1. କୃଷି ଖବର

୨୪ ଘଣ୍ଟାରେ ବର୍ଷା ; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Sudesna Nayak
Sudesna Nayak
weather update rain in odisha yellow warning to 10 districts

weather update rain in odisha yellow warning to 10 districts

ଆସନ୍ତା ୨୪ ଘଣ୍ଟାରେ ବର୍ଷା (Rain)ସମ୍ଭାବନା । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା (Rain) ପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର କିଛି ଅଞ୍ଚଳରେ ପାଗ କୋହଲା ରହିଥିଲା । ଗତକାଲି ରାଜ୍ୟର ଅନେକ ସ୍ଥାନରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ପାଗରେ ଏମିତି ପରିବର୍ତ୍ତନ ହୋଇଛି । ସାଧାରଣ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ (IMD)ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ (Thunderstorms)ବର୍ଷା ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାରେ ତାତି ନବଢିଲେ ମଧ୍ୟ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ।

ପାଣିପାଗ ବିଭାଗ(IMD)ର ସୂଚନା ଅନୁସାରେ, ଗତକାଲି ୧୭ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଏମିତିକି ୮ ଟି ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୪୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ।

ପ୍ରକାଶ ଥାଉ ଯେ, ଆଜି ମଙ୍ଗଳବାର (Tuesday) ରାଜଧାନୀ ଭୁବନେଶ୍ବର (BHUBANESWAR)ସମେତ ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ । ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ମଧ୍ୟରେ ରହିବ ।

ଜୁନ୍‌ ୧୦ରେ ଓଡ଼ିଶା ଛୁଇଁବ ମୌସୁମୀ!

୨୪ ଘଣ୍ଟାରେ ୧୬ ଜିଲ୍ଲାରେ ବର୍ଷା, ୟେଲୋ ଆଲର୍ଟ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments