ସାରା ରାଜ୍ୟରେ ତାତିର ପ୍ରକୋପ l ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ପ୍ରାୟତଃ ସକାଳ ୮ ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେଉଛି l ଦିନତମାମ ଟାଣ ଖରାରେ ରାଜ୍ୟବାସୀ କଲବଲ ହେଉଛନ୍ତି l ତାତିରୁ ନିସ୍ତାର ପାଉ ନାହାନ୍ତି ଲୋକେ ।
ଅନ୍ୟପଟେ ଏଭଳି ପରିସ୍ଥିତି ଆସନ୍ତାକାଲି ମଧ୍ୟ ରହିବା ନେଇ କୁହାଯାଉଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ରହିବା ପରେ ରାଜ୍ୟ ପାଣି ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ । ତେବେ କାଳବୈଶାଖୀ ପ୍ରଭାବରୁ ତାପମାତ୍ରା ହ୍ରାସ ପାଇପାରେ। କିନ୍ତୁ ୨୫ ତାରିଖରୁ ପୁଣି ଥରେ ବଢ଼ିବ ଦିନ ପାରଦ ତଥା ତାପମାତ୍ରା ।
ସେପଟେ ସବୁ ରେକର୍ଡ ଭାଙ୍ଗି ଦେଇଛି ତାତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୪ ଡ଼ିଗ୍ରୀ ଛୁଇଁଥିବା ଦେଖିବାକୁ ମିଳିଛି । ସେହିପରି ୪୪.୩ ଡିଗ୍ରୀ ସହ ବୌଦ୍ଧ ଜିଲ୍ଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଥିଲା l ୪୪.୨ ଡିଗ୍ରୀ ସହ ବାରିପଦା ଜିଲ୍ଲାର ତାପମାତ୍ରା ଦ୍ୱିତୀୟ ସର୍ବାଧିକ ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟର ୩୨ ସହରରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ମୋଟ ୧୦ଟି ସହରରେ ୪୩ ଡ଼ିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।
ଅନ୍ୟପଟେ ୨୦ ତାରିଖ ଅର୍ଥାତ ଶନିବାର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୂଆପଡ଼ା, ଅନୁଗୁଳ, ନୟାଗଡ଼, ମୟୂରଭଞ୍ଜ,ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ୨୦ ତାରିଖରେ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିପାରେ ପୁଣି ଥରେ l ସେହିପରି ଅନ୍ୟ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାର କରିପାରେ l ଗ୍ରୀଷ୍ମ ପ୍ରବାହରୁ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୬ ଡିଗ୍ରୀ ଅଧିକ ରହିବାର ମଧ୍ୟ ସମ୍ଭାବନା ନେଇ ସୂଚନା ଦେଇଛି ବିଭାଗ ।
ଅଧିକ ପଢ଼ନ୍ତୁ
MFOI, VVIF Kisan Bharat Yatra: ଗୁଜୁରାଟ ରୋଡ୍ ସୋରେ କ’ଣ ଥିଲା ବିଶେଷ!
Share your comments