
heavy rain update of odisha, images ource - pexels.com
ବର୍ଷା ଓ କୁକୁଡ଼ି ରାଜ୍ୟରେ ଜାରି ରହିଛି l ସେହିପରି ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ କିଛି ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି । ଗତକାଲି ନୟାଗଡ଼ରେ ଅତି ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ପ୍ରାୟତଃ ୫୦ ମିଟରକୁ କମ୍ ରହିଥିଲା ।
ଗାଡିମଟର ଚଳାଚଳରେ ବାଧା ଉପୁଜିଥିଲା l ଖୋର୍ଦ୍ଧା, ଭୁବନେଶ୍ବର, ଢେଙ୍କାନାଳ, ଚାନ୍ଦବାଲି, କେନ୍ଦ୍ରାପଡ଼ା, ପାରାଦୀପ, ଅନୁଗୁଳ ଓ କଟକରେ ମଧ୍ୟ କିଛି କିଛି ସ୍ଥାନରେ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହୁଛି। ତେବେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କୁହୁଡ଼ି ଲାଗିରହିବ l ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
କିଛିଦିନ ହେବ ଓଡ଼ିଶାରେ ବଦଳିଛି ପାଣିପାଗ । ଯାହା ଚାଷରେ ମଧ୍ୟ ପ୍ରଭାବ ପକାଇଛି l ଏହି ପରିବର୍ତ୍ତନ ପାଗକୁ ନେଇ ଚିନ୍ତାରେ ଚାଷୀ l ଗତ ଏକ ମାସରୁ ଉର୍ଦ୍ଧ୍ୱ ହେବ ରାଜ୍ୟବାସୀ ହାଡ଼ ଭଙ୍ଗା ଶୀତରେ ଥରହର ହେଉଛନ୍ତି l ଅନ୍ୟପଟେ ଗତ କାଲିଠାରୁ ବର୍ଷା ଶୀତର ପ୍ରଭାବକୁ ଯେପରି ଦ୍ୱିଗୁଣିତ କରିଛି । ତେବେ ଓଡ଼ିଶାରେ ବୁଧବାର ଠାରୁ ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ନେଇ ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବ ରହିଥିବା ଯୋଗୁଁ ରାଜ୍ୟରେ ଏପରି ବର୍ଷା ହେଉଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।
ସେହିପରି ଓଡିଶା ଉପକୂଳସ୍ଥ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ ଯାହା ଦ୍ୱାରା ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେଉଛି । ଏହାରି ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତର ଓଡିଶାର କିଛି ସ୍ଥାନରେ କୋହଲା ପାଗ ଜାରି ରହିଛି । ଏହା ସହ କିଛି ଜିଲ୍ଲାରେ ଘନକୁହୁଡି ମଧ୍ୟ ଦୃଶ୍ୟମାନ ହୋଇଛି । ଗୁରୁଚାପ ପ୍ରଭାବ ଯୋଗୁଁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏ ନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି l
ରାଜ୍ୟରେ ଏବେ ଲାଗି ରହିଛି ହାଲୁକା ବର୍ଷା ତା' ସଙ୍ଗେ ସଙ୍ଗେ ଘନ କୁହୁଡ଼ି ରାଜ୍ୟବାସୀଙ୍କୁ କରୁଛି କଲବଲ l ବିଶେଷକରି ଦକ୍ଷିଣ ଓଡିଶାରେ କିଛି ଜିଲ୍ଲାରେ ଘନ କୁହୁଡି ପରିଲକ୍ଷିତ ହେଉଛି l ଯେଉଁଥିପାଇଁ ସେହି ଜିଲ୍ଲା ଗୁଡିକରେ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ଗତକାଲି ବଲାଙ୍ଗୀର, ନୟାଗଡ, କଟକ ସମେତ ୫ଟି ସ୍ଥାନରେ ଘନକୁହୁଡି ପରିଲକ୍ଷିତ ହୋଇଥିଲା । ସେହିପରି ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ଜାମଡା ଅଞ୍ଚଳରେ ସର୍ବାଧିକ ୩୨ ମିଲିମିଟର ଓ କେନ୍ଦୁଝରର ଯୋଡ଼ା ଠାରେ ପ୍ରାୟତଃ ୨୭.୨ ମିଲିମିଟର ବର୍ଷା ରେକର୍ଡ କରିଛି ପାଣିପାଗ କେନ୍ଦ୍ର। ତେବେ ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ବୃଦ୍ଧି ହେବାର ସମ୍ଭାବନା ନାହିଁ l ରାଜ୍ୟରେ ଶୀତ କମ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।
Share your comments