1. କୃଷି ଖବର

ଜୁନ୍‌ ୧୦ରେ ଓଡ଼ିଶା ଛୁଇଁବ ମୌସୁମୀ!

ଆଜି ସୋମବାର କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ପାଗ ଅନୁକୂଳ ରହିଲେ, ଜୁନ୍‌ ୮ ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି ।

Sudesna Nayak
Sudesna Nayak
weather update Monsoon reach in odisha by june

weather update Monsoon reach in odisha by june

ସ୍ବାଭାବିକ ସମୟର ତିନି ଦିନ ପୂର୍ବରୁ ରବିବାର (SUNDAY)ଦିନ କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon)ବାୟୁ । ଆଜି ସୋମବାର (MONDAY)କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା (Rain) ଆରମ୍ଭ ହୋଇଛି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ପାଗ ଅନୁକୂଳ ରହିଲେ, ଜୁନ୍‌ ୮ ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି ।

ସୂଚନା ଅନୁଯାୟୀ, ମୌସୁମୀ ଆଜି ସୋମବାର (MONDAY) ସମ୍ପୂର୍ଣ୍ଣ ଦକ୍ଷିଣ ଆରବସାଗର, ଲକ୍ଷଦ୍ବୀପ ଓ କେରଳର ଅଧିକାଂଶ ଅଞ୍ଚଳରେ ସକ୍ରିୟ ହୋଇଛି । କେରଳରେ ମୌସୁମୀ ବର୍ଷା (Monsoon Rain) ଆରମ୍ଭ ହୋଇଥିବା ‌ବେଳେ ଦକ୍ଷିଣ ତାମିଲନାଡ଼ୁର କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ସକ୍ରିୟ ହୋଇଛି । ପାଗ ଅନୁକୂଳ ଥିବାରୁ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର କିଛି ଅଞ୍ଚଳ, କେରଳର ଅବଶିଷ୍ଟ ଅଞ୍ଚଳ, ତାମିଲନାଡ଼ୁର କିଛି ଅଞ୍ଚଳ, କର୍ଣ୍ଣାଟକର କିଛି ଅଞ୍ଚଳ, ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କିଛି ଅଂଶ, ଉତ୍ତର-ପୂର୍ବ ବଙ୍ଗୋ‌ପସାଗରର କିଛି ଅଞ୍ଚଳ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସକ୍ରିୟ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ସେହିପରି ରାଜ୍ୟରେ ଆସନ୍ତା ୫ ଦିନ ଗରମ ଓ ଗୁଳୁଗୁଳି ଜାରି ରହିବ ।

ରବିବାର (SUNDAY) ଦିନ ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୪ ଡିଗ୍ରି ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଏହାବ୍ୟତୀତ ରାଜ୍ୟର ୮ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଥିଲା । ଅପରପକ୍ଷେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଆସନ୍ତାକାଲି ଏହା ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ (Thunderstorms)ବର୍ଷା ହୋଇପାରେ ।

ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା (Rain) ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶା (Odisha)କୁ ଆଶ୍ବସ୍ତି ମିଳିବ ନାହିଁ ।

ପ୍ରକାଶ ଥାଉ ଯେ, ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର (BHUBANESWAR)ସମେତ ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ । ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ୨୭ଡିଗ୍ରି ମଧ୍ୟରେ ରହିବ ।

ଆହୁରି 5 ଦିନ କଲବଲ କରିବ ତାତି

୨୪ ଘଣ୍ଟାରେ ୧୬ ଜିଲ୍ଲାରେ ବର୍ଷା, ୟେଲୋ ଆଲର୍ଟ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments