1. କୃଷି ଖବର

Odisha Rain Alert: ଆଜି ବି ପ୍ରବଳ ବର୍ଷା

ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ବର୍ଷା ଆଲର୍ଟ

Tanushree Mahapatra
Tanushree Mahapatra
heavy rainfall with hailstorm and strong wind to lash odisha, image source - pixeles

heavy rainfall with hailstorm and strong wind to lash odisha, image source - pixeles

ତାତିରୁ ସାମାନ୍ୟ ମିଳିଛି ଆଶ୍ୱସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିଛି । କିନ୍ତୁ, ଆସନ୍ତା ୨ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ l ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି ।

ଘଡଘଡି ସହ ବର୍ଷା ହେବ ଏବଂ ଅଧିକ ପବନ ବହିବା ନେଇ ସୂଚନା ମଧ୍ୟ ମିଳିଛି । ସେହିପରି କାଲି ବର୍ଷାର ପରିମାଣ ରାଜ୍ୟରେ ବଢିପାରେ । ଏହିପରି କାଳବୈଶାଖୀ ପ୍ରଭାବ ବର୍ଷା ହେବା ଫଳରେ ରାଜ୍ୟରେ ଆରମ୍ଭ ହୋଇଥିବା ତାତିରେ ଲାଗିବ ବ୍ରେକ୍ । ତାପମାତ୍ରା ଗତକିଛିଦିନ ହେବ ରାଜ୍ୟରେ ଅଧିକ ରହିଥିବା ରେକର୍ଡ କରାଯାଇଥିଲା l

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣଇପାଗ ବିଭାଗ। ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରେ ସୃଷ୍ଟ ହୋଇଥିବା ନିମ୍ନଚାପରେଖା ଏବଂ ଗୁରୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ଓ କୁଆ ପଥର ବର୍ଷାର ମଧ୍ୟ ସମ୍ଭାବନା ରହିଛି ।

ତେବେ ୮ ତାରିଖ ଦିନ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏ ନେଇ ସୂଚନା ଦିଆଯାଇଛି । ସୋମବାର ଅର୍ଥାତ ଆଜି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ନବରଙ୍ଗପୁର, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେଣୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ । ସେପଟେ ରାଜଧାନୀ ଭୁବନେଶ୍ୱରରେ ସୋମବାର ଅର୍ଥାତ ଆଜି ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ

ମୂଳା ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ, କୃଷି ଜାଗରଣର ବିଶେଷ ପଦକ୍ଷେପ

Pm Ujjwala Yojana: କେବଳ ଏହି ମହିଳାଙ୍କୁ ମିଳିବ ମାଗଣା ସିଲିଣ୍ଡର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments