 ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନି(sugar exports ) କରାଯାଇଛି । ଏଥିରୁ ଆଖୁ ଚାଷୀ ଲାଭାନ୍ବିତ ହେଉଛନ୍ତି । ଅନ୍ୟପକ୍ଷେ ଚିନି ମିଲଗୁଡିକର ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେଉଛି ।

ସେପଟେ 12 ଲକ୍ଷ ଟନ ଅତିରିକ୍ତ ଚିନି ରତ୍ପାନି(sugar exports )କୁ କେନ୍ଦ୍ର ସରକାର ମଞ୍ଜୁରୀ ଦେବେ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି । ଭାରତ ସରକାର ଖୁବ ଶୀଘ୍ର ଅତିରିକ୍ତ ଚିନି ରପ୍ତାନି(sugar exports )କୁ ମଞ୍ଜୁରୀ ଦେଇପାରନ୍ତି ବୋଲି ଗତ ସପ୍ତାହରେ ଚର୍ଚ୍ଚା ହେଉଥିଲା ।

ଯଦି ଏହି 12 ଲକ୍ଷ ଟନ ଅତିରିକ୍ତ ରପ୍ତାନିକୁ ମଞ୍ଜୁରୀ ମିଳେ, ତାହେଲେ ଚଳିତ ଆର୍ଥିକ ବର୍ଷ 2021-22 ପାଇଁ ପ୍ରଥମରୁ ଦିଆଯାଇଥିବା 1 କୋଟି ଚିନି ରପ୍ତାନୀ ଅନୁମତି ଉପରେ ହେବ । ସୂଚନା ଅନୁଯାୟୀ, 2021-22 ଚିନି ଋତୁରେ ଦେଶରେ ମୋଟ ଚିନି ଉତ୍ପାଦନ ବୃଦ୍ଧି ହେବାରେ ସମ୍ଭାବନା ରହିଛି । ଏହି ଋତୁରେ ଚିନି ଉତ୍ପାଦନ 5 ଲକ୍ଷ ଟନ ବୃଦ୍ଧି ପାଇ 3.6 କୋଟି ଟନ ହେବାର ଅନୁମାନ ରହିଛି । ଏହାପୂର୍ବରୁ ଚିନି ଉତ୍ପାଦନ 3.55 କୋଟି ଟନ ରହିବାର ଅନୁମାନ କରାଯାଉଥିଲା ।

ସରକାର ଘରୋଇ ବଜାରରେ ଦରଦାମ ବୃଦ୍ଧିକୁ ନେଇ ଚିନ୍ତିତ ରହିଛନ୍ତି । ଏହି କାରଣରୁ ଘରୋଇ ବଜାରରେ ଚିନିର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣଇବା ପାଇଁ କିଛି ଦିନ ପୂର୍ବରୁ ସରକାର ଚିନିର ରପ୍ତାନି ଲିମିଟ ସ୍ଥିର କରିଥିଲେ । ଚିନି କ୍ଷେତ୍ରକୁ ନେଇ ସରକାର ବେଶ ସକ୍ରିୟ ରହିଥିବା ନଜର ଆସୁଛନ୍ତି । ଏହି କ୍ଷେତ୍ରକୁ ମଜବୁତ କରିବାକୁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ।

ସେପଟେ ଅଗଷ୍ଟ 4ରେ ଆଖୁ ଚାଷୀଙ୍କ ହିତରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଆଖୁର ଉଚିତ୍‌ ଓ ଲାଭକାରୀ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୨-୨୩ ଚିନି ଋତୁ ପାଇଁ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ଆଖୁ ଚାଷୀଙ୍କୁ ଗ୍ୟାରେଣ୍ଟି ଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ଆଖୁର ଏଫଆରପି ନିର୍ଦ୍ଧାରଣ କରାଯାଇଛି । ସରକାର ଗତ ଆଠ ବର୍ଷ ମଧ୍ୟରେ ଏଫଆରପି ୩୪% ବୃଦ୍ଧି କରିଛନ୍ତି । ଚିନି ରପ୍ତାନି ସୁବିଧା ଯୋଗାଇ ଦେବା, ମୋଟା ପରିମାଣର ଷ୍ଟକ ବଜାୟ ରଖିବା, ଇଥାନଲ ଉତ୍ପାଦନ କ୍ଷମତା ବଢ଼ାଇବା ଏବଂ ଚାଷୀଙ୍କ ବକେୟା ରାଶି ପରିଶୋଧ କରିବା ଲାଗି ସରକାର ଚିନି କଳମାନଙ୍କୁ ୧୮ ହଜାର କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, ଆଖୁର ଲାଭକାରୀ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ସାମିଲ ଓଡିଶାର 8 ପ୍ରକଳ୍ପ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments