1. କୃଷି ଖବର

ମହୁମାଛି ଚାଷ କରି ମାଲାମାଲ ବ୍ୟବସାୟୀ ।

ରୋଜଗାରର ମାଧ୍ୟମ ସୃଷ୍ଟି କରିଛି ମହୁମାଛି ଚାଷ। ଉନ୍ନତ ପ୍ରଣାଳୀରେ ମହୁମାଛି ଚାଷ କରି ଅନେକ ଯୁବ ଚାଷୀ ରୋଜଗାର ପାଇବାରେ ସକ୍ଷମ ହୋଇଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଜାମ୍ମୁ-କାଶ୍ମୀରର ଅନେକ ଶିକ୍ଷୀତ ଓ ବେରୋଜଗାର ଯୁବକଙ୍କୁ ରୋଜଗାର ଯୋଗାଇବା ସହ ଆତ୍ମନିର୍ଭରଶୀଳ କରିଛି ମହୁମାଛି ଚାଷ ।

Priyambada Rana
Priyambada Rana
Honeybee farming a new way out for educated unemployed youth of J & K

Honeybee farming a new way out for educated unemployed youth of J & K

ରୋଜଗାରର ମାଧ୍ୟମ ସୃଷ୍ଟି କରିଛି ମହୁମାଛି ଚାଷ (Honeybee farming)। ଉନ୍ନତ ପ୍ରଣାଳୀରେ ମହୁମାଛି ଚାଷ କରି ଅନେକ ଯୁବ(youth) ଚାଷୀ ରୋଜଗାର ପାଇବାରେ ସକ୍ଷମ ହୋଇଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଜାମ୍ମୁ-କାଶ୍ମୀରର ଅନେକ ଶିକ୍ଷୀତ ଓ ବେରୋଜଗାର ଯୁବକଙ୍କୁ ରୋଜଗାର ଯୋଗାଇବା ସହ ଆତ୍ମନିର୍ଭରଶୀଳ କରିଛି ମହୁମାଛି ଚାଷ। ସରକାରୀ ତଥ୍ୟ ଅନୁସାରେ କାଶ୍ମୀରରେ ୪୦ହଜାରରୁ ଉର୍ଦ୍ଧ୍ୱ ମହୁଫେଣା ଚିହ୍ନଟ କରାଯାଇଛି । ଜାମ୍ମୁ-କାଶ୍ମୀରରେ ମହୁମାଛି ଚାଷ ଏକ ଲାଭଜନକ ଚାଷ ଭାବରେ ପ୍ରମାଣିତ ହୋଇଛି ତେଣୁ ସରକାରୀ ଓ ବେସରକାରୀ ସ୍ତରରେ ଏହି ଚାଷକୁ ବହୁଳ ଭାବେ ପ୍ରୋତ୍ସାହନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ଦୀର୍ଘ ଦିନ ଧରି ଜାମ୍ମୁ-କାଶ୍ମୀରର ଅନେକ ଯୁବକ ପାଠ ପଢ଼ା ଶେଷ କରିବା ପରେ ଚାକିରି ଖଣ୍ଡେ ପାଇଁ ନାନା ପ୍ରକାରର ସମସ୍ୟାକୁ ସମ୍ମୁଖୀନ କରୁଥିଲେ ।ଏମିତି କି ଚାକିରିନ ନ ପାଇ ବେରୋଜଗାର ହୋଇ ଘରେ ବସି କୁସଙ୍ଗତ ପ୍ରତି ଆକର୍ଷିତ ଓ ଖରାପ ମାର୍ଗରେ ଯିବା ଆରମ୍ଭ କରିଥିଲେ । ଏପରି ସ୍ଥଳରେ ଜାମ୍ମୁ-କାଶ୍ମୀର(Jammu-Kashmir)ର ଅନନ୍ତନାଗ(Anantnag) ଅଞ୍ଚଳର ଜଣେ ଯୁବ ଉଦ୍ୟୋଗୀ ସବୀର ଅହମ୍ମଦ ଗଣାଇ ସରକାରୀ ଯୋଜନାର ଫାଇଦା ଉଠାଇ ସମସ୍ତଙ୍କ ପାଇଁ ଏକ ଆଖି ଦୃଷ୍ଟିଆ ଉଦାହରଣ ସୃଷ୍ଟି କରିଥିଲେ ।

ପ୍ରଥମେ ଅହମ୍ମଦ ଅଙ୍ଗନ ଅସ୍ତାନପୁରାରେ କୃଷି ବିଭାଗ(Agricultural Department)ଠାରୁ ସବସିଡିଯୁକ୍ତ(Subsidized) ୧୦ଟି ମହୁମାଛି ଫେଣା(Bee foam) ଆଣି ମହୁମାଛି ଚାଷ କରିବା ଆରମ୍ଭ କରିଥିଲେ । ମାତ୍ର ଏବେ ସବୀର ଅହମ୍ମଦ ୩୦୯ଟି ମହୁମାଛି କଲୋନୀର ମାଲିକ ହୋଇଥିବା ବେଳେ ସେ ନିଜ ଅଧିନରେ ଅନେକ ଲୋକଙ୍କୁ ରଖି କାମ କରିବା ସହ ସେମାନଙ୍କୁ ରୋଜଗାର ଯୋଗାଇବାର ଏକ ମାଧ୍ୟମ ପାଲଟିଥିବା ଦେଖିବାକୁ ମିଳିଛି ।

ସବୀର କହିଛନ୍ତି : ‘ମୁଁ ମୋ ସ୍ନାତୋକତ୍ତୋ ସମାପ୍ତ କରିବା ପରେ ଦେଖିଲିକି କି ବେରୋଜଗାରୀ ବଢ଼ିବାରେ ଲାଗିଛି । ମୁଁ ମୋ ହବିକୁ ଅନୁସରଣ କରିବା ଆରମ୍ଭ କଲି ପରେ କୃଷି ବିଭାଗର ସହାୟତାରେ ମୁଁ ମୋ ହବିକୁ ବ୍ୟବସାୟରେ ପରିବର୍ତ୍ତନ କଲି’ । ଶବୀର ଅହମ୍ମଦ ତାଙ୍କ ବ୍ରାଣ୍ଡ ‘ନେକ୍ଟାର ନେଚର୍ସ’ ସହ ସମସ୍ତଙ୍କୁ ପରିଚିତ କରାଇଥିଲେ, ଯାହା ପରେ ସେ ୨୦୨୦ ମସିହା ଠାରୁ ଏକ ମହୁ ପ୍ରକ୍ରିୟାକରଣ ୟୁନିଟର ପ୍ରତିଷ୍ଠା କରିଥିଲେ । ଏବେ ଶବୀର ଅହମ୍ମଦ କାଶ୍ଣୀର ଉପତ୍ୟାକାର ବିଭିନ୍ନ ଅଞ୍ଚଳକୁ ମହୁ ଯୋଗାଇବାରେ ସକ୍ଷମ ହୋଇପାରିଛନ୍ତି ।

ସେହିପରି ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ଅଲତାଫ ଅହମ୍ମଦ ଭଟ । ଅଲତାଫ ମହୁ ବ୍ୟବସାୟରେ ମନୋଯୋଗ ଦେଇ ଏବ ତାଙ୍କ ଅଞ୍ଚଳର ସବୁଠୁ ସଫଳ ବ୍ୟବସାୟୀ ହୋଇପାରିଛନ୍ତି । କୁପୱାର ଜିଲ୍ଲାର ସବୁଠୁ ଅଧିକ ମହୁ ଉତ୍ପାଦନକାରୀ ବ୍ୟବସାୟୀ ଭାବେ ପରିଚିତ ଅଲତାଫ ।ସେ ବାର୍ଷିକ ୧୫୦ ରୁ ୨୦୦ କ୍ୱିଣ୍ଟାଲ ମହୁ ଉତ୍ପାଦନ କରିଥାନ୍ତି ।

ସେ କହିଛନ୍ତି, ‘ ପୂର୍ବରୁ ମୋ ବାପା ମଧ୍ୟ ଏହି ବୃତ୍ତି ସହ ଜଡ଼ିତ ଥିଲେ ତେଣୁ ମଧ୍ୟ ସମାନ ବିକଳ୍ପ ବନିଛି । ମୁଁ ଜାଣିବାକୁ ପାଇଲି ଯେ କୃଷି ବିଭାଗ କୃଷକଙ୍କ ବିକାଶ ପାଇଁ ଅନେକ ପ୍ରକାରର ସହାୟତା ଯୋଗାଉଛନ୍ତି । ତେଣୁ ମୁଁ ଏହାର ଲାଭ ଉଠାଇ ଆଜି ଜଣେ ସଫଳ ବ୍ୟବସାୟୀ ହୋଇପାରିଛି’ ।
ସୂଚନା ଅନୁସାରେ କୁପୱାଡ଼ା ଜିଲ୍ଲାରେ ୧୯୦୦ରୁ ଅଧିକ ଚାଷୀ ମହୁ ବ୍ୟବସାୟ ସହ ଜଡ଼ିତ, ସେମାନଙ୍କ ମଧ୍ୟରୁ ମୋଟ ୪୦୮ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି ।

କୃଷି ବିଭାଗ ତଥ୍ୟ ଅନୁଯାୟୀ ଘରୋଇ, ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ମହୁର ଚାହିଦା ବୃଦ୍ଧି ହୋତୁ ଉପତ୍ୟାକାରେ ମହୁ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି ।କୃଷି ବିଭାଗ ସବସିଡିଯୁକ୍ତ ମହୁମାଛି ଯୋଗାଇବା ସହ କୃଷକମାନଙ୍କୁ ତାଲିମ ଏବଂ ସମ୍ପ୍ରସାରଣ ସେବା ଯୋଗାଉଛି ଯାହାର ଲାଭ ଉଠାଉଛନ୍ତି ଶିକ୍ଷିକ ଯୁବଗୋଷ୍ଠୀ ।କୃଷି ଉତ୍ପାଦନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅତୁଲ ଦିଲୁ ପ୍ରକାଶ କରିଛନ୍ତି ଯେ ମହୁମାଛି ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବା ପାଇଁ ସରକାର ଇ-ମାର୍କେଟିଂ ପ୍ଲାଟଫର୍ମ ପ୍ରଦାନ କରିବାକୁ ଯାଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କାଶ୍ମୀରୀ ମହୁ ପାଇଁ ଜିଆଇ ଟ୍ୟାଗ୍ ମଧ୍ୟ ସରକାରଙ୍କ ଅଧିନରେ ରହିଛି ଏବଂ ଏଥିପାଇଁ ଉପଯୁକ୍ତ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉଛି ।

ଯେତେବେଳେ ଏହି ପ୍ରକଳ୍ପଗୁଡ଼ିକ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ, ତେବେ କାଶ୍ମୀରରେ ମହୁ ବ୍ୟବସାୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି । ଯଥା ସମ୍ଭବ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରି ସରକାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।

ମହୁମାଛିମାନଙ୍କର ପ୍ରଜାତି ବିଷୟରେ ଆସନ୍ତୁ ଜାଣିବା !!

ଚାଷୀଙ୍କ ଗୁହାରୀକୁ ଅଣଦେଖା କରୁଛନ୍ତି ସରକାର !

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments