News

ମିଲେଟ ଉପରେ କମିବ GST,ପାନ ମସଲା ହେବ ମହଙ୍ଗା!

ସାମଗ୍ରୀ ଏବଂ ସେବା କର ଜିଏସ୍ଟି ସହ ଜଡିତ ଏକ ସୂଚନା ମିଳିଛି । ନିକଟରେ, ନୂଆଦିଲ୍ଲୀରେ ସର୍ବୋଚ୍ଚ ସଂସ୍ଥା ଜିଏସଟିର ପରିଷଦର ବୈଠକ ଚାଲିଛି । ବୈଠକରେ ମିଲେଟସ୍ ଅର୍ଥାତ୍ କଠିନ ଶସ୍ୟରୁ ନିର୍ମିତ ସ୍ୱାସ୍ଥ୍ୟ ଉତ୍ପାଦ ଉପରେ ଜିଏସ୍ଟି ହାର ହ୍ରାସ କରାଯାଇପାରେ । କଠିନ ଶସ୍ୟରୁ ଉତ୍ପାଦିତ ସାମଗ୍ରୀ ଉପରେ ଜିଏସ୍ଟି ହାରକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ଫିଟମେଣ୍ଟ କମିଟି ସୁପାରିଶ କରିଥିଲା । ଅନ୍ୟପକ୍ଷରେ, ମିଲେଟ ଚାଷ ସହିତ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ମଧ୍ୟ ବ୍ୟବହାର ବୃଦ୍ଧି ପାଇଁ କଠିନ ଶସ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ।

22 February, 2023 8:00 AM IST By: Sudesna Nayak

ସାମଗ୍ରୀ ଏବଂ ସେବା କର ଜିଏସ୍ଟି (GST) ସହ ଜଡିତ ଏକ ସୂଚନା ମିଳିଛି । ନିକଟରେ, ନୂଆଦିଲ୍ଲୀରେ ସର୍ବୋଚ୍ଚ ସଂସ୍ଥା ଜିଏସଟିର ପରିଷଦର ବୈଠକ ଚାଲିଛି । ବୈଠକରେ ମିଲେଟସ୍ (millets)ଅର୍ଥାତ୍ କଠିନ ଶସ୍ୟରୁ ନିର୍ମିତ ସ୍ୱାସ୍ଥ୍ୟ ଉତ୍ପାଦ ଉପରେ ଜିଏସ୍ଟି (GST) ହାର ହ୍ରାସ କରାଯାଇପାରେ । କଠିନ ଶସ୍ୟରୁ ଉତ୍ପାଦିତ ସାମଗ୍ରୀ ଉପରେ ଜିଏସ୍ଟି ହାରକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ଫିଟମେଣ୍ଟ କମିଟି ସୁପାରିଶ କରିଥିଲା । ଅନ୍ୟପକ୍ଷରେ, ମିଲେଟ ଚାଷ ସହିତ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର (modi government) ମଧ୍ୟ ବ୍ୟବହାର ବୃଦ୍ଧି ପାଇଁ କଠିନ ଶସ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ।

ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟକର ଉତ୍ପାଦ ତଥା ମିଲେଟରୁ ପ୍ରସ୍ତୁତ ପ୍ରି-ପ୍ୟାକେଜ୍ ଉତ୍ପାଦ ଏବଂ ଖୋଲା ସ୍ଥାନରେ ବିକ୍ରି ହେଉଥିବା କଠିନ ଦାନା ଉପରେ ପାଞ୍ଚ ପ୍ରତିଶତ ଜିଏସ୍ଟି (GST)ଛାଡ କରିବାକୁ ସରକାର ଫିଟମେଣ୍ଟ କମିଟି ସୁପାରିଶ କରିଛନ୍ତି । ଏହା ସହିତ ହିଁ ପାନ ମସାଲା (Pan Masala)ର ଉତ୍ପାଦନ ଉପରେ ଜିଏସ୍ଟି (GST)ଆଦାୟ କରିବାର ଯୋଜନା ଅଛି ।

କହିବାକୁ ଗଲେ, ପ୍ରଥମେ ରାଜ୍ୟ ଏବଂ ପରେ ଦେଶ ଆଉ ଏବେ ପୁରା ବିଶ୍ୱ (world) ରେ ମିଲେଟ କୁ ପ୍ରାଧାନ୍ୟ ଦିଆଯାଉଛି । ମିଲେଟ (millet )ରୁ ପ୍ରସ୍ତୁତି ଖାଦ୍ୟ ଏବେ ବିଶ୍ୱ ବଜାର ରେ ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରୁଥିବା ଦେଖିବାକୁ ମିଳିଲାଣି । ଏଥିରୁ ତିଆରି ସମସ୍ତ ଖାଦ୍ୟ ଖାଈବାବୁ ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକର । ଛୋଟ ଛୁଆରୁ ବୃଦ୍ଧ ତଥା ଗର୍ଭସ୍ଥ ମାଁ ମାନଙ୍କ ପାଇଁ ଏ ବେ ଏହା ଲାଭମାନ ହୋଇଛି ।

ଓଡ଼ିଶା ମିଲେଟ୍ସ ମିଶନ ଅଧୀନରେ ମାଣ୍ଡିଆର ଚାଷଠାରୁ ଆରମ୍ଭ କରି ଅମଳ ଓ ବିକ୍ରି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟ ସରକାର ସହାୟତା ଦେଉଛନ୍ତି । ଏଥିଲାଗି ଚାଷୀଙ୍କୁ ବିହନ, ସାର ଓ ଆଧୁନିକ କୃଷି ଯନ୍ତ୍ରପାତି ଆଦି ଯୋଗାଇ ଦିଆଯାଉଛି ।

ପ୍ରକାଶ ଥାଉ ଯେ, ରାଜ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଗଜପତି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଭଳି ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲା ରେ ଓଡ଼ିଶା ମିଲେଟ୍ସ ମିଶନ କାର୍ଯ୍ୟକାରୀ ହେଉଛି । ଓଡ଼ିଶାର ଅନେକ ସ୍ଥାନରେ ମାଣ୍ଡିଆ ଚାଷ ହୋଇଥାଏ ହେଲେ କୋରାପୁଟ ମାଣ୍ଡିଆର( koraput millet ) ରହିଛି ବିଶେଷ ସ୍ୱତନ୍ତ୍ରତା । କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା ମାଣ୍ଡିଆରେ ଅଧିକା ପୋଷକତତ୍ୱ(protin) ରହୁଥିବା କୁହନ୍ତି ବିଶେଷଜ୍ଞ । ଯାହା ଅନ୍ୟ କେଉଁଠି ମିଳେନାହିଁ ।

ପୁଷ୍ଟିରେ ଭରପୁର ମାଣ୍ଡିଆ ଚକୁଳି, ମିଳିବ ଏହିସବୁ ଫାଇଦା

ଖାଇଛନ୍ତି କି ମାଣ୍ଡିଆ ରେ ପ୍ରସ୍ତୁତ ପକୁଡି ? ଜଣାନ୍ତୁ କିପରି କରିବେ ପ୍ରସ୍ତୁତ......

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)