1. କୃଷି ଖବର

PMJJBY: ଆଜିଠୁ ଲାଗୁ ହେଲା ପ୍ରଧାନମନ୍ତ୍ରୀ ବୀମା ଯୋଜନାର ସଂଶୋଧିତ ପ୍ରିମିୟମ ହାର

ଜୁନ ପହିଲାରୁ ଲାଗୁ ହେବ ପ୍ରଧାନମନ୍ତ୍ରୀ ବୀମା ଯୋଜନା(ପିଏମ୍‌ଜେଜେବିୱାଇ) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ)ର ସଂଶୋଧିତ ପ୍ରିମିୟମ ହାର ଉଭୟ ବୀମା ଯୋଜନା ୨୦୧୫ରୁ କାର୍ଯ୍ୟକାରୀ ହେବା ପରେ ସାତବର୍ଷରେ ଏହାର ପ୍ରିମିୟମ ହାରକୁ ପ୍ରଥମ ଥର ପାଇଁ ସଂଶୋଧିତ କରାଯାଇଛି ।

Shuvanshu Kar
Shuvanshu Kar
govt revises premium-rates of pradhan mantri jeevan jyoti bima yojana

govt revises premium-rates of pradhan mantri jeevan jyoti bima yojana

ଜୁନ ପହିଲାରୁ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ବୀମା ଯୋଜନା(ପିଏମ୍‌ଜେଜେବିୱାଇ)(PMJJBY) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ)ର ସଂଶୋଧିତ ପ୍ରିମିୟମ ହାର ଉଭୟ ବୀମା ଯୋଜନା ୨୦୧୫ରୁ କାର୍ଯ୍ୟକାରୀ ହେବା ପରେ ସାତବର୍ଷରେ ଏହାର ପ୍ରିମିୟମ ହାରକୁ ପ୍ରଥମ ଥର ପାଇଁ ସଂଶୋଧିତ କରାଯାଇଛି ।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ((PMJJBY)) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ((PMJJBY)) ପ୍ରିମିୟମ ହାରକୁ ପ୍ରଥମ ଥର ପାଇଁ ସଂଶୋଧିତ କରିଛନ୍ତି । ଏହି ସଂଶୋଧିତ ବର୍ଦ୍ଧିତ ପ୍ରିମିୟମ ହାର ଆସନ୍ତାକାଲି ଅର୍ଥାତ୍ ୨୦୨୨ଜୁନ ପହିଲାରୁ ଲାଗୁ ହେବ । ଏହି ଦୁଇ ଯୋଜନାରେ ହିତାଧିକାରୀଙ୍କୁ କ୍ଲେମ ବା କ୍ଷତିପୂରଣ ଦେବା କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେବାରୁ ସରକାର ଏହାର ସଂଶୋଧନ କରିଛନ୍ତି । ୨୦୧୫ରୁ ଏହି ଦୁଇ ଯୋଜନା କାର୍ଯ୍ୟକାରୀ ହେବାପରେ ଗତ ସାତବର୍ଷ ମଧ୍ୟରେ ପ୍ରିମିୟମ ହାରରେ ଏହା ପ୍ରଥମ ସଂଶୋଧନ । ଏହି ଦୁଇ ଯୋଜନାକୁ ଅଧିକ ବ୍ୟବହାର ଉପଯୋଗୀ ଓ ସମର୍ଥ କରିବାକୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଆର୍ଥିକ ଦୃଷ୍ଟିରୁ ଏହି ଦୁଇ ଯୋଜନାକୁ ଅଧିକ ସମର୍ଥ ଓ ବ୍ୟବହାର ଉପଯୋଗୀ କରିବାକୁ ଏହା କରାଯାଇଛି ।

ନୂଆ ନିଷ୍ପତି ଅନୁସାରେ ଏଣିକି ଉଭୟ ଯୋଜନାର ପ୍ରିମିୟମ ଅର୍ଥକୁ ଦୈନିକ ୧.୨୫ଟଙ୍କା କରାଯାଇଛି । ଏହାଫଳରେ ପିଏମ୍ ଜେଜେବିୱାଇର ବାର୍ଷିକ ପ୍ରିମିୟମ ଦେୟ ୩୩୦ଟଙ୍କାରୁ ୪୩୬ଟଙ୍କା ହୋଇଛି । ସେହିଭଳି ପିଏମ୍‌ଏସ୍‌ବିୱାଇ ଯୋଜନାରେ ବାର୍ଷିକ ପ୍ରିମିୟମ ଅର୍ଥ ପରିମାଣକୁ ୧୨ଟଙ୍କାରୁ ୨୦ଟଙ୍କା କରାଯାଇଛି ।

୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ପିଏମ୍‌ଜେଜେବିୱାଇରେ ସକ୍ରିୟ ବୀମାକାରୀଙ୍କ ସଂଖ୍ୟା ୬. ୪ କୋଟି ଥିବାବେଳେ ପିଏମ୍‌ଏସ୍‌ବିୱାଇ(PMJJBY)ରେ ଏହା ଥିଲା ୨୨କୋଟି । ପିଏମ୍‌ଏସ୍‌ବିୱାଇ ଯୋଜନା ପ୍ରବର୍ତ୍ତନ ହେବା ପରଠାରୁ ବୀମାକାରୀଙ୍କଠାରୁ ପ୍ରିମିୟମ ବାବଦରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧୧୩୪କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ସେହି ସମୟ ମଧ୍ୟରେ କ୍ଲେମ ବାବଦରେ ବୀମାକାରୀଙ୍କୁ କ୍ଷତିପୂରଣ ବାବଦରେ ୨୫୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ପିଏମ୍ ଜୀବନଜ୍ୟୋତି ବୀମା ଯୋଜନାରେ ବୀମାକାରୀଙ୍କଠାରୁ ପ୍ରିମିୟମ ବାବଦରେ ୯୭୩୭ କୋଟିଟଙ୍କା ସଂଗ୍ରହ ହୋଇଥିବାବେଳେ କ୍ଲେମ ବାବଦରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୧୪, ୧୪୪ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି । ସମ୍ପୃକ୍ତ ବୀମା ହିତାଧିକାରୀଙ୍କୁ ସେମାନଙ୍କ କ୍ଷତିପୂରଣ ବାବଦ ଦେୟ ବା କ୍ଲେମ ଡିବିଟି ବ୍ୟବସ୍ଥାରେ ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଉଛି ।

କରୋନା ମହାମାରୀ କାଳରେ ଏହି ଦୁଇ ଯୋଜନାରେ ବୀମାକାରୀଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ବ୍ୟବସ୍ଥାକୁ ଅତ୍ୟନ୍ତ ନିବିଡ ଭାବେ ନିରୀକ୍ଷଣ କରାଯାଇଥିଲା । ତଦନୁସାରେ କ୍ଲେମ ବାବଦ ଅର୍ଥ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସରଳ କରି ହିତାଧିକାରୀଙ୍କୁ ତୁରନ୍ତ ତାହା ଯୋଗାଇ ଦେବାର ବ୍ୟବସ୍ଥା ସରକାର କରିଥିଲେ । କରୋନାରେ ପ୍ରାଣ ହରାଇଥିବା ବୀମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ସମ୍ପୃକ୍ତ ବ୍ୟାଙ୍କଗୁଡିକ ପକ୍ଷରୁ ବାର୍ତ୍ତାମାନ ପଠାଯାଇ ମୃତକଙ୍କ ନମିନି ବା ମନୋନୀତ ବ୍ୟକ୍ତି ଅଥବା ଉତ୍ତରାଧିକାରୀ ବୀମା ବାବଦ ଅର୍ଥ ସହଜରେ କିପରି ପାଇବେ ତାହାର ସୂଚନା ଦିଆଯାଉଥିଲା । ଫଳରେ କ୍ଲେମ ବ୍ୟବସ୍ଥା ଅତ୍ୟନ୍ତ ସରଳ ହେବାରୁ କ୍ଷତିପୂରଣ ପାଇବାରେ କୌଣସି ଅସୁବିଧା ରହି ନଥିଲା ।

ପିଲାଙ୍କୁ PM CARES ଲାଭ ଦେବେ ପ୍ରଧାନମନ୍ତ୍ରୀ

PM KISAN:10 କୋଟି ଚାଷୀଙ୍କ ଖାତାକୁ ଗଲା 21 ହଜାର କୋଟି

ଏଠାରେ ସୂଚନଯୋଗ୍ୟ ଯେ ୨୦୧୫ରେ ଏହି ଦୁଇ ବୀମା ଯୋଜନା ଆରମ୍ଭ ହେବା ସମୟରେ ବୀମାକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷ।। ଯୋଜନାରେ ପ୍ରିମିୟମ ରାଶି ବାର୍ଷିକ ୧୨ଟଙ୍କା ଓ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ବାର୍ଷିକ ୩୩୦ଟଙ୍କା ଧାର୍ଯ୍ୟ ହୋଇଥିଲା । କ୍ଲେମ ଅଭିଜ୍ଞତା ଆଧାରରେ ଏହି ପ୍ରିମିୟମ ରାଶି ଆନୁପାତିକ ହାରରେ ଧାର୍ଯ୍ୟ କରାଯାଇଥିଲା । ବିଗତ ସାତବର୍ଷ ମଧ୍ୟରେ ଏହି ହାର ବା ପ୍ରିମିୟମ ରାଶିରେ କୌଣସି ସଂଶୋଧନ ବୃଦ୍ଧି କରାଯାଇ ନ ଥିଲା । ବୀମା ବାବଦରେ ସମ୍ପୃକ୍ତ କର୍ତ୍ତୃପକ୍ଷ / କମ୍ପାନୀ କ୍ଷତି ସହୁଥିଲେ ମଧ୍ୟ ସରକାର ଏଥିରେ କୌଣସି ପରିବର୍ତ୍ତନ କରି ନ ଥିଲେ ।

କ୍ଳେମ ବାବଦ ପ୍ରଦାନ କରାଯାଉଥିବା କ୍ଷତିପୂଣର ଅର୍ଥ ଓ ଅନ୍ୟାନ୍ୟ ଅନୁଭୂତିକୁ ପରୀକ୍ଷା ନିରୀକ୍ଷା କରିବା ପରେ ଏହାକୁ ବଢାଇବା ପାଇଁ ଆଇଆରଡିଏଆଇ ନିଷ୍ପତ୍ତିଗ୍ରହଣ କରି ସରକାରଙ୍କୁ ସୁପାରିସ କରିଥିଲା । ସରକାର ତାହାକୁ ଗ୍ରହଣ କରିଛନ୍ତି । ଏ ନେଇ ଯେଉଁ ସମୀକ୍ଷା କରାଯାଇଥିଲା ସେଥିରୁ ଜଣାପଡିଲା ଯେ ଉଭୟ ବୀମା ବାବଦରେ ସଂଗୃହୀତ ହୋଇଥିବା ପ୍ରିମିୟମ ଓ କ୍ଲେମ ବାବଦ ଦିଆଯାଇଥିବା ଅର୍ଥରାଶି ତଥା ଅନ୍ୟାନ୍ୟ ଖର୍ଚ୍ଚ (୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା) ରେ ତାରତମ୍ୟ ଅଧିକ ଥିଲା । ପିଏମ୍‌ଜେଜେବିୱାଇରେ ଏହା ୧୬୩.୯୮% ଥିବାବେଳେ ପିଏମ୍‌ଏସ୍‌ବିୱାଇରେ ଥିଲା ୨୫୪.୭୧% ।

କ୍ଲେମ ବାବଦ ଦେୟ ପରିମାଣ ଅତି ଅଧିକ ରହୁଥିବାରୁ ଏହି ଦୁଇ ଯୋଜନାକୁ ଆର୍ଥିକ ଦୃଷ୍ଟିରୁ ସମର୍ଥ ଏବଂ ବ୍ୟବହାର୍ଯ୍ୟ କରିବାକୁ ପ୍ରିମିୟମ ଦେୟ ରାଶିକୁ ବଢାଇବାକୁ ପଡିଛି । ଏହା ଦ୍ୱାରା ଅନ୍ୟାନ୍ୟ ବୀମାକାରୀ ସଂସ୍ଥାମାନେ ଏ କ୍ଷେତ୍ରରେ ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କରିବେ । ଅଧିକ ସଂଖ୍ୟକ ବୀମା କମ୍ପାନୀଙ୍କ ଅଂଶଗ୍ରହଣ ଫଳରେ ଯୋଜନା ଦ୍ୱୟର କାର୍ଯ୍ୟକାରିତା ଅଧିକ ବ୍ୟାପକ ହେବ ଏବଂ ଏଥିରେ ଯେତେ ସଂଖ୍ୟକ ଲୋକଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ହୋଇପାରିବ । ବିଶେଷକରି ବୀମା ସୁବିଧା ପାଉ ନ ଥିବା ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଦେଶର ଜନତା ଏହାର ଲାଭ ଅଧିକ ଉଠାଇପାରିବେ ।

ଭାରତକୁ ଏକ ସମ୍‌ୂର୍ଣ୍ଣ ବୀମାକୃତ ଦେଶ ବା ସମାଜରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବୃହତ୍ତର ଲକ୍ଷ୍ୟ ରଖିଛନ୍ତି ଏହି ପଦକ୍ଷେପ ତାହାକୁ ପୂରଣ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପିଏମ୍‌ଜେଜେବିୱାଇ ଯୋଜନାରେ ବୀମାକୃତ ଲୋକଙ୍କ ସଂଖ୍ୟା ୬.୪କୋଟିରୁ ୧୫କୋଟି ଏବଂ ପିଏମ୍‌ବିୱାଇରେ ୨୨କୋଟିରୁ ୩୭କୋଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟ ପୂରଣ ହେଲେ ଦେଶର ବୀମା ଯୋଗ୍ୟ ପ୍ରାୟ ସବୁ ନାଗରିକ ଏହି ଦୁଇ ସାମାଜିକ ନିରାପତ୍ତା ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments