News

ଆସୁଛି ମୌସୁମୀ, ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ମୌସୁମୀ ଜନିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକରେ ସାମଗ୍ରିକ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନଡିଆରଏଫ ଏବଂ ଏନଡିଏମଏ ଦ୍ବାରା ବନ୍ୟାପ୍ରବଣ କ୍ଷେତ୍ରରେ ହୋଇଥିବା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଯାଇଛି ।

03 June, 2022 10:01 AM IST By: Shuvanshu Kar

ମୌସୁମୀ(monsoon) ଜନିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକରେ ସାମଗ୍ରିକ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା(HM Amit Shah) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନଡିଆରଏଫ ଏବଂ ଏନଡିଏମଏ ଦ୍ବାରା ବନ୍ୟାପ୍ରବଣ କ୍ଷେତ୍ରରେ ହୋଇଥିବା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଯାଇଛି । ଦେଶରେ ବନ୍ୟା ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବା ଲାଗି ଏକ ବିସ୍ତୃତ ଓ ବ୍ୟାପକ ନୀତି ପ୍ରସ୍ତୁତ କରିବା ଲାଗି ଏହି ଦୀର୍ଘକାଳୀନ ଉପାୟର ସମୀକ୍ଷା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ।

ପ୍ରମୁଖ କ୍ୟାଚମେଣ୍ଟ କ୍ଷେତ୍ରରେ ବନ୍ୟା ଜଳସ୍ତର ବୃଦ୍ଧି ସମ୍ପର୍କରେ ସବୁଠୁ ତଳ ସ୍ତର ପର୍ଯ୍ୟନ୍ତ ଆଗୁଆ ସତର୍କ ସୂଚନା ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ(HM Amit Shah) । ଏଥିପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟସ୍ତରୀ ଏଜେନ୍ସିଗୁଡ଼ିକ ମଧ୍ୟରେ ଲଗାତାର ସମନ୍ବୟ ସ୍ଥାପନ ଲାଗି ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ସଠିକ୍‌ ପାଣିପାଗ ଓ ବନ୍ୟା ପୂର୍ବାନୁମାନ ଲାଗି ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ ଏବଂ କେନ୍ଦ୍ର ଜଳ ଆୟୋଗଙ୍କୁ ପରାମର୍ଶ ଦିଆଯାଇଛି । ଅଧିକ ବର୍ଷା ପ୍ରବଣ କ୍ଷେତ୍ରରେ ସ୍ଥାନୀୟ, ନଗରପାଳିକା ଏବଂ ରାଜ୍ୟ ସ୍ତରରେ ବର୍ଷା ପୂର୍ବରୁ ଚେତାବନୀ ଜାରି କରିବା ଲାଗି ରାଜ୍ୟମାନଙ୍କ ସହ ମିଶି ଏସଓପି ପ୍ରସ୍ତୁତ କରିବା ଲାଗି ଏନଡିଆରଏଫକୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆସନ୍ତା ମୌସୁମୀ ଜନିତ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସାମଗ୍ରିକ ପ୍ରସ୍ତୁତିର ଏହି ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ) ଦ୍ବାରା ବନ୍ୟାପ୍ରବଣ କ୍ଷେତ୍ରରେ ହୋଇଥିବା ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା । ସେ ମଧ୍ୟ ଦେଶରେ ବନ୍ୟା ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବା ଲାଗି ଏକ ବିସ୍ତୃତ ଓ ବ୍ୟାପକ ନୀତି ପ୍ରସ୍ତୁତ କରିବା ଲାଗି ଦୀର୍ଘକାଳୀନ ଉପାୟର ସମୀକ୍ଷା କରିଥିଲେ । ବୈଠକରେ ବନ୍ୟା ସମୟରେ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖିବା ପାଇଁ ଅନେକଗୁଡ଼ିଏ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।

ଚାଷୀଙ୍କ ପାଇଁ ବଡ ଖୁସି ଖବର, ଚଳିତ ବର୍ଷ ଅଧିକ ବର୍ଷା

ଏଥର ଆଗୁଆ ଆସିବ ମୌସୁମୀ

ପ୍ରମୁଖ କ୍ୟାଚମେଣ୍ଟ କ୍ଷେତ୍ରରେ ବନ୍ୟା ଜଳସ୍ତର ବୃଦ୍ଧି ସମ୍ପର୍କରେ ସବୁଠୁ ତଳ ସ୍ତର ପର୍ଯ୍ୟନ୍ତ ଆଗୁଆ ସତର୍କ ସୂଚନା ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟସ୍ତରୀ ଏଜେନ୍ସିଗୁଡ଼ିକ ମଧ୍ୟରେ ଲଗାତାର ସମନ୍ବୟ ସ୍ଥାପନ ଲାଗି ସେ ଅଧିକାରୀମାନଙ୍କୁ କହିଥିଲେ । ସେ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ, ଚଳିତ ବନ୍ୟା ଋତୁରେ ନଦୀ ଜଳସ୍ତରର ବର୍ତ୍ତମାନର ସ୍ଥିତି ଏବଂ ସମ୍ଭାବ୍ୟ ସ୍ଥିତିକୁ ପ୍ରତି ଘଣ୍ଟାରେ ଅନୁଧ୍ୟାନ କରାଯିବା ଉଚିତ୍‌ । ବନ୍ୟା ମୁକାବିଲା ପାଇଁ ସମସ୍ତ ସମ୍ପୃକ୍ତ ଅଂଶୀଦାରମାନେ ବନ୍ଧ ବାନ୍ଧିବା, ଉଦ୍ଧାର କାର୍ଯ୍ୟ କରିବା ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରିବା ଭଳି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଅଧିକ ବର୍ଷା ପ୍ରବଣ କ୍ଷେତ୍ରରେ ସ୍ଥାନୀୟ, ନଗରପାଳିକା ଏବଂ ରାଜ୍ୟ ସ୍ତରରେ ବର୍ଷା ପୂର୍ବରୁ ଆଗୁଆ ଚେତାବନୀ ଜାରି କରିବା ଲାଗି ରାଜ୍ୟମାନଙ୍କ ସହ ମିଶି ଏସଓପି ପ୍ରସ୍ତୁତ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଏନଡିଆରଏଫକୁ ନିର୍ଦ୍ଦେଶ ଦେଇଥିଲେ।

ସଠିକ୍‌ ପାଣିପାଗ ଓ ବନ୍ୟା ପୂର୍ବାନୁମାନ ଲାଗି ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ କେନ୍ଦ୍ର ଜଳ ଆୟୋଗ (ସିଡବ୍ଲୁସି) ଭଳି ବିଶେଷ ସଂସ୍ଥାମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଏସଏମଏସ, ଟିଭି, ଏଫଏମ ରେଡିଓ ଏବଂ ଅନ୍ୟ ମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ବଜ୍ରପାତ ସମ୍ପର୍କରେ ଠିକ୍‌ ସମୟରେ ଚେତାବନୀ ଜାରି କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଶାହା କହିଥିଲେ ଯେ, ବଜ୍ରପାତ ସମ୍ପର୍କରେ ଜିଲ୍ଲାପାଳ ଏବଂ ପଞ୍ଚାୟତକୁ ଆଗୁଆ ସତର୍କ ସୂଚନା ଦେବା ଲାଗି ବ୍ୟବସ୍ଥା କରିବା ନିମନ୍ତେ ଏନଡିଆରଏଫ ଏବଂ ଏସଡିଆରଏଫକୁ କୁହାଯାଇଛି, ଯାହାଫଳରେ ଧନଜୀବନ ହାନିକୁ ହ୍ରାସ କରାଯାଇପାରିବ ।

ଅମିତ ଶାହା ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ସିଡବ୍ଲୁସିକୁ କେତେକ ନିର୍ଦ୍ଦେଶ ଦେଇଥିଲେ । ନଦୀବନ୍ଧ ସୁରକ୍ଷା ଆଇନ, ୨୦୨୧ ଅନୁଯାୟୀ ରାଜ୍ୟ ସ୍ତରରେ ଏବଂ ନଦୀବନ୍ଧ ସ୍ତରରେ ସଂସ୍ଥାଗତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଆଗୁଆ ସମୟୋଚିତ ପଦକ୍ଷେପ ନେବାକୁ ଶ୍ରୀ ଶାହା କହିଥିଲେ । ଯାହା ଫଳରେ ଜଳସ୍ତର ଓ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ ଏବଂ ଧନଜୀବନ ହାନି ହ୍ରାସ କରିବା ସମ୍ଭବ ହୋଇପାରିବ । ପୂର୍ବରୁ ଗତବର୍ଷ ଜୁନ ୧୫, ୨୦୨୧ରେ ଅମିତ ଶାହା ଦେଇଥିବା ନିର୍ଦ୍ଦେଶକୁ ଅନୁସରଣ କରି ସିଡବ୍ଲୁସି, ଆଇଏମଡି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ପକ୍ଷରୁ ନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରାଯାଉଛି ଏବଂ ଏ ସମ୍ପର୍କରେ ନିୟମିତ ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଉଛି।

ଗତ ବର୍ଷ ଅନୁଷ୍ଠିତ ବନ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ(HM Amit Shah) ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଆଜିର ବୈଠକରେ ଆଇଏମଡି ମହାନିର୍ଦ୍ଦେଶକ ଏବଂ ସିଡବ୍ଲୁସି ଅଧ୍ୟକ୍ଷ ସୂଚନା ଦେଇଥିଲେ । ପାଣିପାଗ ଓ ବନ୍ୟା ପୂର୍ବାନୁମାନ ପଦ୍ଧତି ଏବଂ ବନ୍ୟା ନିୟନ୍ତ୍ରଣ ପଦକ୍ଷେପରେ ସୁଧାର ଆଣିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଏନଡିଆରଏଫ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ଯେ, ଆସନ୍ତା ମୌସୁମୀ ଋତୁରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେ କହିଥିଲେ ଯେ ୬୭ଟି ଏନଡିଆରଏଫ ଦଳ ମୁତୟନ ପାଇଁ ରାଜ୍ୟମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏବେ ସୁଦ୍ଧା ୧୪ଟି ଦଳ ମୁତୟନ କରାଯାଇଛି ।

ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ ଶଯ୍ୟା କାରଣରୁ ଭାରତର ଅଧିକାଂଶ କ୍ଷେତ୍ର ବନ୍ୟା ପ୍ରବଣ ହୋଇ ରହିଛି । ଆସାମ, ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଦେଶର ସବୁଠୁ ଅଧିକ ବନ୍ୟାପ୍ରବଣ ରାଜ୍ୟ ଭାବେ ପରିଚିତ । ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଦେଶର ସେହି ଲକ୍ଷାଧିକ ଲୋକଙ୍କ କଷ୍ଟ ଦୂର କରିବାରେ ବେଶ ସହାୟକ ହେବ, ଯେଉଁମାନଙ୍କର ଫସଲ, ସମ୍ପତ୍ତି, ଜୀବିକା ଏବଂ ଅମୂଲ୍ୟ ଜୀବନ ବନ୍ୟା ପ୍ରକୋପରେ ପ୍ରଭାବିତ ହୋଇଥାଏ ।

ବୈଠକରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟଙ୍କ ସମେତ ସ୍ବରାଷ୍ଟ୍ର, ଜଳ ସମ୍ପଦ, ନଦୀ ବିକାଶ ଓ ନଦୀ କାୟାକଳ୍ପ, ଭୂବିଜ୍ଞାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସଚିବ, ସଦସ୍ୟ ସଚିବ, ଏନଡିଏମଏ, ଆଇଏମଡି ଏବଂ ଏନଡିଆରଏଫର ମହାନିର୍ଦ୍ଦେଶକ, ଇସ୍ରୋ, ରେଳ ବୋର୍ଡ, ଏନଏଚଏଆଇ, ସିଡବ୍ଲୁସି ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅଧ୍ୟକ୍ଷ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)