
heavy rain alert due to low depression by cec
ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର (Monday)ସୃଷ୍ଟି ହୋଇଥିବା ଲଘୁଚାପ (Low Pressure) ମଙ୍ଗଳବାର (Tuesday) ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶା (Odisha)ରେ ଏହାର ପ୍ରଭାବରେ ପ୍ରବଳ ବର୍ଷା (RAIN)ହେବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଆରବସାଗର ଏବଂ ବଙ୍ଗୋପ ସାଗର ଆଡୁ ଅନୁକୂଳ ମୌସୁମୀ (Monsoon)ପ୍ରବାହ ଯୋଗୁଁ ଜୁଲାଇ (July)୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା (Odisha)ରେ ସାମାନ୍ୟରୁ ପ୍ରବଳ ବର୍ଷା (RAIN) ଜାରି ରହିବାର ସମ୍ଭାବନା ଥିବା ବେଳେ ଜୁଲାଇ ୮ ତାରିଖ ବେଳକୁ ଅନ୍ୟ ଏକ ଲଘୁଚାପ (Low Pressure) ସୃଷ୍ଟି ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି ।
ଏହି ସମୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା (RAIN) ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଅଞ୍ଚଳଗୁଡ଼ିକରେ ଜୁଲାଇ (July)୨୦ ତାରିଖ ପର୍ଯ୍ୟନ୍ତ ସାମାନ୍ୟରୁ ପ୍ରବଳ ବର୍ଷା (RAIN) ଜାରି ରହିବ ବୋଲି ସିଇସି ସୂଚନା ଦେଇଛି ।
ସେହିପରି ଜୁଲାଇ ୧୧ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ତୃତୀୟ ଥର ପାଇଁ ଲଘୁଚାପ (Low Pressure) ସୃଷ୍ଟି ହେବା ସହ ଜୁଲାଇ ୧୩ ତାରିଖ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି CEC ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା (RAIN) ହେବା ସମ୍ଭାବନା ଥିବା ବେଳେ ହିଁ କେତେକ ସ୍ଥାନରେ ମୂଶଳ ଧାରାରେ (୨୦ ସେମି ରୁ ଅଧିକ) ବର୍ଷା (RAIN) ହେବାର ଆଶଙ୍କା ରହିଛି । ବିଶେଷ କରି ମହାନଦୀ, ବଂଶଧାରା ଏବଂ ଋଷିକୁଲ୍ୟା ନଦୀର କ୍ୟାଚ୍ମେଂଟ ଅଞ୍ଚଳରେ ଏହି ବର୍ଷା (RAIN)ହେବାର ସମ୍ଭାବନା ରହିଛି ।
ପ୍ରକାଶ ଥାଉ ଯେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା (RAIN) ହେବ । ଏହା ଚାଷ କାମକୁ ସୁହାଇବ । ଖରିଫ ଚାଷ ପାଇଁ ଏହା ବେଶ୍ ଅନୁକୂଳ ବୋଲି ପାଣିପାଗ କେନ୍ଦ୍ର (IMD) ପକ୍ଷରୁ କୁହାଯାଇଛି । ଜୁନ୍ ମାସରେ ବର୍ଷା (RAIN)ର ପରିମାଣ କମ୍ ରହିଥିବା ବେଳେ ଜୁଲାଇ ମାସର ବର୍ଷା (RAIN) ଏହି ଅଭାବକୁ ପୂରଣ କରିଥିଲେ । ଜୁଲାଇ (July)୧୨ ରୁ ୧୫ ମଧ୍ୟରେ କୃଷକମାନେ ଧାନଫସଲ ରୋପଣ କରିପାରିବେ ବୋଲି CEC ପକ୍ଷରୁ କୁହାଯାଇଛି ।
ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା: ଭିଜିବ ଏହି ସବୁ ଜିଲ୍ଲା,ଜାଣନ୍ତୁ...
Share your comments