
Green fuel will end need for petrol in India after five years, says Nitin Gadkari
ଅଭିନବ ଚିନ୍ତାଧାରାକୁ ବିଭିନ୍ନ ପ୍ରୟୋଗ କରିଆସିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ(Nitin Gadkari) । ତାଙ୍କ ନେତୃତ୍ବରେ ରାଜପଥ ନିର୍ମାଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଏହାସହିତ ସେ ସଡକ ଓ ଗାଡିର ସୁରକ୍ଷା ସହ ଗ୍ରୀନ ଏନର୍ଜୀ(Green fuel)ର ବ୍ୟବହାର ଉପରେ ଜୋର ଦେଇଆସୁଛନ୍ତି ।
ନିକଟରେ ଗଡକରୀ ଏକ ହାଇଡ୍ରୋଜେନ ଚାଳିତ କାର ଚଲାଇ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ମନ୍ତ୍ରୀ ଦାବି କରିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପେଟ୍ରୋଲ(petrol) କାର ଭାରତ ରାସ୍ତାରୁ ଅଦୃଶ୍ୟ ହୋଇଯିବ। ଏପରିକି ସେ କହିଛନ୍ତି ଯେ ପାଞ୍ଚ ବର୍ଷ ପରେ ଭାରତରେ ପେଟ୍ରୋଲର ଆବଶ୍ୟକତା ପଡ଼ିବ ନାହିଁ।
ଗଡକରୀ କହିଛନ୍ତି ଯେ ସବୁଜ ଇନ୍ଧନ ଆଗାମୀ ସମୟରେ ପେଟ୍ରୋଲର ଆବଶ୍ୟକତାକୁ ଦୂର କରିବ। କିଛି ବର୍ଷ ପରେ କେବଳ କାର ନୁହେଁ ଦେଶର ସ୍କୁଟର ମଧ୍ୟ ସବୁଜ ହାଇଡ୍ରୋଜେନ, ଇଥାନଲ ଫ୍ଲେକ୍ସ ଇନ୍ଧନ, ସିଏନଜି କିମ୍ବା ଏଲଏନଜିରେ ଚାଲିବ ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ସମ୍ପୂର୍ଣ୍ଣ ଆତ୍ମବିଶ୍ବାସର ସହ କହିଛନ୍ତି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ପେଟ୍ରୋଲ ଲୋପ ପାଇବ। କାର ଏବଂ ସ୍କୁଟର ଗ୍ରୀନ୍ ହାଇଡ୍ରୋଜେନ୍ କିମ୍ବା ଇଥାନଲ୍ ଫ୍ଲେକ୍ସ ଇନ୍ଧନ, CNG କିମ୍ବା LNGରେ ଚାଲିବ । ଆଗାମୀ ପାଞ୍ଚ ବର୍ଷରେ ଏହି କ୍ଷେତ୍ରର ଅଭିବୃଦ୍ଧି ହାରକୁ 12 ପ୍ରତିଶତରୁ 20 ପ୍ରତିଶତକୁ ବୃଦ୍ଧି କରିବାକୁ କୃଷି କ୍ଷେତ୍ରର ବିଶେଷଜ୍ଞଙ୍କୁ ମଧ୍ୟ ଗଡକରୀ ଅପିଲ କରିଛନ୍ତି । ସେ କହିଛନ୍ତି ଯେ କୃଷକମାନେ ବହୁତ ଦକ୍ଷ । ସେମାନଙ୍କୁ ନୂତନ ଗବେଷଣା ଏବଂ ନୂତନ ଟେକ୍ନୋଲୋଜି ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଟ୍ରେଣ୍ଡ କରିବା ଆବଶ୍ୟକ ।
ଗଡକରୀ ଏହାପୂର୍ବରୁ ଜୁନ୍ 17 ରେ କହିଥିଲେ ଯେ ଶୀଘ୍ର ବୈଦ୍ୟୁତିକ ଯାନର ମୂଲ୍ୟ ହ୍ରାସ ପାଇବ । ଆସନ୍ତା ଏକ ବର୍ଷ ମଧ୍ୟରେ ବୈଦ୍ୟୁତିକ ଯାନର ମୂଲ୍ୟ ପେଟ୍ରୋଲ ଯାନ ସହିତ ସମାନ ହେବ ବୋଲି ସେ ଦାବି କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଡିଜେଲ ଏବଂ ପେଟ୍ରୋଲର ବିକଳ୍ପ ଭାବରେ ସରକାର ଫସଲ ଅବଶିଷ୍ଟାଂଶରୁ ଇଥାନଲ ଉତ୍ପାଦନକୁ ପ୍ରୋତ୍ସାହିତ କରୁଛନ୍ତି ।
Share your comments