1. କୃଷି ଖବର

ଝିଅମାନଙ୍କୁ ୫ ହଜାର ଟଙ୍କା ଦେଉଛନ୍ତି ସରକାର;ଜାଣନ୍ତୁ କେମିତି କରିବେ ଆବେଦନ...

ଯଦି ଆପଣଙ୍କର ଏକ ଝିଅ ଅଛି ତେବେ ଏହି ବିଶେଷ ଖବର କେବଳ ଆପଣଙ୍କ ପାଇଁ । ବାସ୍ତବରେ ସରକାର ଝିଅମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାର ମଧ୍ୟ ଏଭଳି ଯୋଜନା କରୁଛନ୍ତି ଯେଉଁଥିରେ ଝିଅମାନଙ୍କୁ ଆର୍ଥିକ ସହାୟତା ଭାବରେ ପ୍ରତିବର୍ଷ ୫୦୦୦ ଟଙ୍କା ଦିଆଯିବ ।

Sudesna Nayak
Sudesna Nayak
haryana ladli yojana get 5k rupees government scheme ladli yojna

haryana ladli yojana get 5k rupees government scheme ladli yojna

ଯଦି ଆପଣଙ୍କର ଏକ ଝିଅ ଅଛି ତେବେ ଏହି ବିଶେଷ ଖବର କେବଳ ଆପଣଙ୍କ ପାଇଁ । ବାସ୍ତବରେ ସରକାର (Central government) ଝିଅମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । କେନ୍ଦ୍ର ବ୍ୟତୀତ ରାଜ୍ୟ ସରକାର (State government)ମଧ୍ୟ ଏଭଳି ଯୋଜନା କରୁଛନ୍ତି ଯେଉଁଥିରେ ଝିଅମାନଙ୍କୁ ଆର୍ଥିକ ସହାୟତା ଭାବରେ ପ୍ରତିବର୍ଷ ୫୦୦୦ ଟଙ୍କା ଦିଆଯିବ ।

ସୂଚନା ଅନୁଯାୟୀ, ହରିୟାଣା ସରକାର ଏହି ଯୋଜନା ଚଳାଉଛନ୍ତି । ଏହି ଯୋଜନାର ନାମ ହେଉଛି ହରିୟାଣା ଲାଡଲି ଯୋଜନା (Haryana Ladli Yojana) । ଏହି ଯୋଜନାର ଲାଭ ସେହି ପରିବାରକୁ ଦିଆଯିବ ଯାହାର ୨ ଝିଅ ଅଛନ୍ତି । ଏହି ଯୋଜନାର ନିୟମ ଅନୁଯାୟୀ, ଯାହାର ଝିଅ ୨୦ ଅଗଷ୍ଟ ୨୦୦୫ ପରେ ଜନ୍ମ ହୋଇଥିବେ ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ । ସରକାରଙ୍କ ଏହି ଯୋଜନା ଅଧୀନରେ 'କିଷାନ ବିକାଶ ପତ୍ର' ମାଧ୍ୟମରେ ଆର୍ଥିକ ସହାୟତା ଦିଆଯିବ । ତୁମ ଝିଅ ୧୮ ବର୍ଷ ହେବ, ତେବେ ଏହି ଟଙ୍କା ତାଙ୍କୁ ହିଁ ଦିଆଯିବ ।

ହରିୟାଣା ଲାଡଲି ଯୋଜନା ପାଇଁ ଡକ୍ୟୁମେଣ୍ଟ୍ ,ଜାଣନ୍ତୁ...

-ଆଧାର କାର୍ଡ଼

-bpl ରେସନ କାର୍ଡ଼

-ମୋବାଇଲ୍ ନମ୍ବର

-ଜନ୍ମ ପ୍ରମାଣପତ୍ର

-ବ୍ୟାଙ୍କ ଆକାଉଣ୍ଟ ପାସବୁକ୍

-ପିତାମାତାଙ୍କ ପାସପୋର୍ଟ ସାଇଜ୍ ଫଟୋ

-ପିତାମାତାଙ୍କ ପରିଚୟ ପତ୍ର

-ଜାତି ପ୍ରମାଣପତ୍ର

-ଠିକଣା ପ୍ରମାଣ

କିଏ ହରିୟାଣା ଲାଡଲି ଯୋଗ ପାଇଁ ଆବେଦନ କରିପାରିବ,ଜାଣନ୍ତୁ...

ଆବେଦନକାରୀ ହରିୟାଣା ରାଜ୍ୟର ସ୍ଥାୟୀ ବାସିନ୍ଦା ହେବା ଉଚିତ । କେବଳ ସେହି ପିତାମାତାଙ୍କ ଝିଅ, ଯାହାର ଦୁଇ ଝିଅ ଅଛନ୍ତି, ସେମାନେ ଏହି ସୁବିଧା ପାଇବେ । ରାଜ୍ୟର ଗରିବ ପରିବାରର ଝିଅକୁ ପ୍ରାଥମିକତା ମିଳିବ । ଯଦି ଝିଅର ଜନ୍ମ ପ୍ରମାଣପତ୍ର ଥାଏ ତେବେ ଏହାର ଲାଭ ଉପଲବ୍ଧ ହେବ ।

କିପରି ଆବେଦନ କରିବେ? ଜାଣନ୍ତୁ...

ଯଦି ଆପଣଙ୍କର ଝିଅ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ଏବଂ ଆପଣ ଏହି ଯୋଜନା ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣ ଆପଣଙ୍କର ନିକଟତମ ଅଙ୍ଗନୱାଡି କେନ୍ଦ୍ର, ସରକାରୀ ଡାକ୍ତରଖାନା କିମ୍ବା ବୀମା କାର୍ଯ୍ୟାଳୟରୁ ମଧ୍ୟ ଆବେଦନ କରିପାରିବେ । ଏହା ବ୍ୟତୀତ ଆପଣ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟରୁ ମଧ୍ୟ ଆବେଦନ କରିପାରିବେ ।

ଆପଣ ଏଠାରେ ଯୋଗାଯୋଗ କରିପାରିବେ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଯଦି ଆପଣ ଏହି ସ୍କିମ୍ ବିଷୟରେ ଅଧିକ ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ଟୋଲ୍ ଫ୍ରି ନମ୍ବର 1800229090 ରେ ଯୋଗାଯୋଗ କରିପାରିବେ ।

ଝିଅମାନଙ୍କୁ ମିଳୁଛି ୨୫ ହଜାର ଟଙ୍କା ; ଜାଣନ୍ତୁ କେମିତି କରିବେ ଆବେଦନ

ଝିଅଙ୍କୁ ମିଳୁଛି ୧,୬୦,୦୦୦ ଲକ୍ଷ; ଜାଣନ୍ତୁ କେମିତି କରିବେ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments