
hindustan unilever increased products prices
ଭାରତର ସର୍ବବୃହତ ଏଫଏମସିଜି ବ୍ରାଣ୍ଡ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (HUL)ଏହାର ଉତ୍ପାଦର ମୂଲ୍ୟକୁ ମେ ୫ ରୁ ୧୫% ପର୍ଯ୍ୟନ୍ତ ବୃଦ୍ଧି କରିଛି । ରିପୋର୍ଟ ଅନୁଯାୟୀ, ପିୟର୍ସ ସାବୁନର ୧୨୫ ଗ୍ରାମ ମୂଲ୍ୟ ୨.୪% ଏବଂ ମଲ୍ଟିପ୍ୟାକ୍ ମୂଲ୍ୟ ୩.୭% ବୃଦ୍ଧି କରାଯାଇଛି ।
ସୂଚନା ଅନୁଯାୟୀ, ଲକ୍ସ ସାବୁନ (SOAP)ର ମୂଲ୍ୟ ୯% ବୃଦ୍ଧି ପାଇଛି । କମ୍ପାନୀ ସନ୍ ସିଲ୍କ ସାମ୍ପୁର ମୂଲ୍ୟକୁ ୮ ରୁ ୧୦ ଟଙ୍କାକୁ ବୃଦ୍ଧି କରିଛି । କ୍ଲିନିକ୍ ପ୍ଲସ୍ ସାମ୍ପୁ (Sampoo)୧୦୦ ମିଲିଲିଟର ମୂଲ୍ୟ ୧୫% ବୃଦ୍ଧି କରାଯାଇଛି । ସାବୁନ୍ ଏବଂ ସାମ୍ପୁ ବ୍ୟତୀତ ସ୍କିନ୍ କ୍ରିମ୍ ଗ୍ଲୋ ଆଣ୍ଡ ଲଭଲିର ମୂଲ୍ୟ ୬-୮% ବୃଦ୍ଧି କରାଯାଇଛି । ପଣ୍ଡ୍ସ ର ଟାଲକମ୍ ପାଉଡରର ମୂଲ୍ୟ ମଧ୍ୟ ୫-୭% ବୃଦ୍ଧି କରାଯାଇଛି ।
ମାର୍ଚ୍ଚ ପୂର୍ବରୁ ମଧ୍ୟ ଅନେକ ଉତ୍ପାଦର ମୂଲ୍ୟ ବୃଦ୍ଧି ପାଇଥିଲା,ଜାଣନ୍ତୁ...
ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ହିନ୍ଦୁସ୍ତାନ ୟୁନିଲିଭର (HUL) ଏବଂ ନେସଲେ ମାର୍ଚ୍ଚ ୧୪ରୁ ମ୍ୟାଗି, ଚା, କଫି ଏବଂ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲେ। ତାପରେ ହିନ୍ଦୁସ୍ତାନ ୟୁନିଲିଭର ବ୍ରୁ କଫିର ମୂଲ୍ୟ ୩-୭%, ବ୍ରୁ ଗୋଲ୍ଡ କଫି ଜାରର ମୂଲ୍ୟ ୩-୪%, ଇନଷ୍ଟାଣ୍ଟ କଫି ପାଉଚ୍ ର ମୂଲ୍ୟ ୩% ରୁ ୬.୬୬% କୁ ବୃଦ୍ଧି କରିଥିଲା ।
ଏହା ବ୍ୟତୀତ ତାଜମହଲ ଚା’ର ମୂଲ୍ୟ (TEA) ୩.୭-୫.୮% ଏବଂ ବ୍ରୁକ ବଣ୍ଡ ପ୍ରକାରର ବ୍ୟକ୍ତିଗତ ଚା’ର ମୂଲ୍ୟ ୧.୫% ରୁ ୧୪% କୁ ବୃଦ୍ଧି କରାଯାଇଛି ।
୩୦ ବର୍ଷ ମଧ୍ୟରେ ଏପରି ମହଙ୍ଗା ହୋଇନଥିଲା,ଜାଣନ୍ତୁ...
ପ୍ରକାଶ ଥାଉ ଯେ, ମେ ୨ରେ ଦିଆଯାଇଥିବା ଏକ ସାକ୍ଷାତକାରରେ, HUL ସିଇଓ ତଥା ଏମଡି ସଞ୍ଜୀବ ମେହେଟ୍ଟା କହିଛନ୍ତି ଯେ ସେ କମ୍ପାନୀରେ ବିତାଇଥିବା ୩୦ ବର୍ଷ ମଧ୍ୟରେ ସେ ଏପରି ମୁଦ୍ରାସ୍ଫୀତି ଦେଖି ନାହାଁନ୍ତି ।
ମହଙ୍ଗା ହେଲା ଖାଇବା ତେଲ, ଜାଣନ୍ତୁ କେତେ...
7th Pay Commission: ଜୁଲାଇ-ଅଗଷ୍ଟରେ ମହଙ୍ଗା ଭତ୍ତା ୪% ହାରରେ ବୃଦ୍ଧି!
Share your comments