1. କୃଷି ଖବର

Heavy Rain: ୬ ଜିଲ୍ଲାରେ ପ୍ରବଳ ବର୍ଷିବ!

ଆଗାମୀ ୨୪ ଘଣ୍ଟା ପାଇଁ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Tanushree Mahapatra
Tanushree Mahapatra
Heavy rainfall alert to these 6 districts, image source - pexels

Heavy rainfall alert to these 6 districts, image source - pexels

ରାଜ୍ୟରେ ମୌସୁମି ସକ୍ରିୟ ରହିଛି ଯେଉଁଥିପାଇଁ ଲଗାତାର କିଛିଦିନ ବର୍ଷା ଲାଗି ରହିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ମୌସୁମି ବର୍ଷା ଜାରି ରହିଛି । କିଛି କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହେଉଥିବା ରେକର୍ଡ କରାଯାଇଛି ।

ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ପ୍ରଦାନ କରିଛି । ବର୍ତ୍ତମାନ ବାଂଲାଦେଶ ଏବଂ ତା'ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ବାୟୁମଣ୍ଡଳରେ ଏକ ଟ୍ରପ୍ ଲାଇନ ବି ରହିଛି ।

ଏହାର ପ୍ରଭାବରେ ଆଜି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ପାଇଁ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ ଏହି ଆଲର୍ଟ ଜାରି କରାଯାଇଛି l  ସେହିପରି ଆସନ୍ତାକାଲି ମଧ୍ୟ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି l

ଆସନ୍ତାକାଲି ୫ ତାରିଖରେ ବର୍ଷାର ପରିମାଣ କମିବା ସହ ୬ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି କୁହାଯାଉଛି । ତେବେ ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗି ରହିବ ରାଜ୍ୟରେ । କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ

Diabetic diet: ଡାଇବେଟିସରେ ଖାଆନ୍ତୁ ଏହି ଫଳ !

IBPS କ୍ଲର୍କ ନିଯୁକ୍ତି: ଆରମ୍ଭ ହେଲା ଅନଲାଇନ୍ ଆବେଦନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ