1. କୃଷି ଖବର

ଭାଲେଣ୍ଟାଇନ୍ସ ଡେରେ ପାଳନ ହେବ 'ଗୋ ଆଲିଙ୍ଗନ ଦିବସ' !

ସାରା ବିଶ୍ୱରେ ଫେବୃଆରୀ ୧୪ରେ ଭାଲେଣ୍ଟାଇନ ଦିବସ ପାଳନ ପାଇଁ ଯୁବପୀଢି ପ୍ରସ୍ତୁତ ହେଉଛନ୍ତି । ଆଉ ବିଗତ କିଛି ବର୍ଷ ଧରି ଏହି ପରମ୍ପରା ଦେଶ ତଥା ରାଜ୍ୟରେ ଉତ୍ସାହର ସହ ପାଳନ କରୁଛନ୍ତି ଯୁବପୀଢି । ଏହି ସମୟରେ ଭାରତ ସରକାରଙ୍କ ପଶୁ କଲ୍ୟାଣ ବୋର୍ଡର ଚିଠିକୁ ନେଇ ଏବେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଚିଠିରେ ଆସନ୍ତା ୧୪ ତାରିଖକୁ ଗାଇ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Sudesna Nayak
Sudesna Nayak
Hug A Cow Without Any Agenda and Not Just on Valentine’s

Hug A Cow Without Any Agenda and Not Just on Valentine’s

ସାରା ବିଶ୍ୱରେ ଫେବୃଆରୀ ୧୪ରେ ଭାଲେଣ୍ଟାଇନ ଦିବସ (valentines day)ପାଳନ ପାଇଁ ଯୁବପୀଢି ପ୍ରସ୍ତୁତ ହେଉଛନ୍ତି । ଆଉ ବିଗତ କିଛି ବର୍ଷ ଧରି ଏହି ପରମ୍ପରା ଦେଶ ତଥା ରାଜ୍ୟରେ ଉତ୍ସାହର ସହ ପାଳନ କରୁଛନ୍ତି ଯୁବପୀଢି । ଏହି ସମୟରେ ଭାରତ ସରକାରଙ୍କ ପଶୁ କଲ୍ୟାଣ ବୋର୍ଡର ଚିଠିକୁ ନେଇ ଏବେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଚିଠିରେ ଆସନ୍ତା ୧୪ ତାରିଖକୁ ଗାଇ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଏହି ଚିଠିରେ କୁହାଯାଇଛି, ଗାଈ ଭାରତୀୟ ସଂସ୍କୃତିର ଆଧାର । ଗାଈକୁ ଆମେ ଗୋମାତା ବା କାମଧେନୁ ବୋଲି କହିଥାଉ । କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଆମେ ଏହାକୁ ଭୁଲିଯାଇଛୁ । ଗାଈକୁ ଆଲିଙ୍ଗନ କଲେ ମନରେ ଅପାର ଆନନ୍ଦ ଆସିଥାଏ । ତେଣୁ ମନର ଖୁସି ପାଇଁ ପ୍ରେମ ଦିବସକୁ ଗାଈପ୍ରେମୀମାନେ ‘ଗାଈ ଆଲିଙ୍ଗନ’ ଦିବସ ଭାବେ ପାଳନ କରନ୍ତୁ ।

କିନ୍ତୁ ଏବେ ନିକଟରେ, ଫେବୃଆରୀ 14 କୁ 'Cow Hug Day' ଭାବରେ ପାଳନ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଆବେଦନକୁ ପ୍ରତ୍ୟାହାର କରାଯାଇଛି । 'Cow Hug Day'ସମ୍ବନ୍ଧରେ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ସୃଷ୍ଟି ହେଉଥିବା ମିମ୍ସକୁ ଧ୍ୟାନରେ ରଖି ଏହି ଆବେଦନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଆନିମଲ ଓ୍ବେଲଫେୟାର ବୋର୍ଡ ଘୋଷଣା କରିଛି ।

ପ୍ରକାଶ ଥାଉ ଯେ, ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆ ୧୪ ଫେବୃଆରୀ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ'(valentines day)ରେ ଗୋ ଆଲିଙ୍ଗନ ଦିବସ ( Cow Hug Day) ପାଳନ କରିବାକୁ' ନିବେଦନ କରିଥିଲା । ଏହି ଅନୁଯାୟୀ ଗୋ ଆଲିଙ୍ଗନ ଦିବସ ଅର୍ଥାତ ଗାଇକୁ ଆଲିଙ୍ଗନ କରିବା । ଗୋଟିଏ ପଟେ ବିଜେପି ନେତା ଏହାକୁ ସ୍ୱାଗତ କରୁଥିବା ବେଳେ ଅନ୍ୟପକ୍ଷରେ ବିରୋଧୀଦଳର ନେତାମାନେ କହିଛନ୍ତି, ଏହା ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ କରାଯାଉଛି ।

ଲାଭଦାୟକ ଚାଷ କଙ୍କଡ଼ା, ଅଳ୍ପ ଖର୍ଚ୍ଚରେ ପାଆନ୍ତୁ ଅଧିକ ଲାଭ

ମହୁମାଛି ଚାଷ କରି ହୋଇପାରିବେ କୋଟିପତି, ଜାଣନ୍ତୁ ପ୍ରଣାଳୀ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments