1. କୃଷି ଖବର

ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ ପ୍ରଭାବ ବାଲେଶ୍ୱର ଜିଲ୍ଲାରେ

ଜଳ ଓ ସ୍ୱଚ୍ଛତାକୁ ମିଳିଛି ଗୁରୁତ୍ତ୍ଵ , ନାରୀଙ୍କୁ ମିଳିଛି ରୋଜଗାର ପନ୍ଥା

Tanushree Mahapatra
Tanushree Mahapatra
Har ghar jal mission and swachha bharat abhiyan

Har ghar jal mission and swachha bharat abhiyan

ବାଲେଶ୍ୱର ଜିଲ୍ଲାର ୨ଟି ସଦର ମହକୁମା , ବାଲେଶ୍ୱର ଓ ନୀଳଗିରି ଓ ୧୨ଟି ବ୍ଲକ ଅଛି ଯାହାସବୁ ଗ୍ରାମାଞ୍ଚଳର ଉନ୍ନତି ସକାଶେ କାମ କରିଥାନ୍ତି, ଖଜଣା ଓ ପ୍ରଶାସନିକ କାରବାର ପାଇଁ ୭ଟି ତହସିଲ ଓ ୨୮୯ ଗ୍ରାମ ପଞ୍ଚାୟତ ଅଛି । ଏହି ଜିଲ୍ଲାର ରହିଛି ଅନେକ ମହତ୍ତ୍ୱ l ରାଜ୍ୟ ତଥା ଦେଶ ଏହି ଜିଲ୍ଲାର ଅନେକ ଭୂମିକା ରହିଛି l ତେବେ ଏହି ଜିଲ୍ଲାର ସଂସଦୀୟ କ୍ଷେତ୍ରରେ ୨୦୧୯ ମସିହାରେ ପ୍ରତାପ ଷଡ଼ଙ୍ଗୀଙ୍କୁ ମିଳିଥିଲା ଏମପି ସିଟ l

ଜିଲ୍ଲାର ଚାଷୀଙ୍କ ପାଇଁ ମଣ୍ଡି ଠାରୁ ଆରମ୍ଭ କରି ପିଲାଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ସବୁ ପ୍ରକାର ସୁବିଧା କାର୍ଯ୍ୟକାରୀ କରିଛନ୍ତି ସେ l କରୋନା ସମୟରେ ସାଂସଦ ପାଣ୍ଠି ବନ୍ଦ ଥିବା ସତ୍ତ୍ୱେ ଅନେକ ଯୋଜନା ପ୍ରତିଷ୍ଠା ପାଇଁ ଜିଲ୍ଲାରେ ଆର୍ଥିକ ଅନୁଦାନ ପ୍ରଦାନ କରାଇଛନ୍ତି l ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନରେ ଜିଲ୍ଲାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି l ଯାହା ଚାଷୀ ମୂଲିଆଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି ପ୍ରତାପ ଷଡ଼ଙ୍ଗୀ l

ଜଳ ଜୀବନ ମିଶନ ଅଧୀନରେ ଜିଲ୍ଲାରେ ହୋଇଥିବା ଉନ୍ନତ୍ତମୂଳକ କାର୍ଯ୍ୟ - ବିଦ୍ୟାଳୟ ଗୁଡିକରେ ୬୭ % ପାଣି ସୁବିଧା ହୋଇଛି , ୪୧ % ଅଙ୍ଗନବାଡ଼ିରେ ଜଳ ସୁବିଧା ତଥା ଟ୍ୟାପ ପାଣି ସୁବିଧା , ୯୧ ପ୍ରତିଶତ ଭିଲେଜ ୱାଟର ଏବଂ ସେନିଟେସନ କମିଟି ପ୍ରତିଷ୍ଠା , ଗ୍ରାମ୍ୟ ଯୋଜନା ୮୫ %, ଗାଁରେ O&M କର୍ମଚାରୀ ନିଯୁକ୍ତି , ୧୮୨୯ ଟି ଗାଁର ବିକାଶ କାର୍ଯ୍ୟ ହୋଇଥିବାବେଳେ ଆଉ କିଛି ଗ୍ରାମରେ କାର୍ଯ୍ୟ ଜାରି ରହିଛି , ଗ୍ରାମ ପଞ୍ଚାୟତ ଗୁଡ଼ିକରେ ହର ଘର ଜଳ ଯୋଜନାରେ ସୁବିଧା ପ୍ରଦାନ ,ମହିଳାଙ୍କୁ ଶୁଦ୍ଧ ପାଣି ପରୀକ୍ଷା ପାଇଁ ନିଯୁକ୍ତି କରାଯାଇଛି , ଜଳ ପରୀକ୍ଷା ପାଇଁ ବିଭିନ୍ନ ଲ୍ୟାବ ପ୍ରତିଷ୍ଠା କରାଯାଇଛି l ସ୍ୱଚ୍ଛ ଜଳ ମିଳିଛି ଆଜି ଜିଲ୍ଲାବାସୀଙ୍କୁ l

୭୪୦ ଗ୍ରାମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ରହିଛି , ୭୫୭ ଗ୍ରାମରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା , ୯୭୫ ଗ୍ରାମରେ ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ସେଗ୍ରେଗେସନ୍ ସେଡ୍ ବ୍ୟବସ୍ଥା , ୮୦୬୮ ଟି କମ୍ୟୁନିଟି ସୋକ୍ ପିଟ୍ , ୧୩୮୯ କମ୍ୟୁନିଟି କମ୍ପୋଷ୍ଟ ଗର୍ତ୍ତ , ୧୨ଟି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍ , ୨୧୬ଟି କମ୍ୟୁନିଟି ସାନିଟାରୀ କମ୍ପ୍ଲେକ୍ସସ୍ ସହିତ ବ୍ୟକ୍ତିଗତ ଘରୋଇ ଲାଟ୍ରାଇନ୍ସ (IHHL) ସୁବିଧା ରହିଛି ଗ୍ରାମରେ l ୨୦୧୯ -୨୦୨୪ ନିର୍ବାଚନୀ ବର୍ଷ ମଧ୍ୟରେ ଏହିଭଳି ଉନ୍ନତିମୂଳକ କାର୍ଯ୍ୟ ହୋଇଛି ଜିଲ୍ଲାରେ l

ଅଧିକ ପଢ଼ନ୍ତୁ

ରାଜାରାମ ତ୍ରିପାଠୀଙ୍କ “ କକସାଡ଼ “ ପତ୍ରିକା ନୂଆ ସଂସ୍କରଣ ଉନ୍ମୋଚିତ

Gooseberry Farming: ଅଁଳାର ଲାଭକାରୀ ଚାଷ କରନ୍ତୁ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments