1. କୃଷି ଖବର

ଆଜି ୧୫ ଜିଲ୍ଲାରେ କାଳବୈଶାଖୀ, ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟ‌ରେ କାଳବୈଶାଖୀ ପ୍ରକୋପ ଜାରି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ସମଗ୍ର ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ବୁଧବାର ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନାକୁ ନେଇ ହିଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Sudesna Nayak
Sudesna Nayak
heavy rainfall today 15 districts odisha

heavy rainfall today 15 districts odisha

ରାଜ୍ୟ‌ରେ କାଳବୈଶାଖୀ ପ୍ରକୋପ ଜାରି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ (Thunderstorms) ସମ୍ଭାବନା ରହିଛି । ସମଗ୍ର ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ବୁଧବାର (Wednesday) ବିଜୁଳି, ଘଡ଼ଘଡ଼ି ସହ ବର୍ଷା (Rain)ର ସମ୍ଭାବନାକୁ ନେଇ ହିଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର ସୂଚନା ମୁତାବକ ଆସନ୍ତାକାଲି ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କନ୍ଧମାଳ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା (Rain)ହେବ ।

ଅନ୍ୟପଟେ ଆଜି ପଶ୍ଚିମ ଓଡ଼ିଶାର ୪ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ବୌଦ୍ଧ ଜିଲ୍ଲାଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ୪୨.୨ ଡିଗ୍ରି, ଟିଟିଲାଗଡ଼ରେ ୪୧.୬ ଡିଗ୍ରି ଓ ଭବାନୀପାଟଣାରେ ୪୧ ଡିଗ୍ରି ତାପମା‌ତ୍ରା ରେକର୍ଡ ‌ହୋଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରା‌ଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । କିନ୍ତୁ କିଛି ଅଞ୍ଚଳର ତାତି ୨ ରୁ ୩ ଡିଗ୍ରି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର (IMD)କହିଛି ।

ପ୍ରକାଶ ଥାଉ ଯେ, ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବୁଧବାର (Wednesday) ସକାଳେ ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ହୋଇଥିଲା । ଏଥିସହ ଆସନ୍ତା ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ଆରବ ସାରଗରର କିଛି କିଛି ଅଞ୍ଚଳ, ଦକ୍ଷିଣ-ପୂର୍ବ ଆରବ ସାଗରର ଆଉ କିଛି ଅଞ୍ଚଳ ଏବଂ ଦକ୍ଷିଣ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋସାଗର ଓ ଉତ୍ତରପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଯିବ ।

ଭିଜାଇବ କାଳବୈଶାଖୀ ବର୍ଷା,କେଉଁ ଜିଲ୍ଲାରେ ବର୍ଷିବ?

୨୪ ତାରିଖରେ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments