1. କୃଷି ଖବର

ଚାଷୀଙ୍କ ପାଇଁ ବଡ ଖୁସି ଖବର, ଚଳିତ ବର୍ଷ ଅଧିକ ବର୍ଷା

ଚାଷୀ ଙ୍କ ପାଇଁ ଭଲ ଖବର । ଚଳିତ ବର୍ଷ ଭଲ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । IMDର ଭବିଷ୍ୟବାଣୀ ଅନୁସାରେ ଚଳିତ ବର୍ଷ ଅଧିକ ଓ ଭଲ ବର୍ଷା ହେବ ।

Sudesna Nayak
Sudesna Nayak
weather update india to get more rains this monsoon imd

weather update india to get more rains this monsoon imd

ଚାଷୀ (FARMER)ଙ୍କ ପାଇଁ ଭଲ ଖବର (GOOD NEWS) । ଚଳିତ ବର୍ଷ ଭଲ ବର୍ଷା (Rain)ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । IMDର ଭବିଷ୍ୟବାଣୀ ଅନୁସାରେ ଚଳିତ ବର୍ଷ ଅଧିକ ଓ ଭଲ ବର୍ଷା (Rain)ହେବ ।

ସୂଚନା ଅନୁଯାୟୀ, ଏପ୍ରିଲ (APRIL)ରେ IMD ଦେଇଥିବା ସୂଚନା ଅନୁସାରେ ଦେଶରେ ସାଧାରଣ ବୃଷ୍ଟିପାତ ହେବ । ଏହା ସହିତ ଦେଶରେ ଚଳିତ ବର୍ଷ ୮୯.୬ ସେମି ପର୍ଯ୍ୟନ୍ତ ମୌସୁମୀ (Monsoon)ବର୍ଷା (Rain) ରେକର୍ଡ ହୋଇପାରେ । ଗୋଟିଏ ପଟରେ ଦେଶର ଅଧିକାଂଶ ସ୍ଥାନରେ ସାଧାରଣ ଅପେକ୍ଷା ଅଧିକ ବର୍ଷା (Rain)ହେବାର ସମ୍ଭାବନା ଥିବାବେଳେ ଅନ୍ୟପକ୍ଷରେ ଉତ୍ତର-ପୂର୍ବ, ପୂର୍ବ, ପୂର୍ବ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସାଧାରଣ ଠାରୁ କମ୍‌ ବୃଷ୍ଟିପାତ ସମ୍ଭାବନା ରହିଛି ।

ବର୍ତ୍ତମାନ ଦକ୍ଷିଣ ଭାରତରେ ମୌସୁମୀ (Monsoon)ର ପ୍ରଭାବ ଥିବାବେଳେ ଏହାର ବେଗରେ ସାମାନ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଲାକ୍ଷ୍ମୀଦୀପ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ କେରଳରେ ହାଲୁକାରୁ ମଧ୍ୟମ ବର୍ଷା (Rain)ହୋଇଛି । କେତେକ ସ୍ଥାନରେ ପ୍ରବଳ ବର୍ଷା (Rain)ରେକର୍ଡ କରାଯାଇଛି ।

IMD କହିବା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ସମଗ୍ର କେରଳକୁ ଆଚ୍ଛାଦନ କରିଛି । ଏହା କର୍ଣ୍ଣାଟକ ଏବଂ ତାମିଲନାଡୁର କିଛି ଅଂଶ ଏବଂ ଦକ୍ଷିଣ-ପଶ୍ଚିମର ଅନେକ ଅଞ୍ଚଳ ଆଡ଼କୁ ଅଗ୍ରଗତି କରିସାରିଛି । ଆରବ ସାଗରରୁ ଆସୁଥିବା ମୌସୁମୀ (Monsoon)ପବନର ପ୍ରଭାବ ହେତୁ କେରଳର ଲକ୍ଷ୍ମୀଦ୍ୱୀପରୁ ହାଲୁକାରୁ ମଧ୍ୟମ ବର୍ଷା (Rain)ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି ।

ସେପଟେ ମେ ୨୯ରେ କେରଳ ଛୁଇଁଲା ମୌସୁମୀ (Monsoon)। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆଜି କେରଳ ଉପକୂଳ ଛୁଇଁଛି । ତେବେ ସପ୍ତାହକ ପରେ ଓଡ଼ିଶା (ODISHA)ରେ ମୌସୁମୀ (Monsoon) ବାୟୁ ପହଞ୍ଚିବ ବୋଲି ଆକଳନ କରାଯାଉଛି ।

ପ୍ରକାଶ ଥାଉ ଯେ, ଜୁନ୍ ମାସରେ ଓଡ଼ିଶାରେ ଭଲ ବର୍ଷା (Rain) ହେବ । ଏହାସହ ଚଳିତ ମୌସୁମୀ (Monsoon) ଋତୁରେ ରାଜ୍ୟରେ ମିଶ୍ରିତ ବର୍ଷା (Rain)ହେବାର ସମ୍ଭାବନା ମଧ୍ୟ ରହିଛି । କେଉଁଠି ସ୍ୱାଭାବିକଠାରୁ ଅଧିକ ତ ଆଉ କେଉଁଠି ସ୍ୱାଭାବିକଠାରୁ କମ୍ ବର୍ଷା (Rain) ହେବ ।

ଜୁନ୍‌ରେ ଓଡ଼ିଶାରେ ଅଧିକ ବର୍ଷା, ସୂଚନା ଦେଲେ ପାଣିପାଗ ବିଭାଗ

୨୪ ଘଣ୍ଟାରେ ବର୍ଷା ; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments