1. କୃଷି ଖବର

କୃଷିର ଆନୁଷଙ୍ଗିକ କ୍ଷେତ୍ରଗୁଡିକରେ ଦୃଢ଼ ଅଭିବୃଦ୍ଧି

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମୋଟ ଜିଭିଏ (ସ୍ଥିର ମୂଲ୍ୟରେ) ରେ ପଶୁସମ୍ପଦର ଅବଦାନ ୨୦୧୪-୧୫ରେ ୨୪.୩୨ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୩୦.୩୮ ପ୍ରତିଶତକୁ ବୃଦ୍ଧି ପାଇଛି।

Tanushree Mahapatra
Tanushree Mahapatra
GVA IN FOOD PROCESSING SECTOR INCREASES, image source - pexels

GVA IN FOOD PROCESSING SECTOR INCREASES, image source - pexels

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକ ସର୍ଭେ ଉପସ୍ଥାପନ କରିଛନ୍ତି। ଅର୍ଥନୈତିକ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତୀୟ କୃଷିର ଆନୁଷଙ୍ଗିକ କ୍ଷେତ୍ରଗୁଡିକ କ୍ରମାଗତ ଭାବରେ ଦୃଢ଼ ଅଭିବୃଦ୍ଧି କେନ୍ଦ୍ର ଏବଂ କୃଷି ଆୟରେ ଉନ୍ନତି ଆଣିବା ପାଇଁ ଆଶାଜନକ ଉତ୍ସ ଭାବରେ ଉଭା ହେଉଛି ।

୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ପଶୁସମ୍ପଦ କ୍ଷେତ୍ର ଉତ୍ସାହଜନକ ଭାବେ ବାର୍ଷିକ ସାମଗ୍ରିକ ଅଭିବୃଦ୍ଧି ହାର (ସିଏଜିଆର)ରେ ୭.୩୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମୋଟ ଜିଭିଏ (ସ୍ଥିର ମୂଲ୍ୟରେ) ରେ ପଶୁସମ୍ପଦର ଅବଦାନ ୨୦୧୪-୧୫ରେ ୨୪.୩୨ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୩୦.୩୮ ପ୍ରତିଶତକୁ ବୃଦ୍ଧି ପାଇଛି।

୨୦୨୨-୨୩ରେ ପଶୁସମ୍ପଦ କ୍ଷେତ୍ର ମୋଟ ଜିଭିଏରେ ୪.୬୬ ପ୍ରତିଶତ ଯୋଗଦାନ ଦେଇଥିଲା, ଯାହା କ୍ଷୀର, ଅଣ୍ଡା ଏବଂ ମାଂସର ମୁଣ୍ଡପିଛା ଉପଲବ୍ଧତାକୁ ଯଥେଷ୍ଟ ବୃଦ୍ଧି କରିଥିଲା । ଭାରତୀୟ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ ମତ୍ସ୍ୟଚାଷ କ୍ଷେତ୍ର କୃଷି ଜିଭିଏର ପ୍ରାୟ ୬.୭୨ ପ୍ରତିଶତ ଅଟେ ଏବଂ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ (ସ୍ଥିର ମୂଲ୍ୟରେ) ୮.୯ ପ୍ରତିଶତ ସାମଗ୍ରିକ ବାର୍ଷିକ ହାରରେ ବୃଦ୍ଧି ପାଇଛି । ଏହି "ସୂର୍ଯ୍ୟୋଦୟ କ୍ଷେତ୍ର" ପ୍ରାୟ ୩୦ ନିୟୁତ ଲୋକ, ବିଶେଷକରି ଅବହେଳିତ ଏବଂ ଦୁର୍ବଳ ସମୁଦାୟକୁ ସହାୟତା କରିଥାଏ ।

ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଦୁଗ୍ଧ ପ୍ରକ୍ରିୟାକରଣ, ମାଂସ ପ୍ରକ୍ରିୟାକରଣ, ପଶୁ ଖାଦ୍ୟ କାରଖାନା ଏବଂ ପ୍ରଜାତି ଉନ୍ନତି ପ୍ରଯୁକ୍ତି ଭଳି ପ୍ରମୁଖ କ୍ଷେତ୍ରରେ ବ୍ୟକ୍ତିଗତ ଉଦ୍ୟୋଗୀ, ଘରୋଇ କମ୍ପାନୀ, ଏଫପିଓ ଏବଂ କମ୍ପାନୀ ଧାରା ୮ ଏବଂ ଦୁଗ୍ଧ ସମବାୟ ରୁ ନିବେଶ ସୁବିଧା ପ୍ରଦାନ କରେ । ସରକାର ଋଣଧାରକଙ୍କୁ ୩ ପ୍ରତିଶତ ସୁଧ ଛାଡ ଏବଂ ମୋଟ ଋଣର ୨୫ ପ୍ରତିଶତ ପର୍ଯ୍ୟନ୍ତ କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରନ୍ତି । ମେ ୨୦୨୪ ସୁଦ୍ଧା ଋଣ ପ୍ରଦାନକାରୀ ବ୍ୟାଙ୍କ/ନାବାର୍ଡ/ଏନଡିଡିବି ଦ୍ୱାରା ୧୩.୮୬୧ କୋଟି ଟଙ୍କାର ୪୦୮ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି, ଯାହା ଦ୍ୱାରା ୪୦,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ଏବଂ ୪୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି ।

ଅର୍ଥନୈତିକ ସର୍ବେକ୍ଷଣ ରେ କୁହାଯାଇଛି ଯେ ୨୦୨୨-୨୩ରେ ଭାରତ ୧୭.୫୪ ନିୟୁତ ଟନ୍ ର ରେକର୍ଡ ମାଛ ଉତ୍ପାଦନ କରିଛି, ଯାହା ବିଶ୍ୱସ୍ତରରେ ତୃତୀୟ ସ୍ଥାନରେ ରହିଛି ଏବଂ ବିଶ୍ୱ ଉତ୍ପାଦନର ୮ ପ୍ରତିଶତ ଅଟେ । ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଯାଆଁଳ ଓ ମାଛ ଉତ୍ପାଦନ ଏବଂ ଅନ୍ୟାନ୍ୟ ସମ୍ପ୍ରସାରଣ ସେବାବୃଦ୍ଧି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଆକାରରେ ଏକ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ଷେତ୍ରର ଭିତ୍ତିଭୂମି ଆବଶ୍ୟକତାକୁ ପୂରଣ କରିବା ପାଇଁ ମତ୍ସ୍ୟ ଓ ଅନ୍ୟାନ୍ୟ ଜଳଜୀବ ଭିତ୍ତିଭୂମି ବିକାଶ ପାଣ୍ଠି (ଏଫ୍ ଆଇଡିଏଫ୍) ୨୦୧୮-୧୯ରେ ୭.୫୨ ହଜାର କୋଟି ଟଙ୍କାର ପାଣ୍ଠି ଆକାରରେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରିହାତି ହାରରେ ୫.୫୯ ହଜାର କୋଟି ଟଙ୍କା ପାଇଁ ୧୨୧ଟି ପ୍ରସ୍ତାବ ସୁପାରିସ କରାଯାଇଛି।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର:

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, ଭାରତ ଦୁଗ୍ଧର ସର୍ବବୃହତ ଉତ୍ପାଦକ ଏବଂ ଫଳ, ପନିପରିବା ଏବଂ ଚିନିଉତ୍ପାଦନର ଦ୍ବିତୀୟ ବୃହତ୍ତମ ଉତ୍ପାଦନକାରୀ ଦେଶ । ସଂଗଠିତ କ୍ଷେତ୍ରରେ ମୋଟ ନିଯୁକ୍ତିରେ ୧୨.୦୨ ପ୍ରତିଶତ ଅଂଶ ସହ ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସଂଗଠିତ ଉତ୍ପାଦନ କ୍ଷେତ୍ରରେ ଅନ୍ୟତମ ବୃହତ୍ତମ ନିଯୁକ୍ତିଦାତା । ୨୦୨୨-୨୩ ରେ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି ସମେତ କୃଷି-ଖାଦ୍ୟ ରପ୍ତାନିର ମୂଲ୍ୟ ୪୬.୪୪ ବିଲିୟନ ଡଲାର ଥିଲା, ଯାହା ଭାରତର ମୋଟ ରପ୍ତାନିର ପ୍ରାୟ ୧୧.୭ ପ୍ରତିଶତ ଅଟେ । ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନିର ଅଂଶ ମଧ୍ୟ ୨୦୧୭-୧୮ରେ ୧୪.୯ ପ୍ରତିଶତଥିବା ବେଳେ ୨୦୨୨-୨୩ରେ ଏହା ୨୩.୪ ପ୍ରତିଶତକୁ ବୃଦ୍ଧି ପାଇଛି।

ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜିଭିଏ ୨୦୧୩-୧୪ରେ ୧.୩୦ ଲକ୍ଷ କୋଟି ଟଙ୍କାଥିବା ବେଳେ ୨୦୨୨-୨୩ରେ ଏହା ୧.୯୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୧-୧୨ ମୂଲ୍ୟରେ ୨୦୨୨-୨୩ରେ ଉତ୍ପାଦନ କ୍ଷେତ୍ରରେ ଏହି କ୍ଷେତ୍ରର ଜିଭିଏ ୭.୬୬ ପ୍ରତିଶତରେ ପ୍ରତିଷ୍ଠା ହୋଇଥିଲା।

ଅଧିକ ପଢ଼ନ୍ତୁ

ଭାରତୀୟ କୃଷି କ୍ଷେତ୍ର ଏକ ସଫଳ କାହାଣୀ

ତେଲେଙ୍ଗାନାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ