1. କୃଷି ଖବର

HEAVY RAIN: ଏହି ସ୍ଥାନରେ ପ୍ରବଳ ବର୍ଷା

କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବା ସହିତ ବର୍ଷା ହେବ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

Tanushree Mahapatra
Tanushree Mahapatra
heavy rain warning update, image source -pexels

heavy rain warning update, image source -pexels

ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ରାଜ୍ୟରେ ମୌସୁମୀ ପ୍ରବେଶ କରିବାରେ ମଧ୍ୟ ବିଳମ୍ବ ଘଟୁଛି । ପାଗ ଅନୁକୁଳ ନ ହେବା ଯୋଗୁଁ ମୌସୁମୀ ଆଗମନ ମଧ୍ୟ ହୋଇପାରୁନାହିଁ । ତେବେ ଏହାରି ମଧ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରି ସୂଚନା ପ୍ରଦାନ କରିଛି । ଫଳରେ ବର୍ଷା ହେବ ଯାହା ପାଇଁ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇବେ ଲୋକେ ।

କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବା ସହିତ ବର୍ଷା ହେବ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଯଦି ବର୍ଷା ଆରମ୍ଭ ହୁଏ ତେବେ ଏହା ଆଗାମୀ ୫ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି କୁହାଯାଉଛି ପାଣିପାଗ ବିଭାଗ ସୂଚନା ଅନୁଯାୟୀ । ବିଶେଷ କରି ରାଜ୍ୟର ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ରହିବ ।

କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା,ମାଲକାନଗିରି,ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ ରହିଛି । ସେହିଭଳି ଉତ୍ତର ଓଡ଼ିଶାରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର,ଭଦ୍ରକ ଏବଂ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ ବର୍ଷା ସମୟରେ ପବନର ବେଗ ପ୍ରାୟତଃ ୩୦ ରୁ ୪୦ କି.ମି ବେଗ ରହିବ l

ଆଗାମୀ ୫ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଲର୍ଟ ଜାରି କରାଯାଇଛି ରାଜ୍ୟରେ । ବିଶେଷ କରି ଉପକୂଳ ଅଞ୍ଚଳ ପାଇଁ ଆଲର୍ଟ ଜାରି କରାଯାଇଛି ପାଣିପାଗ ଦ୍ୱାରା । ବାଲେଶ୍ବର, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା ଭଳି ଜିଲ୍ଲାରେ ପ୍ରବଳ ଖରା ସମ୍ଭାବନା ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟର ଲମତାପୁଟରେ ସର୍ବାଧିକ ୩୦.୨ ମିମି ବର୍ଷା ବର୍ଷା ରେକର୍ଡ କାରଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟର ୧୮ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

ଅଧିକ ପଢ଼ନ୍ତୁ

ପ୍ରଥମ ଫାଇଲ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶ ଗୱାଲିୟରରେ ଏକ ଦିବସୀୟ କୃଷି ମେଳା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ