1. କୃଷି ଖବର

Weather Alert: ରାଜ୍ଯରେ ବଢିବ ତାପମାତ୍ରା

୩ ଦିନ ପର୍ଯ୍ୟନ୍ତ ଆଭ୍ଯନ୍ତରୀଣ ଓଡିଶାର ମୋଟ ୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ....

Tanushree Mahapatra
Tanushree Mahapatra
hit wave update of odisha

hit wave update of odisha

ବୁଧବାରଠାରୁ ଜଳିବ ଓଡ଼ିଶା । ରାଜ୍ଯରେ ବଢିବ ଦିନ ତାପମାତ୍ରା । ପଶ୍ଚିମ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ପାର୍ କରିବ ତାତି । ବିଶେଷ କରି ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ବରଗଡ, ସୋନପୁର,କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୟାଗଡ, ଖୋର୍ଦ୍ଧା ଏବଂ ଗଜପତିରେ ୪୦ ଡିଗ୍ରୀ ଠୁ ଅଧିକ ରହିପାରେ ତାପମାତ୍ରା ।

ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅନ୍ଯପଟେ ଅସମ୍ଭାଳ କରିବ ରାତିର ତାତି । ୩ ଦିନ ପର୍ଯ୍ୟନ୍ତ  ଆଭ୍ଯନ୍ତରୀଣ ଓଡିଶାର ମୋଟ ୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ସତର୍କ ସୂଚନା ଜାରି କରିଛି ବିଭାଗ ରାଜ୍ୟରେ l

ରାତ୍ରୀର ତାପମାତ୍ରା ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ରହିବ। ଫଳରେ ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ଘୂର୍ଣ୍ଣିବଳୟ ଏବଂ ନିମ୍ନ ଚାପରେଖା ପ୍ରଭାବରେ ଗତକାଲି କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଥିଲା । ଆଗାମୀ ୬ ଏବଂ ୭ ତାରିଖ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସହ କିଛି ସ୍ଥାନରେ ଘଡଘଡି ହୋଇପାରେ ଏବଂ ବିଜୁଳି ସହ ବର୍ଷା ସମ୍ଭାବନା ମଧ୍ୟ ରହିଛି l

କାଳବୈଶାଖୀର ପ୍ରଭାବରେ ବର୍ଷା ହୋଇଛି କିଛି କିଛି ଜିଲ୍ଲାରେ । ଏହାର ପ୍ରଭାବ ଅଧିକ ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିଛି l ଅନ୍ୟପଟେ ବଳକା ଜିଲ୍ଲା ଗୁଡ଼ିକରେ ପାଗ ମେଘୁଆ ରହିଛି । ଏହି ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କୀଚଚି ଜିଲ୍ଲାରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇପାରେ । ସେହିପରି ଗତକାଲି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି ଦିନ ତାପମାତ୍ରା ।

ଅଧିକ ପଢ଼ନ୍ତୁ: 

Chilli: ବଜାରରେ ଭଲ ଦାମରେ ବିକ୍ରୀ ହେଉଛି ଏହି ଲଙ୍କା, କରନ୍ତୁ ଚାଷ

GOOD NEWS: NAFED ଏବଂ NCCF ଚାଷୀଙ୍କ ଠାରୁ ଗହମ କିଣିବେ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments