
icici bank bank of baroda bank of india pnb hike home loan interest rates
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ ବୃଦ୍ଧି (Repo Rate Hike)କରିବା ପରେ ଋଣ ସୁଧହାର ବଢାଇଲେ ବିଭିନ୍ନ ବ୍ୟାଙ୍କ (Banks)।
ସୂଚନା ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାର ଦିନକ ପରେ ବିଭିନ୍ନ ବ୍ୟାଙ୍କ ସେମାନଙ୍କ ଋଣ ସୁଧହାର ବଢାଇଛନ୍ତି । ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ,ଏଚଡିଏଫସି ବ୍ୟାଙ୍କ (HDFC),ଆରବିଏଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜର ଋଣ ସୁଧ ମହଙ୍ଗା କରିଛନ୍ତି ।
ଆଇସିଆଇସିଆଇ ବ୍ୟାଙ୍କ ଏହାର ଇବିଏଲଆର(EBLR)କୁ ୮.୬୦ ପ୍ରତିଶତକୁ ବୃଦ୍ଧି କରିଛି । ଏହା ଜୁନ ୮ ରୁ ଲାଗୁ ହୋଇଛି ।
ଏହି କ୍ରମରେ ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ତା'ର ବରୋଦା ରେପୋ ଲିଙ୍କଡ ଲେଣ୍ଡିଂ ରେଟ୍(BRLLR)କୁ ୭.୪୦ ପ୍ରତିଶତକୁ ବଢାଇଛି । ଯାହାକି ଗୁରୁବାର ଠାରୁ ଲାଗୁ ହୋଇଛି । ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଏହାର ରେପୋ ଲିଙ୍କଡ ଲେଣ୍ଡିଂ ରେଟ (RLLR)କୁ ସଂଶୋଧନ କରି ୭.୭୫ ପ୍ରତିଶତ କରିଛି ।
ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ସୁଧହାରରେ ସଂଶୋଧନ କରିଛି । ବ୍ୟାଙ୍କ ୱେବସାଇଟ ଅନୁଯାୟୀ, ଏହାର RBLR ଜୁନ ୮ରୁ ୭.୭୫ ପ୍ରତିଶତକୁ ବୃଦ୍ଧି ହୋଇଛି ।
ପ୍ରକାଶ ଥାଉ ୟେ,୩୬ ଦିନ ମଧ୍ୟରେ ଆରବିଆଇ (RBI) ଦ୍ବିତୀୟ ଥର ସୁଧହାର ବଢାଇବା ପରେ ଦେଶର ବଡ ବଡ ବ୍ୟାଙ୍କ ଗୁଡିକ ମଧ୍ୟ ସୁଧହାରରେ ବୃଦ୍ଧି କରିଛନ୍ତି ।
Share your comments