News

ରେସ୍ତୋରାଁ ଖାଦ୍ୟରେ ସର୍ଭିସ ଚାର୍ଜ ଲଗାଇଲେ କାର୍ଯ୍ୟାନୁଷ୍ଠାନ

ହୋଟେଲ ବା ରେସ୍ତୋରାଁରେ ଖାଦ୍ୟ ବିଲରେ ଆଗକୁ କୌଣସି ସର୍ଭିସ ଚାର୍ଜ ବା ସେବା ଦେୟ ଲାଗୁ କରାଯିବ ନାହିଁ |

05 July, 2022 10:35 AM IST By: Rajashree

କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବଡ ସୂଚନା | ହୋଟେଲ ବା ରେସ୍ତୋରାଁରେ ଖାଦ୍ୟ ବିଲରେ (Hotel or restaurant food) ଆଗକୁ କୌଣସି ସର୍ଭିସ ଚାର୍ଜ ବା ସେବା ଦେୟ ଲାଗୁ କରାଯିବ ନାହିଁ | ସରକାରଙ୍କ ଏହି ନିୟମ ପରେ ଯଦି କୌଣସି ହୋଟେଲ ବା ରେସ୍ତୋରାଁ ଖାଦ୍ୟ ବିଲରେ ଆପେ ଆପେ ସର୍ଭିସ ଚାର୍ଜ ଯୋଗ କରୁଛନ୍ତି ତେବେ ଗ୍ରାହକମାନେ ଏହା ବିରୋଧରେ ବିନା କୌଣସି ଦ୍ଵିଧାରେ ଅଭିଯୋଗ କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ |

ଏ ସଂପର୍କରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ଏକ ସବିଶେଷ ଗାଇଡଲାଇନ ଜାରି କରିଛନ୍ତି | ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଏହି ଗାଇଡଲାଇନ ହିସାବରେ ହୋଟେଲ କିମ୍ବା ରେସ୍ତୋରାଁ(Hotel or restaurant food) ନିଜର ଖାଦ୍ୟ ବିଲରେ ଆପେ ଆପେ ସର୍ଭିସ ଚାର୍ଜ (service charge) ଯୋଗ କରିପାରିବେ ନାହିଁ | ପୁଣି ସର୍ଭିସ ଚାର୍ଜକୁ (service charge)ଅନ୍ୟ କୌଣସି ପ୍ରକାରର ନାଁ ଦେଇ ମଧ୍ୟ ଆଦାୟ କରାଯାଇପାରିବ ନାହିଁ |

ଗ୍ରାହକଙ୍କୁ ଭୁଆଁ ବୁଲାଇ ସେମାନଙ୍କ ଠାରୁ ଏହାକୁ ଆଦାୟ କରିବା ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ ଏବେ ବହୁତ ମହଙ୍ଗା ପଡ଼ିବ | ସ୍ୱତଃପ୍ରବୃତ ହେଉ କିମ୍ବା ଭୁଲବଶତଃ ଏମାନେ ସର୍ଭିସ ଚାର୍ଜ (service charge)ଆଦାୟ କରିପାରିବେ ନାହିଁ | ଗ୍ରାହକଙ୍କଠାରୁ ସର୍ଭିସ ଚାର୍ଜ ଆଦାୟ ପାଇଁ କୌଣସି ହୋଟେଲ ବା ରେସ୍ତୋରାଁ (Hotel or restaurant food) ବାଧ୍ୟ କରିପାରିବେ ନାହିଁ | ସର୍ଭିସ ଚାର୍ଜ ପ୍ରଦାନ କରିବା ଗ୍ରାହକଙ୍କ ଇଚ୍ଛାଧୀନ ହେବ | ହୋଟେଲ ବା ରେସ୍ତୋରାଁ ଖାଦ୍ୟ ବିଲରେ ସର୍ଭିସ ଚାର୍ଜ ଯୋଗ କରି ତା ଉପରେ ଜିଏସଟି ଲାଗୁ କରିପାରିବେ ନାହିଁ | ଏହା କରିବା ଏକ ଦଣ୍ଡନୀୟ ଅପରାଧ ହେବ |

ଯଦି କୌଣସି ହୋଟେଲ ବା ରୋସ୍ତୋରାଁ ସର୍ଭିସ ଚାର୍ଜ (service charge)ଆଦାୟ କରୁଛନ୍ତି ବୋଲି ଗ୍ରାହକଙ୍କ ହୃଦବୋଧ ହୁଏ, ତେବେ ଗ୍ରାହକ ଏ ନେଇ ଜାତୀୟ ସରକାରଙ୍କ କଂଜୁମର ହେଲପଲାଇନ ଓ ଇ-ଦାଖିଲ୍ ପୋର୍ଟାଲରେ ଅଭିଯୋଗ ଦାୟର କରିପାରିବେ | ସରକାର ଗାଇଡ଼ଲାଇନ ହିସାବରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ |

କୃଷିଜାଗରଣ ଚୌପାଲରେ ପୂର୍ବତନ କୃଷି ପରାମର୍ଶଦାତା ଡ.ଭିଭି ସଦାମତେ

ନୀଳାଚଳ ଇସ୍ପାତ ନିଗମରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟ ସମାପ୍ତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)